ଟ୍ୟୁସନ ପାଇଁ ଘରୁ ବାହାରି ଥିଲା ଝିଅ , ଶ-ବ ହୋଇ ମଶା-ଣିକୁ ଗଲା

କୁନି ଝିଅ ବେଶ୍ ହସ ଖୁସିରେ ଘରୁ ବାହାରି ଯାଇଥିଲା । ପାଠ ପଢ଼ିବାକୁ ଥିଲା ତାର ଭାରି ଇଚ୍ଛା । ପାଠ ପଢି ଜଣେ ବଡ ମଣିଷ ହେବ ବୋଲି ଅନେକ ଆଶା ରଖିଥିଲା । କିନ୍ତୁ ତାର ସବୁ ଆଶା ମଉଳି ଗଲା ଆଉ ବାପା ମାଆଙ୍କ ହୃଦୟ ମଧ୍ୟ ଭାଙ୍ଗି ଗଲା । କାହିଁକି ନା ଝିଅ ଆଉ ଏ ପାରିରେ ରହିଲା ନାହିଁ । ଚିରଦିନ ପାଇଁ ସେ ଭଗବାନଙ୍କ ପ୍ରିୟ ହୋଇଗଲା ଆଉ ତାଙ୍କ ପାଖକୁ ଚାଲିଗଲା। ଆଉ ବର୍ତ୍ତମାନ ଝିଅର ଯିବା ପରେ ବାପା ମୁଣ୍ଡ ବାଡେଇ ବାଡେଇ କାନ୍ଦିବାରେ ଲାଗିଛନ୍ତି । କିଏ ତାଙ୍କ ଝିଅକୁ ଆଉ ଫେରେଇ ଦେବ ।

ତେବେ ହଁ ଆଜ୍ଞା ଏପରି ଏକ ହୃଦୟ ବିଦାରକ ଘ-ଟଣା ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସୁଆଖାଇ କାଚନୀ ଗାଆଁର । ସୂଚନା ଅନୁସାରେ , ମୃ-ତ ଛାତ୍ରୀ ଜଣକ ହେଉଛନ୍ତି ପଦ୍ମିନୀ ସାହୁ । ସବୁଦିନ ଭଳି କାଲି ମଧ୍ୟ ପଦ୍ମିନୀ ପାଠ ପଢିବା ପାଇଁ ସକାଳ ୬ଟା ରେ ଘରୁ ବାହାରି ଯାଇଥିଲେ । ମାଆ ତାଙ୍କୁ ଖାଇବାକୁ ଦେଇଥିଲେ ଆଉ ସେ ପେନ୍ ଆଣିବେ ବୋଲି କିଛି ଟଙ୍କା ଦେଇଥିଲେ । ବାସ୍ ସେଇଟା ହିଁ ଥିଲା ମାଆଙ୍କ ସହିତ ଶେଷ କଥା । ଝିଅକୁ ଟିଉସନ ପଠାଇ ଦେଇଥିଲେ ମାଆ ଆଉ ନିଜ କାମ କରିବାକୁ ଲାଗିଥିଲେ ।

କିନ୍ତୁ ପଦ୍ମିନୀ କିଛି ବାଟ ଯିବା ପରେ ସେ ଜାଣି ନଥିଲେ ଅଧା ବାଟରେ ଜମ ଜଗି ରହିଛି । କାହିଁକି ନା ସେ ସାଇକେଲରେ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଆସି ବାଡେଇ ଦେଇ ଚାଲି ଯାଇଥିଲା । ଆଉ ଘ-ଟଣା ସ୍ଥଳରେ ହିଁ ପଦ୍ମିନୀଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ଲୋକ ମାନେ ଆସି ତାଙ୍କୁ ଉ-ଦ୍ଧାର କରିଥିଲେ ଆଉ ଡାକ୍ତରଖାନା ପଠାଇ ଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ବୋଲି ଘୋଷିତ କରିଥିଲେ । ଆଉ ତାପରେ ଏହି ଖବର ଝିଅର ଘରେ ପହଞ୍ଚିବା ପରେ ସମସ୍ତେ ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ ।

ପଦ୍ମିନୀଙ୍କ ବାପା ମାଆ ଆସି ଡାକ୍ତରଖାନା ରେ ପହଞ୍ଚିବା ପରେ ପୁରା ଅଞ୍ଚଳ କମ୍ପି ଉଠିଥିଲା । ଝିଅକୁ ଡ଼ାକି ଡ଼ାକି ମାଆ ଅନେକ ଥର ବେହୋସ ହୋଇ ଯାଉଥିଲେ । ଆଉ କହୁଥିଲେ ମୋ ଧନ ଫେରିଆ । ମୋର କେହି ଆଉ ସାହା ଭରସା ନାହିଁ । ମୋ ଆଗରେ ଆଉ କିଏ ଅଳି ଅଝଟ କରିବ ଆଉ ମୁଁ କାହାର ଅଳି ପୁରା କରିବି । ଏପରି ଏକ ଦୁଃ-ଖଦ ପରିବେଶ ପୁରା ଗାଁରେ ମଧ୍ୟ ଦେଖିବାକୁ ମିଳିଥିଲା । ଶ-ବ ବ୍ୟବ-ଚ୍ଛେଦ ସରିବା ପରେ ଗାଁକୁ ଶ-ବ ପଠା ଯାଇଥିଲା । ଯାହା ପରେ ସେଠାରେ ମଧ୍ୟ ଶୋକା-କୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *