ସମ୍ପର୍କ ନଥାଇବି ମନୋଜ ମିଶ୍ରଙ୍କ ପାଇଁ ଏଭଳି କିଛି ପୋଷ୍ଟ କଲେ ସ୍ତ୍ରୀ ମାନା ମିଶ୍ର । ଏଭଳି କରିଛନ୍ତି ମନୋଜଙ୍କ ମାର୍ଗ ଦର୍ଶନ ।

ବର୍ତ୍ତମାନ ସମୟରେ ସମଗ୍ର ଅଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ଲାଗି ରହିଛି । ଆଉ ଯାହାକୁ ନେଇ ବିଭିନ୍ନ ଅଭିନେତା , ନିର୍ଦେଶକ ଏବଂ ପ୍ରଯୋଜକଙ୍କ ମତ ପ୍ରାୟ ଦେଖିବାକୁ ମିଳୁଛି । ତେବେ ସବୁ ମାମଲା ମନୋଜ ମିଶ୍ର ଏବଂ ଟୁଟୁ ନାୟକଙ୍କ ମଧ୍ୟରେ ହୋଇଥିଲେ ହେଁ ବର୍ତ୍ତମାନ କିନ୍ତୁ ଏହି ବିବାଦ ବଢ଼ିବାର କାରଣ ଅନ୍ୟ କିଛି ରହିଛି । ଯେତେବେଳେ ଓଡ଼ିଶାରେ ମାଇଣ୍ଡ ଗେମକୁ ଲୋକେ ପସନ୍ଦ କରୁଛନ୍ତି ଏବଂ ଏହି ଫିଲ୍ମକୁ ହୋଲ ମଧ୍ୟ ମିଳୁଛି । ସେଠାରେ କିନ୍ତୁ ଅରିନ୍ଦମଙ୍କ ରାମ ଫିଲ୍ମକୁ ବ୍ୟାନ କରାଯାଇଛି । ଯାହାକି ବିବାଦ ଆହୁରି ବଢ଼ାଇ ଦେଇଛି ।

ଆଉ ଏଥିରେ ରାଜନୈତିକ ବିବାଦ ଏଣ୍ଟ୍ରି କରୁଥିବାର କିଛି ପ୍ରଯୋଜକ ମତ ରଖିଛନ୍ତି । ତେବେ କହିରଖିବୁ ଯେ ଏହି ବିବାଦ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି । ଯେଉଁ କାରଣରୁ ମାହୋଲ ଆହୁରି ଗରମ ରହିଛି । ତେବେ ବର୍ତ୍ତମାନ କିନ୍ତୁ ମନୋଜ ମିଶ୍ରଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମନୋଜଙ୍କୁ ସପୋର୍ଟ କରୁଥିବା ଦେଖା ଯାଇଛି । ମନୋଜ ଏବଂ ତାଙ୍କ ସ୍ତ୍ରୀ ମାନା ମିଶ୍ର ଗତ ଦୀର୍ଘ ବର୍ଷ ହେବ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ମାତ୍ର ଉଭୟେ ଆଜିବି ଭଲ ବନ୍ଧୁ ଭାବରେ ବଞ୍ଚୁଛନ୍ତି । ଆଉ ମନୋଜଙ୍କର ଖରାପ ସମୟରେ ସ୍ତ୍ରୀ ମାନା ତାଙ୍କ ସାଥିରେ ଏବଂ ସପକ୍ଷରେ ଥିବା ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି ।

ମାନା ମିଶ୍ର ଲେଖିଛନ୍ତି ଯେ ” ମନୋଜ ଆଉ ଏସବୁ ବିଷୟରେ ଅଧିକ ସମାଲୋଚନା ନକରି ଯେଉଁ ପ୍ରଯୋଜକ ଏବଂ ଲୋକଙ୍କ ସହିତ ମିଶି ଇଣ୍ଡଷ୍ଟ୍ରିରେ ଏତେ ବାଟ ଚାଲି ଆସିଛନ୍ତି ସେମାନଙ୍କ ସହିତ ମିଶି ପୁଣିଥରେ ଏକ ନୂଆ ଆରମ୍ଭ କରନ୍ତୁ ବୋଲି । କାରଣ ସେହି ପ୍ରଯୋଜକଙ୍କ କାମ ପାଇଁ ହିଁ ମନୋଜ ଆଜି ଏତେ ଲୋକପ୍ରିୟ ଏବଂ ତାଙ୍କୁ ଓଡ଼ିଶାର ସବୁ ଲୋକ ଜାଣିଛନ୍ତି ।

ପୁଣି ଜୀବନ ଏହିଠାରେ ଶେଷ ହୋଇଯାଇ ନାହିଁ । ତେଣୁ ମାନା ମିଶ୍ର ମନୋଜ ମିଶ୍ରଙ୍କୁ ଏବେ ଠାରୁ ଚିନ୍ତିତ ନହୋଇ ପୁଣିଥରେ କାମ କରିବାକୁ କହିଛନ୍ତି । ସେ ମନୋଜ ମିଶ୍ରଙ୍କୁ ଟୁଟୁ ନାୟକଙ୍କ ସହିତ କଥା ହେବା ସହିତ ସମସ୍ତଙ୍କ ସହିତ ମିଶିବାକୁ ମଧ୍ୟ କହିଛନ୍ତି । ସମ୍ପର୍କ ଭାଙ୍ଗି ଯାଇଛି ସତ କିନ୍ତୁ ସେ ମନୋଜ ମିଶ୍ରଙ୍କୁ ତାଙ୍କୁ ବ୍ୟାନ କରିଥିବା ଟୁଟୁ ନାୟକଙ୍କ ସହିତ ରାଗ ନରଖି କଥା ହେବାକୁ କହିଛନ୍ତି ଏବଂ ମିଶି ଯିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *