ଏ ପର୍ଯ୍ୟନ୍ତ ସ୍ଵାମୀ ଆଉ ଏ ଦୁନିଆରେ ନାହାନ୍ତି ବୋଲି ବିଶ୍ଵାସ କରିପାରୁ ନାହାନ୍ତି ସହିଦ୍ ଦେବାଶିଷଙ୍କ ପତ୍ନୀ।

ଜାମ୍ମୁ ଓ କାଶ୍ମୀର ଆତ-ଙ୍କବାଦୀଙ୍କ ଆକ୍ର-ମଣରେ ସହିଦ୍ ହେଇଛନ୍ତି ୫ ଜଣ ଯବାନ। ସେଥି ମଧ୍ୟରୁ ୪ ଜଣ ପଞ୍ଜାବ ହେଇଥିବା ବେଳେ ଦେବାଶିଷ ବିଶ୍ୱାଳ ଆମ ଓଡିଶା ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ। ସହିଦ ପରେ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧା-ଞ୍ଜଳି ଦେବା ପାଇଁ ନିଜ ଜନ୍ମମାଟିକୁ ଆଣିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ଦେବାଶିଷ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା-ଞ୍ଜଳି ଅର୍ପଣ କରିଥିଲେ।

ଶହୀଦ ଦେବାଶିଷ ୨୦୨୧ ରେ ବିବାହ କରିଥିଲେ। ତାଙ୍କର ୩ ମାସର ଛୋଟ ଝିଅଟିଏ। ଝିଅ ଜନ୍ମ ପରେ ସେ କିଛି ଦିନ ଘରେ ରହି ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ଜାମ୍ମୁ ଓ କାଶ୍ମୀର ପଳେଇଲେ। ଏବଂ ସ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ଆଉ କିଛି ଦିନ ପରେ ସେ ଘରକୁ ଆସିବେ ଆଉ ଘରକୁ ଫେରିଲେ ଆମେ ବୁଲିବାକୁ ଯିବେ କିନ୍ତୁ ଏବେ ସେ ଘରକୁ ଫେରିଲେ ସତ କିନ୍ତୁ ଆଉ ସ୍ତ୍ରୀ ଏବଂ ଝିଅକୁ ନେଇ ବୁଲେଇ ବାକୁ ଯାଇପରିବେନି।

ସ୍ବାମୀଙ୍କ ଶହୀଦ ଦେହକୁ ଦେଖି ପତ୍ନୀ ଏ ପର୍ଯ୍ୟନ୍ତ ବି ବିଶ୍ଵାସ କରିପାରୁ ନାହାନ୍ତି କି ତାଙ୍କ ସ୍ଵାମୀ ଆଉ ଏ ଦୁନିଆରେ ନାହାନ୍ତି। ସେ ତାଙ୍କୁ ସବୁଦିନ ପାଇଁ ଏକା କରି ଛାଡ଼ି ଚାଲିଯାଇଛନ୍ତି। ଦେବାଶିଷଙ୍କ ଶ-ହୀଦ ଖବର ଶୁଣିବା ପରଠାରୁ ସେ କା-ନ୍ଦି କା-ନ୍ଦି ବେହୋସ୍ ହେଇପଡୁଛନ୍ତି ଏବଂ କହୁଛନ୍ତି ମୋ ମୁଣ୍ଡରୁ ସିନ୍ଦୂର ପୋଛନି ମୋ ସ୍ଵାମୀ ବଞ୍ଚିଛନ୍ତି ସେ ମତେ କଥା ଦେଇଛନ୍ତି ସେ ମୋ ପାଖକୁ ଫେରିଲେ ଆସିବେ। ଦେବାଶିଷଙ୍କ ସହିଦ ପରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତସାହିରେ ଶୋକା-କୂଳ ପରିବେଶରେ ଦେବାଶିଷ ଅମର ରହେ ଧ୍ବନିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *