ବାହୁଡ଼ା ଯାତ୍ରାରେ ରଥରେ ନି-ଆଁ ଲାଗି ୬ ମୃ-ତ ଏବଂ ୧୫ ଆ-ହାତ।

ଜଗତର ନାଥ ଜଗନ୍ନାଥ ନିଜ ଭାଇଭଉଣୀଙ୍କୁ ଧରି ଗୋଟେ ସପ୍ତାହ ମାଉସୀ ମାଆଙ୍କ ଘରେ ରହିବା ପରେ ଗତ କାଲି ବାହୁଡ଼ା ଯାତ୍ରା କରି ଶ୍ରୀମନ୍ଦିରକୁ ଫେରୁଥିଲେ। ବାହୁଡ଼ା ଯାତ୍ରା କେବଳ ନୀଳାଚଳ ଧାମରେ ନୁହଁ ବରଂ ସବୁ ରାଜ୍ୟରେ ଧୁମ୍ ଧାମରେ ପାଳନ କରାଯାଉଥିଲା କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା। ସେଥିପାଇଁ ଏତେ ବଡ଼ ଦିନରେ ଏତେ ବଡ ଦୁର୍ଘ-ଟଣା ଘଟିଗଲା।

ଗତ କାଲି ତ୍ରିପୁରାର ଉନାକୋଟି ଜିଲ୍ଲାରେ ହଜାର ହାଜର ଲୋକ ଏକତ୍ରିତ ହେଇ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ରଥ ଦଉଡ଼ି ଭିଡୁଥିଲେ କିନ୍ତୁ ହଠାତ୍ ଏକ ହାଇ ଟେନସନ୍ ଇଲେକ୍ଟ୍ରିକ୍ ତାର ସହ ରଥ ସଂସ୍ପର୍ଶରେ ଆସିବା ପରେ ଦୁଇ ଜଣ ଶିଶୁଙ୍କ ସହିତ ଅନ୍ୟ ୪ ଜଣ ଲୋକଙ୍କର ଘ-ଟଣା ସ୍ଥଳରେ ମୃ-ତ୍ୟୁ ଘଟିଥିବା ବେଳେ ୧୫ ଜଣ ଲୋକ ଗୁରୁ-ତର ଆ-ହତ ହେଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି ହେଇଛନ୍ତି।

ପୋଲି-ସର ସୂଚନାନୁସାରେ, ପ୍ରଭୁ ଜଗନ୍ନାଥ ବାହୁଡ଼ା ଯାତ୍ରା ଉତ୍ସବରେ କୁମରଗାଟ ଅଞ୍ଚଳରେ ପ୍ରାୟ ସନ୍ଧ୍ୟା ୪.୩୦ ବେଳେ ପହଞ୍ଚିଥିଲା ଠିକ ସେଇ ସମୟରେ ଇଲେକ୍ଟ୍ରିକ୍ ତାରରୁ ନି-ଆଁ ଲାଗିଗଲା। ୧୩୩ କେଭି ଓଭରହେଡ କେବୁଲ ତାର ଲାଗିବ ଦ୍ଵାରା ଲୋକ ସବୁ ଟାଣି ହେଇଗଲେ ସେଥିପାଇଁ ଅଧିକ କ୍ଷ-ୟ କ୍ଷ-ତି ହେଇ ଗଲା।

କୁମରଗାଟ ସବଡିଭିଜନ ହସପିଟାଲର ମେଡିକାଲ ଅଧିକାରୀ ଡ଼ାକ୍ତର ସଞ୍ଜିତ ଚକ୍ରଙ୍କ କହିବା ଅନୁସାରେ “ଦୁଇ ଜଣ ଆହ-ତଙ୍କୁ ଜରୁରୀକାଳୀନ ୱାର୍ଡକୁ ପଠା ଯାଇଛି। ୧୦-୧୨ ଜଣ ଅଳ୍ପ ଆ-ହତ ହେଇଥିବା ବେଳେ ଏହା ଦୁଇ ଶିଶୁ ସମେତ ମୋଟ ୬ ଜଣଙ୍କର ମୃ-ତ୍ୟୁ ହେଇଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଲୋକଙ୍କ ମୃ-ତ୍ୟୁରେ ସମବେଦନା ଜଣାଇ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ଦୁଃ-ଖ ପ୍ରକାଶ କରିଛନ୍ତି ଏବଂ ପରିବାର ଲୋକଙ୍କୁ ଦାର୍ଯ୍ୟ ଧରି ରହିବା ପାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *