ଅଭିନେତ୍ରୀ ସୁମନ ପଟ୍ଟନାୟକ କହିଲେ ଏମିତି କଥା , ମୋ ବାହାଘରରେ ବରକୁ ପିଟି ପକାଇବେ

ଓଡ଼ିଶାର ଟେଲିଭିଜନ ଜଗତର ଏକ ଜଣାଶୁଣା ନାମ ସୁମନ ପଟ୍ଟନାୟକ । ଅଭିନୟରେ ବେଶ୍ ନାମ କମାଇଛନ୍ତି ସେ ଆଉ ଲୋକଙ୍କ ଭଲ ପାଇବା ଅନେକ ମାତ୍ରାରେ ପାଇଛନ୍ତି । ଲୋକେ ତାଙ୍କୁ ତାରିଣୀ ନାମରେ ବେଶ୍ ଜାଣିଛନ୍ତି । ଅନେକ ଲୋକ ତାଙ୍କ ଭଲ ନାମ ଜାଣି ନଥିବେ କିନ୍ତୁ ତାରିଣୀ କହିଲେ ଭଲ ଭାବରେ ଜାଣି ଦେବେ । ତେବେ ସେ ଟେଲିଭିଜନ ଠାରୁ ବର୍ତ୍ତମାନ ଟିକିଏ ଦୂରେଇ ଯାଇଛନ୍ତି ଆଉ ଭଲ ଚରିତ୍ର ମିଳିଲେ ଅଭିନୟ କରିବେ ବୋଲି କହିଛନ୍ତି । ଏବେ ସେ ଟିକିଏ ବିଶ୍ରାମ ନେଉଛନ୍ତି ।

ଅନ୍ୟ ପକ୍ଷରେ ଲୋକେ ସୁମନ ଏବଂ ସାପଲିନଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରିଥାନ୍ତି । ଆଉ ଏହାକୁ ମିଶାଇ ଲୋକେ ହାଷ୍ଟାଗ ସୁମାଲିନ ମଧ୍ୟ ତିଆରି କରି ଦେଇଛନ୍ତି । ଯେଉଁଥିରୁ ଜଣା ପଡ଼ି ଯାଉଛି ଯେ , ଲୋକଙ୍କ ଭଲ ପାଇବା କେତେ ମାତ୍ରାରେ ସେମାନଙ୍କ ଉପରେ ରହିଛି । ତେବେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କ ବିଷୟରେ ମୁଁହ ଖୋଲି କହି ଦେଇଛନ୍ତି ସୁମନ । ତାଙ୍କ କହିବା ଅନୁସାରେ , ସାପଲିନ ତାଙ୍କର ପ୍ରିୟ କୋଆର୍ଟିଷ୍ଟ ଆଉ ତାଙ୍କର ବେଷ୍ଟ ସାଙ୍ଗ ମଧ୍ୟ । ଦୁହିଁଙ୍କ ମଧ୍ୟରେ ସେମିତି କିଛି ନାହିଁ ।

ଦୁହିଁଙ୍କ ପରିବାର ଲୋକ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ବିଶେଷ କରି ସୁମନ କହିଛନ୍ତି ଯେ , ତାଙ୍କ ପରିବାର ଲୋକ ବେଶୀ ସାପଲିନଙ୍କ କଥା ଶୁଣିଥାନ୍ତି । ସୁମନଙ୍କୁ ଟିକିଏ ବୋଲି ଖାତିର କରନ୍ତି ନାହିଁ । ଅନ୍ୟ ପକ୍ଷରେ ନିଜ ବିବାହ ବିଷୟରେ ସେ କହିଛନ୍ତି ଯେ , କେବେ ଯଦି ତାଙ୍କ ବାହାଘର ହୁଏ । ତେବେ ଶାଶୁ ଘର ଲୋକ ଆଗ ପଚାରିବେ ତୋର ସାପଲିନ ସହିତ ସେମିତି କିଛି ସମ୍ପର୍କ ନାହିଁ ତ । ଅନ୍ୟ ପକ୍ଷରେ ଲୋକେ ଆମକୁ ଏତେ ଭଲ ପାଉଛନ୍ତି ଯେ , ସେମାନେ ବାହାଘର ଦିନ ଆସି ମୋ ବରକୁ ବାଡେଇ ପକାଇବେ । ତେବେ ସେ ଯାହା ବି ହେଉ ଆଗକୁ ଯାହା ହେବ ଦେଖାଯିବ।

ଆହୁରି ମଧ୍ୟ ସେ କହିଛନ୍ତି , ଲୋକେ ଆଗରୁ ଭାବୁଥିଲେ ଯେ ସେ ଆଉ ସାପଲିନ ବାହା ହୋଇ ଯାଇଛନ୍ତି । କାହିଁକି ନା ସେମାନଙ୍କ ଏକ ବିବାହ ଫୋଟ ଭାଇରାଲ ହୋଇଥିଲା । ଏପରିକି କଳାକାର ମାନେ ମଧ୍ୟ ତାଙ୍କୁ ଫୋନ୍ କରି ପଚାରିଥିଲେ ଯେ ଦୁହେଁ ବିବାହ କେବେ କରି ନେଲ । କିନ୍ତୁ ପ୍ରକୃତରେ ତାହା ତାଙ୍କର ଏକ ମ୍ୟୁଜିକ ଭିଡିଓର ଥିଲା। ଆଉ ଗୋଟିଏ କଥା ସେ କହିଛନ୍ତି ଯେ , ସାପଲିନ ଆଉ ତାଙ୍କ ଜନ୍ମଦିନ ମଧ୍ୟ ଗୋଟିଏ ମାସରେ ପଡୁଛି । ଆଉ ସାପଲିନ ତାଙ୍କୁ ଅନେକ ସରପ୍ରାଇଜ ମଧ୍ୟ ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *