ମାମୁଁ ଉଠାଇ ନେଲେ ମୋ ସ୍ତ୍ରୀକୁ , ଥା-ନାରେ ଅଭି-ଯୋଗ ଦେଲେ ସ୍ଵାମୀ

ପ୍ରେମ କରି ବିବାହ କରିଥିଲେ । ଆଖିରେ ଆଖିଏ ସ୍ବପ୍ନ ନେଇ ସାରା ଜୀବନର ସାଥି ହୋଇ ଏକାଠି ରହିବେ ବୋଲି ଭାବି ନେଇଥିଲେ । କିନ୍ତୁ ଅଧାରେ ରହିଗଲା ସବୁ ସ୍ବପ୍ନ । କାହିଁକି ନା ବର୍ତ୍ତମାନ ସମୟରେ ସ୍ତ୍ରୀ ନାହିଁ ଆଉ ସ୍ତ୍ରୀକୁ ଖୋଜି ଖୋଜି ସ୍ଵାମୀ ପାଗଳ ଭଳି ହୋଇ ଯାଇଛି । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ଚହଳ ସୃଷ୍ଟି କରି ଦେଇଛି । ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ଖୋଜିବାରେ ଲାଗି ପଡ଼ିଛି । ଜଣେ ସ୍ୱାମୀର ବେଦନା ଶୁଣିବାକୁ ବର୍ତ୍ତମାନ ତାଙ୍କ ପାଖରେ କେହି ନାହାନ୍ତି ବାସ୍ ସ୍ଵାମୀ ଜଣକ ଏକୁଟିଆ ନିଜ ସ୍ତ୍ରୀର ସନ୍ଧା-ନରେ ଅଛନ୍ତି ।

ତେବେ ଏପରି ଏକ ଘ-ଟଣା ବିଷୟରେ ଅଭିଯୋଗ କରିଛନ୍ତି ଗୋପାଳ ବେହେରା । ନିଜ ସ୍ତ୍ରୀକୁ ଖୋଜୁଥିବା କଥା ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ଏଇ ମାତ୍ର ୧୧ ଦିନ ଆଗରୁ ସେ ହରିଷଣ୍ଡ ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ବାଳଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଯେହେତୁ ତାଙ୍କ ବାପା କୋଲକାତାରେ ଚାକିରି କରୁଛନ୍ତି , ତେଣୁ କୋଲକାତାରେ ହିଁ ଉଭୟଙ୍କର ବିବାହ କରାଇ ଦେଇଥିଲେ । ତେବେ ଏହା ପ୍ରେମ ବିବାହ ଥିଲା । ଗୋପାଳ ଏବଂ ଲକ୍ଷ୍ମୀପ୍ରିୟା ୨ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ ଆଉ ବର୍ତ୍ତମାନ ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ମାତ୍ର ୧୮ ବର୍ଷ ହୋଇଛି ।

ତେବେ କିଛି ଦିନ ଆଗରୁ ଗୋପାଳଙ୍କୁ ଲକ୍ଷ୍ମୀପ୍ରିୟା ଫୋନ୍ କରି ତାଙ୍କୁ ତାଙ୍କ ଘରେ ବାହା କରାଇ ଦେବା କଥା କହିଥିଲେ । ଆଉ କହିଥିଲେ କି , ତାଙ୍କୁ ଆସି ଘରୁ ନେଇ ଯିବା ପାଇଁ । ଯାହାପରେ ଗୋପାଳ ତାଙ୍କୁ ନେଇ ମନ୍ଦିରରେ ବିବାହ କରିଥିଲେ । ତେବେ ଏହା ପରେ ତାଙ୍କ ଘର ଲୋକ ଗୋପାଳଙ୍କୁ ଧ-ମକ ଦେଇଥିଲେ କି , ତୁ ଆମ ଝିଅକୁ ନେଇ ଗଲୁ ଆମେ ତୋତେ ଛାଡ଼ିବୁ ନାହିଁ ଆଉ ତାଙ୍କ ମାମୁଁ କହିଥିଲେ କି , ଝିଅକୁ ଉଠାଇ ନେବେ । ତେବେ ବର୍ତ୍ତମାନ ସମୟରେ ତାହା ହିଁ ହେଲା ।

ତାଙ୍କ ମାମୁଁ କହିଥିବା କଥା ସତ ହେଲା । ଗୋପାଳ କହିଛନ୍ତି କି , ତାଙ୍କ ସ୍ତ୍ରୀଙ୍କ ପାଖରେ ଫୋନ୍ ନଥିଲା ତେଣୁ ସେ ତାଙ୍କୁ ଏକ ମୋବାଇଲ ଫୋନ୍ କିଣି ଆଣି ଦେଇଥିଲେ । ତେବେ ଏହାପରେ ସ୍ତ୍ରୀ ବୋଧ ହୁଏ ତାଙ୍କ ଘର ଲୋକଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଆଉ ଘର ଲୋକ ଯୋଜନା କରି କିପରି ଭାବରେ ତାଙ୍କ ସ୍ତ୍ରୀଙ୍କୁ ଘରୁ ଉଠାଇ ନେଇ ଯାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ତ୍ରୀ ତାଙ୍କର କେଉଁଠି ଅଛି ସେ ଜାଣି ନାହାନ୍ତି । ଆଉ ସ୍ତ୍ରୀଙ୍କୁ ଖୋଜିବା ପାଇଁ ସେ ଚାରିଆଡ଼େ ବୁଲୁଛନ୍ତି । କେବଳ ଏତିକି ନୁହେଁ , ସେ ଥା-ନାରେ ମଧ୍ୟ ଅଭି-ଯୋଗ ଦେଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *