ପୁଣି ସାମ୍ନାକୁ ଆସିଲା ମନୋଜ ମିଶ୍ରଙ୍କ ନୂଆ ଭିଡିଓ , ନିଜ ଫିଲ୍ମକୁ ନେଇ କହିଲେ ଏମିତି

ଅନେକ ବାଦ ବିବାଦ ମଧ୍ୟରେ ଫସି ରହିଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ସମସ୍ତେ ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ । ତେବେ ଏହାର ମୁଖ୍ୟ ଖଳନାୟକ ଅଭିନେତା ମନୋଜ ମିଶ୍ରଙ୍କୁ ଲୋକେ କହୁଥିବା ବେଳେ ଆଉ କେତେକ ତାଙ୍କୁ ଠିକ୍ ବୋଲି କହିବାରେ ଲାଗିଛନ୍ତି । ଏବେ କମ୍ ଲୋକ ତାଙ୍କ ସପକ୍ଷରେ କହୁଥିବା ବେଳେ ଅନେକ ଲୋକ ତାଙ୍କ ବିପକ୍ଷରେ କହିବାକୁ ଲାଗିଛନ୍ତି । କାହିଁକି ନା ସେ ଏପରି କିଛି କାମ କରୁଛନ୍ତି , ଯାହା ଆଦୌ ଗ୍ରହଣୀୟ ନୁହେଁ । ଆଉ ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ।

ପ୍ରଥମେ ଅରିନ୍ଦମଙ୍କ ଚଳଚ୍ଚିତ୍ର “ରାମ୍” ସମ୍ବଲପୁରରେ ବାତିଲ ହେବା ପର ଠାରୁ ତାଙ୍କ ଉପରେ ସମସ୍ତଙ୍କ ନଜର । ସମସ୍ତେ ତାଙ୍କ ଉପରକୁ ଆଙ୍ଗୁଠି ଉଠାଇ ଥିଲେ ଆଉ କହିଥିଲେ ଯେ , ମନୋଜ ମିଶ୍ରଙ୍କ ହାତ ଏହା ପଛରେ ରହିଛି । ସେ ନିଶ୍ଚିତ ଭାବରେ କିଛି ନା କିଛି କରିଛନ୍ତି । ଅନ୍ୟପକ୍ଷରେ ଏହା ମଧ୍ୟରେ ଆଉ ଗୋଟିଏ ଚଳଚିତ୍ର “ପ୍ରଥା” ମଧ୍ୟ ରିଲିଜ ହୋଇ ଯାଇଥିଲା କିନ୍ତୁ ମାତ୍ର ଗୋଟିଏ ଦିନ ହଲରେ ଚାଲିବା ପରେ ବନ୍ଦ ହୋଇ ଯାଇଥିଲା । କାହିଁକି ନା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାଦ ଯୋଗୁଁ ଏହି ଫିଲ୍ମକୁ ଅନେକ ଦିନ ପାଇଁ ବନ୍ଦ କରା ଯାଇଥିଲା ।

କିନ୍ତୁ ଏହି ଫିଲ୍ମ ବନ୍ଦ ହେବା ପରେ ଅନେକ ଥର ମୁଁହ ଖୋଲିଛନ୍ତି ଏହାର ପ୍ରଯୋଜକ ସାନଲିସା ପଟେଲ । ଆଉ ବର୍ତ୍ତମାନ ସେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି କି , ଗାନ୍ଧୀମାର୍ଗରେ ସାନଲିସା ପଟେଲ ଆଉ ଅନ୍ୟ ଅଭିନେତା ମାନେ ମଧ୍ୟ ତାଙ୍କ ସହିତ ଧାରଣା ଦେଇଛନ୍ତି । ତାଙ୍କ ମଧ୍ୟରେ ପପୁ ପମ୍ ପମ୍ ଏବଂ ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ସାମିଲ । ଅନ୍ୟ ପକ୍ଷରେ ଏବେ ଆଉ ଏକ ନୂଆ ଘଟଣା ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଅଭିନେତା ମନୋଜ ମିଶ୍ର । ଆଉ ଯାହାକୁ ନେଇ ଲୋକେ ବର୍ତ୍ତମାନ ତାଙ୍କୁ ଗାଳି କରିବାରେ ଲାଗିଛନ୍ତି । ସେ କହିଛନ୍ତି ଯେ , ତାଙ୍କ ଫିଲ୍ମ୍ ମାଇଣ୍ଡଗେମ୍ ୫୦ ଦିନ ଅତିକ୍ରମ କରି ସାରିଲାଣି । ଆଉ ଯେଉଁଥିପାଇଁ ତାଙ୍କ ଫିଲ୍ମର ଟିକେଟକୁ ୫୦ ଟଙ୍କା କରାଯାଇଛି । ତେବେ ଏହାପରେ ଲୋକେ କହିବାରେ ଲାଗିଛନ୍ତି ଯେ , ଆମ ଓଡ଼ିଆ ଫିଲ୍ମ ବୋଲି କହୁଥିବା ଲୋକେ ଏବେ ନିଜ ଫିଲ୍ମକୁ ନେଇ ଆଲୋଚନା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *