ବିବାହ କରିବା ପ୍ରତିଶୃତି ଦେଇ ପାଞ୍ଚ ବର୍ଷ ରଖି ଆସିଥିଲା ଶାରୀ-ରିକ ସ-ମ୍ପର୍କ । ଆଉ ଏବେ ଅନ୍ୟକୁ କରୁଛି ବିବାହ ।

୨୬ ବର୍ଷୀୟ ପ୍ରେମିକକୁ ୩୫ ବର୍ଷୀୟା ମହିଳା । ତଥାପି ଉଭୟଙ୍କ ମଧ୍ୟରେ ଥିଲା ଶାରୀ-ରିକ ସ-ମ୍ପର୍କ । ପ୍ରେମିକାର ବୟସ ଅଧିକ ଥିଲେବି ତାହାକୁ ଖାତିର ନକରି ପ୍ରେମିକ ତାକୁ ବିବାହ କରିବ ବୋଲି ପ୍ରତି-ଶ୍ରୁତି ଦେଇଥିଲା । କିନ୍ତୁ ପାଞ୍ଚ ବର୍ଷ କାଳ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ବର୍ତ୍ତମାନ ପ୍ରେମିକ ଗାଁକୁ ପଳାଇ ଯାଇ ଅନ୍ୟତ୍ର ବିବାହ କରୁଥିବା ଶୁଣିବାକୁ ମିଳିଛି । ଆଉଏପଟେ ପ୍ରେମିକା ମଧ୍ୟ ପ୍ରେମକର ଘର ସାମ୍ନାରେ ଯାଇ ଧାରଣାରେ ବସିଛି । ଆଉ ଯାହା କହିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ନୟାଗଡ଼ ଜିଲ୍ଲା ସଦର ଥା-ନା ଗୋଳଗୋଳା ଗାଁରେ ଘଟି ଯାଇଛି ।

ସେହି ଗାଁର ଦିବାକର ରଥ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମିନାକ୍ଷୀ ସାହୁଙ୍କ ସହିତ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ମିନାକ୍ଷୀଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ଦିବାକରର ବୟସ ହେଉଛି ୨୬ ବର୍ଷ । ଏହାକୁ ଜାଣିବା ପରେ ବି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ତେବେ ଗୋଟିଏ କି ଦୁଇ ବର୍ଷ ନୁହେଁ ବରଂ ପାଞ୍ଚ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଥିଲା । ମିନାକ୍ଷୀ କୌଣସି ସୂତ୍ରରୁ ଦିବାକରର ବିବାହ ହେଉଥିବା ଏବଂ ନି-ର୍ବନ୍ଧ ଦିନ ଯାଇ ଗାଁରେ ପହଞ୍ଚି ଥିଲେ ।

ମିନାକ୍ଷୀ ନିଜେ ମଧ୍ୟ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ କିଭଳି ଭଲ ପାଇବା ହୋଇ ଉଭୟେ ଦୀର୍ଘ ଦିନ ହେବ ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଦିବାକରଙ୍କୁ ବିବାହ କରିବା ସହିତ ବୋହୂର ପରିଚୟ ନେବାକୁ ମଧ୍ୟ ମିନାକ୍ଷୀ ଦାବି କରିଥିଲେ । କିନ୍ତୁ ଅତି ପ୍ରଚେଷ୍ଟା ପରେବି ଘର ଲୋକ ରାଜି ନହେବାରୁ ମିନାକ୍ଷୀ ଅତି ହାଡ଼ ଭଙ୍ଗା ଶୀତରେ ଦିବାକରଙ୍କ ଘର ସାମ୍ନାରେ ବସି ରହିଛନ୍ତି ।

ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରଲ ହେଉଛି । ମିନାକ୍ଷୀ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବୟସର ଏତେ ତାରତମ୍ୟ ରହିବା ସତ୍ତ୍ୱେବି ଉଭୟଙ୍କ ମଧ୍ୟରେ ଭଲ ପାଇବା ହୋଇଥିଲା । ସେପଟେ ଏହି ଘ-ଟଣା ଶୁଣି ଦିବାକରଙ୍କ ସହିତ ବିବାହ ହେବାର ଥିବା ଝିଅ ଘର ଲୋକେ ବିବାହ ଭାଙ୍ଗି ଦେଇଥିବା ଜାଣିବାକୁ ମିଳିଛି । ଆଉ ଏପଟେ ମିନାକ୍ଷୀ ସଦର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *