ବାହାଘରକୁ ମାତ୍ର ୬ ମାସ , ବୋହୂର ଦୁଇଟି ଯାକ କିଡନୀ ଖରାପ

ଘରକୁ ସୁନା ନାକି ବୋହୂଟିଏ ଆସିଥିଲା । ସମସ୍ତେ ବେଶ୍ ଖୁସି ଥିଲେ । ସମସ୍ତେ ଚାହୁଁଥିଲେ ଆମ ଘରକୁ ନୂଆ ବୋହୂଟିଏ ଆସି ଆମର ଯତ୍ନ ନେବ ଆଉ ଆମ କଥା ବୁଝିବ । କିନ୍ତୁ ସେ ସବୁ ସ୍ବପ୍ନ ଅଧାରେ ରହିଗଲା । କାହିଁକି ନା ଜୀବନରେ ଏମିତି ଏକ ଝଡ଼ ଆସିଲା ଯେଉଁ ଝଡ ସବୁକିଛି ଧୂଳିସାତ କରିଦେଲା । ଆଉ ଖୋଲାସା ହେଲା ଏପରି କିଛି ସତ । ଯାହା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା ଆଉ ସମସ୍ତେ ଆଶ୍ଚର୍ୟ୍ଯ ହୋଇଗଲେ । ତେବେ ଏପରି ଏକ ଘଟ-ଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ଏପରି ଏକ ଦୁଃ-ଖଦ ଘଟ-ଣା ଦେଖିବାକୁ ମିଳିଛି , ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ତାଳପୁର ପଞ୍ଚାୟତର ରଣିଆଗଞ୍ଜ ଗାଆଁରେ । ସୂଚନା ଅନୁଯାୟୀ , ଛଅ ମାସ ପୂର୍ବରୁ ରଣିଆଗଞ୍ଜ ଗାଆଁର ଗଙ୍ଗାଧର ବେହେରାଙ୍କ ବଡ ଝିଅ ଶୁଭ୍ରାଲିନ ବେହେରାଙ୍କ ବିବାହ ରେମୁଣା ବ୍ଲକ ଶ୍ରୀଜଙ୍ଗ ଗାଆଁର ଭାଗବତ ବିଶ୍ଵାଳଙ୍କ ସହିତ ହୋଇଥିଲା । ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ସମସ୍ତେ ନୂଆ ବୋହୂକୁ ପାଇ ବହୁତ ଖୁସି ଥିଲେ । କିନ୍ତୁ ଦିନେ ଏପରି ଏକ ଘ-ଟଣା ଘଟିଥିଲା , ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା ।

ଅର୍ଥାତ୍ ଦିନେ ଦେଖିଲା ବେଳକୁ ଶୁଭ୍ରାଲିନଙ୍କ ଗୋଡ ଫୁଲି ଯାଇଥିଲା ଆଉ ତାଙ୍କ ଦେହ ଅସୁସ୍ଥ ଲାଗୁଥିଲା । ତେବେ ପରିବାର ଲୋକ ଏହାକୁ ସାଧାରଣ ବୋଲି ଭାବିଥିଲେ କିନ୍ତୁ ଧିରେ ଧୀରେ ଯେତେବେଳେ ଏହା ବଢ଼ିବାକୁ ଲାଗିଥିଲା ଘର ଲୋକ ବ୍ୟସ୍ତ ହୋଇ ଯାଇଥିଲେ । ଆଉ ଡାକ୍ତରଙ୍କୁ ଦେଖାଇବା ବେଳକୁ ଡାକ୍ତର ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ । କିନ୍ତୁ ତଥାପି କିଛି ଠିକ୍ ହୋଇ ନଥିଲା , ପରିବାର ଲୋକ ତାଙ୍କୁ ନେଇ କଟକ ବଡ ମେଡ଼ିକାଲରେ କିଡନୀ ରୋଗ ବିଭାଗରେ ଦେଖାଇଥିଲେ ।

ତେବେ ସେଠାରୁ ଜଣା ପଡିଥିଲା ଯେ , ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । ବର୍ତ୍ତମାନ ସମୟରେ ଶୁଭ୍ରାଲିନଙ୍କ ଚିକିତ୍ସା ଚାଲିଛି । ତାଙ୍କ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ଵାମୀ ଆଣି ତାଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇଛନ୍ତି । ଆଉ ବାପା ମାଆ ତାଙ୍କ ଚିକିତ୍ସା କରାଉଛନ୍ତି । ତେବେ ବାପାଙ୍କ ଆର୍ଥିକ ଅବସ୍ଥା ଏତେ ଭଲ ହୋଇ ନଥିବାରୁ ସେ ବର୍ତ୍ତମାନ ଝିଅର ଚିକିତ୍ସା କରିବା ପାଇଁ ସାହାଯ୍ୟ ମାଗିଛନ୍ତି । ଦୟାକରି ସମସ୍ତେ ତାଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବାକୁ ସେ ହାତ ଯୋଡ଼ି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *