ଭାରତୀୟ କ୍ରିକେଟ ଦଳକୁ ମିଳିଲା ନୂଆ ମହେନ୍ଦ୍ର ସିଂହ ଧୋନୀ । ପ୍ରଶଂସକ ହେଲେ ଖୁସି ।

ଚଳିତ ବର୍ଷ ବିଶ୍ୱକପ ୨୦୨୩ ଅନୁଷ୍ଠିତ ହୋଇଥିଲା । ଯାହା ଉପରେ ୧୪୩ କୋଟି ଭାରତୀୟଙ୍କ ଆଶା ରହିଥିଲା ଯେ ଏଥର ଭାରତ ନିଶ୍ଚୟ ବିଶ୍ୱକପ ଟ୍ରଫି ଉଠାଇବ ବୋଲି । କିନ୍ତୁ ସବୁ ଆଶା ଏବଂ ଇଚ୍ଛା ମାଟିରେ ମିଶି ଯାଇଥିଲା ନଭେମ୍ବର ୧୯ ତାରିଖ ଦିନ । ଆଉ ଏହି ଦିନକୁ ହୁଏତ କେହିବି ଭୁଲି ପାରିବେ ନାହିଁ । କିନ୍ତୁ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଆଶ୍ୱାସନା ମିଳିଛି ଯେ ।

ଭାରତ ଆଉ ଜଣେ ଧୋନିଙ୍କୁ ପାଇଛି । ଆଜ୍ଞା ହଁ , ବିଶ୍ୱକପ ଶେଷ ହେବା ପରେ ସମସ୍ତେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମନେ ପକାଇ ଥିଲେ । କାରଣ ସେ ଜଣେ ଅନନ୍ୟ ଅଧିନାୟକ ଯିଏକି ନିଜର ଜବରଦସ୍ତ ପ୍ରଦର୍ଶନ ଏବଂ ଅଧିନୟକତ୍ୱ ଦ୍ୱାରା ଭାରତକୁ ଏକାଧିକ ଟ୍ରଫି ଜିତାଇବା ସହିତ ବିଶ୍ୱକପ ମଧ୍ୟ ହାତେଇଥିଲେ ।

ଏମିତି ମଧ୍ୟ କୁହାଯାଏ ଯେ ସେ ଷ୍ଟମ୍ପ ପଛରୁ ଦଳକୁ ମ୍ୟାଚ ଜିତାଇ ଦେଉଥିଲେ । କିନ୍ତୁ ଭାରତୀୟ ପ୍ରଶଂସକ ଦୁଃଖରେ ଧୋନୀଙ୍କୁ ମନେ ପକାଇଛନ୍ତି ଏବଂ ଏଭଳି ମାନା ଯାଏ ଯେ ହୁଏତ ଭବିଷ୍ୟତରେ ଏଭଳି ଅଧିନାୟକ କିମ୍ବା ଖେଳାଳି କେହି ଆସିବେ ନାହିଁ । କାରଣ ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ଫିନିସିଙ୍ଗ ହୁଏତ ଆଉ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ଚଳିତ ଟି ଟ୍ୱେଣ୍ଟିରେ ଦମଦାର ପ୍ରଦର୍ଶନ କରୁଥିବା ଯୁବ ଖେଳାଳି ରିଙ୍କୁ ସିଂହଙ୍କୁ ଦେଖି ସବୁ ପ୍ରଶଂସକ ଖୁସି ହୋଇ ଯାଇଛନ୍ତି ଏବଂ କହିଛନ୍ତି ଯେ ଭାରତକୁ ଆଉ ଏକ ଧୋନୀ ମିଳି ଯାଇଛି । କହିରଖିବୁ ଯେ ବିଶ୍ୱକପ ପରେ ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଘରୋଇ ଟି ଟ୍ୱେଣ୍ଟି ସିରିଜ ଖେଳୁଛି ।

ପ୍ରଥମ ମ୍ୟାଚ ବିଶାଖାପଟନମରେ ଖେଳାଯାଇଥିଲା । ଏଥିରେ ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ୨୦୮ ରନ କରିଥିଲା ଏବଂ ଭାରତକୁ ୨୦୯ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ ଭାରତ ନିଜର ଲକ୍ଷ୍ୟ ହାସଲ କରି ମ୍ୟାଚ ଜିତି ନେଇଥିଲା । ଏହି ମ୍ୟାଚରେ ରିଙ୍କୁ ସିଂହଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଚାପ ପୋଜିସନରେ ଲୟର ଅର୍ଡର ବ୍ୟାଟସମ୍ୟାନଙ୍କ ସହିତ ଧୌର୍ଯ୍ୟର ସହିତ ପ୍ରଦର୍ଶନ ବଜାୟ ରଖିଥିଲେ ରିଙ୍କୁ ସିଂହ ଏବଂ ଶେଷରେ ଚାରୋଟି ଚଉକା ସହିତ ବିଜୟ ପ୍ରଦାନ କରିଥିଲେ

ଏହାବ୍ୟତୀତ ପୂର୍ବରୁ ମଧ୍ୟ ରିଙ୍କୁ ସିଂହଙ୍କ ନାମରେ ଏକ ଅନନ୍ୟ ରେକର୍ଡ଼ ମଧ୍ୟ ରହିଛି । ତାଙ୍କୁ ଜଣେ ଶ୍ରେଷ୍ଠ ଫିନିଶର ମଧ୍ୟ କୁହାଯାଇ ପାରେ । ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଲୟର ଅର୍ଡରରେ ୧୫ ବର୍ଷ ଧରି ଫିନିଶିଙ୍ଗ ଭୂମିକାରେ ପ୍ରଦର୍ଶନ କରିଥିଲେ । ତେଣୁ ଏଥିପାଇଁ ରିଙ୍କୁ ସିଂହଙ୍କୁ ଦେଖି କ୍ରୀଡ଼ା ପ୍ରେମୀ ପରବର୍ତ୍ତୀ ମହେନ୍ଦ୍ର ସିଂହ ଧୋନୀ ମିଳି ଯାଇଥିବା କହୁଛନ୍ତି ।

Leave a Reply

Your email address will not be published. Required fields are marked *