ସାମ୍ନାକୁ ଆସିଲା କ୍ୟାମେରାମ୍ୟାନ ମାନସର ପୁରା ହତ୍ୟା ମାମଲା , ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ :-

କ୍ୟାମେରମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ମାମଲାକୁ ଅନେକ ଦିନ ବିତି ଯାଇଥିଲେ ହେଁ ପୋଲିସ ଏବଂ ତାପରେ କ୍ରାଇମବ୍ରାଞ୍ଚର ତ-ଦନ୍ତ ଦ୍ୱାରା ଅନେକ ରହସ୍ୟ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସମୟରେ ଏହି ଖବର ଆସି ପହଞ୍ଚିଛି ଯେ ମାନସ ସ୍ୱାଇଁ ହ-ତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିଛି ପୋଲିସ । ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣାର କାରଣ ଜାଣିବା ବାକି ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ଫେବୃଆରୀ ୫ ରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଭୁବନେଶ୍ୱର ଦେଇ ଚାନ୍ଦବାଲି ଯାଇଥିଲେ । ତେବେ ଫେବୃଆରୀ ୬ ରେ ଚାନ୍ଦବାଲି ରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମାନସ ୫ ତାରିଖରେ ଚାନ୍ଦବାଲି ଯାଇଥିଲେ । ତେବେ ସେ ଚାନ୍ଦବାଲି ରେ ଥିବା ଖବର ଜାଣିବା ପରେ ଶର୍ମିଷ୍ଠା ଏବଂ ଅନ୍ୟ ପାଞ୍ଚ ଜଣଙ୍କ ସହିତ ଫେବୃଆରୀ ୭ ରେ ଭୋର ସମୟରେ ଅପହରଣ କରାଯାଇଥିଲା ।

ତେବେ ଶର୍ମିଷ୍ଠାଙ୍କ ସମେତ ଅନ୍ୟ ପାଞ୍ଚ ଜଣ ମାନସଙ୍କୁ ଅପ-ହରଣ କରି ଭୁବନେଶ୍ୱରର ଦୟାଲ ଆଶ୍ରମକୁ ଆଣିଥିଲେ ଏବଂ ସେଠାରେ ତାଙ୍କୁ ମାଡ଼ ମାରି ହତ୍ୟା କରିଥିଲେ । ହ-ତ୍ୟା ପରେ ଫେବୃଆରୀ ୮ ତାରିଖରେ ନୟାଗଡ଼ର ରଣପୁରରେ ମାନସଙ୍କ ମୃ-ତଦେହକୁ ନେଇ ପୋତି ଦିଆଯାଇଥିଲା । କିନ୍ତୁ ମାର୍ଚ୍ଚ ୧୨ ତାରିଖରେ ନୟାଗଡ଼ ରଣପୁରର ଗୋଡ଼ିପୋଖରୀରୁ ମାନସଙ୍କ ମୃ-ତଦେହ ଉଦ୍ଧାର ପରେ ମାର୍ଚ୍ଚ ୧୪ ରେ ମାନସଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ଏବଂ ସେହିଠାରୁ ହିଁ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ।

 

ଏହାପରେ ପୋଲିସ ତଦନ୍ତ ଅନୁଯାୟୀ ମାର୍ଚ୍ଚ ୧୮ ରେ ରହସ୍ୟଜନକ ମେମୋରୀ ଚିପ ସମ୍ବନ୍ଧିତ ଅନେକ ସୂଚନା ମିଳିଥିଲା ଏବଂ ମାର୍ଚ୍ଚ ୨୦ ରେ ମାନସଙ୍କ ମା ଯମୁନା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ତାପରେ ଏସବୁ ପଛରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦେଶକ ନିରଞ୍ଜନ ସେଠୀ ଜଡ଼ିତ ଥିବା କଥା ମାର୍ଚ୍ଚ ୨୧ ରେ ଜଣା ପଡ଼ିଲା ଏବଂ ଗିରଫ ମଧ୍ୟ କରାଗଲା । ପରେ ପରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବରଙ୍କୁ ପୋଲିସ ଧରିବା ପରେ ମାର୍ଚ୍ଚ ୨୩ ରେ ଭୁବନେଶ୍ୱରର ଏୟାରଫିଲଡ଼ ଥାନା ସ୍କାଇଟାୱାର ଅପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ କାର ଜବତ ହେଲା ଯେଉଁଥିରେ ମାନସଙ୍କ ଅପହରଣ ଠାରୁ ଆରମ୍ଭ କରି ଶବ ନୟାଗଡ଼ ନିଆଯିବା ପର୍ଯ୍ୟନ୍ତ ସମସ୍ତ କାମ କରାଯାଇଥିଲା । ସେହି କାର ଶର୍ମିଷ୍ଠା ନିଜେ ଚଳାଇଥିବା ମଧ୍ୟ ସୂଚନା ମିଳିଥିଲା ।

ଏସବୁ ପରେ ମାର୍ଚ୍ଚ ୨୫ ରେ ଶର୍ମିଷ୍ଠାଙ୍କ ମାଙ୍କ ପ୍ରତିକ୍ରିୟା ଆସିଲା ଯେଉଁଥିରେ ସେ ଏସବୁ ପାଇଁ ନିରଞ୍ଜନ ସେଠୀଙ୍କୁ ଦାୟୀ କରିଥିଲେ । ଏବଂ ୨୮ ତାରିଖରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ପରେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଶର୍ମିଷ୍ଠାଙ୍କ ମୁଁହରୁ ଆଉ କେଉଁ ଅଭିଯୁକ୍ତଙ୍କ ନାମ ଆସୁଛି ଯିଏକି ଏହି ଘଟଣା ସହିତ ସମ୍ପୃକ୍ତ ।

Leave a Reply

Your email address will not be published. Required fields are marked *