ଗଣମାଧ୍ୟମରେ ନିଜ ପ୍ରେମ କାହାଣୀ ବିଷୟରେ କହି ଜୁନିୟର ଲିପୁନ କହିଲେ ଏମିତି କଥା । ” ଛୋଟ ସାପ ଯାହା କରି ପାରିବ ତାହା ଗୋଟେ ବଡ଼ ସାପ କରି ପାରିବ ନାହିଁ …… ” ।

ଜୁନିୟର ଲିପୁନଙ୍କୁ ଓଡ଼ିଶାର ପ୍ରାୟ ସମସ୍ତେ ଜାଣିଛନ୍ତି । ଅନେକ କମେଡ଼ି ଶୋ ଜରିଆରେ ବଡ଼ ପରଦାରେ ନିଜ ପରିଚୟ ବନାଇ ଥିବା ଲିପୁନ ବର୍ତ୍ତମାନ ନିଜ ପ୍ରେମ କାହାଣୀ ଏବଂ ବିବାହକୁ ନେଇ ଗଣମାଧ୍ୟମରେ କହିଛନ୍ତି । ତେବେ କେବଳ ସେତିକି ନୁହେଁ ତାଙ୍କର ଏଭଳି ସଫଳତା ପଛରେ କେଉଁ ମାନଙ୍କ ହାତ ରହିଛି ତାହା ମଧ୍ୟ ସେ କହିଛନ୍ତି । କିଭଳି ସେ ନିଜ ଦୁର୍ବଳତାକୁ ନଜର ନଦେଇ ଲୋକଙ୍କ କଥା ନଶୁଣି ନିଜ ମନକୁ ଦୃଢ଼ କରି ଏଭଳି ଜାଗାରେ ପହଞ୍ଚି ପାରିଛନ୍ତି ସେହି ବିଷୟରେ ସମସ୍ତଙ୍କୁ କହିଛନ୍ତି । ତେବେ ଖୁସିର କଥା ଏହା ଯେ ଲିପୁନ ବାମନ ହୋଇବି ସୁଦ୍ଧା ତାଙ୍କ ଜୀବନସାଥୀ ଅନୁ ତାଙ୍କୁ ଖୁବ ଭଲ ପାଆନ୍ତି । ଆଉ ଏଥିରୁ ବିଶ୍ୱାସ କରିହେଉଛି ଯେ ପ୍ରେମ ସଚ୍ଚା ହୋଇଥିଲେ କାହାରି ଦୁର୍ବଳତା ନଜର ଆସି ନଥାଏ ।

ଆଉ ବର୍ତ୍ତମାନ ଏହାକୁ ମଧ୍ୟ ଜୋର ଦେଇ କହିଛନ୍ତି ଜୁନିୟର ଲିପୁନ । ଜୁନିୟର ଲିପୁନ ଏବଂ ତାଙ୍କ ସ୍ତ୍ରୀ ଅନୁଙ୍କ ବିବାହକୁ ୬ ମାସ ବିତି ଯାଇଛି । ଦୁହେଁ ବେଶ ଖୁସି ଥିବା ମଧ୍ୟ ନଜର ଆସିଛନ୍ତି । ତେବେ ଗଣମାଧ୍ୟମରେ ଲିପୁନ ନିଜ ପ୍ରେମ କାହାଣୀ କହିବା ସହିତ ନିଜ କ୍ୟାରିଅରକୁ ଗଢ଼ିବା ପାଇଁ ତାଙ୍କୁ କେଉଁମାନେ ସହାୟତା କରିଛନ୍ତି ସେହି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଷଣ୍ଢ ଭାଇ ଏବଂ ଡେଜି ଭାଉଜ ସବୁବେଳେ ତାଙ୍କ ସହାୟତା କରିଛନ୍ତି । ଏମିତିକି ତାଙ୍କ ପ୍ରେମ ସମ୍ପ-ର୍କକୁ ସପୋର୍ଟ ମଧ୍ୟ କରିଛନ୍ତି । ସେମାନଙ୍କୁ ସେ ନିଜ ଭାଇ ଭାଉଜ ମଣୁଥିବା ମଧ୍ୟ କହିଛନ୍ତି । ଗାଁ ଆଖଡ଼ାରୁ ଭାଇରଲ ହୋଇଥିବା ଏହି ଜୁନିୟର ଲିପୁନ କିଭଳି କମିଡିୟାନ ପପୁଙ୍କ ନଜରକୁ ଆସିବା ସହିତ ଲୋକଲୋଚନକୁ ଆସିଥିଲେ ତାହାର ଅନୁଭୂତି ସେୟାର କରିଛନ୍ତି ।

ଗାଁ ଆଖଡ଼ାରୁ ଭାଇରଲ ହେବା ପରେ ପ୍ରଥମେ ଗିରିଜା ଶଙ୍କର ଅର୍ଥାତ କାକା କମେଡ଼ିରେ ସେ କିଛିଦିନ କାମ କରିଥିଲେ । ତାଙ୍କ ସଫଳତା ପାଇଁ ସେ ଗିରିଜାଙ୍କୁ ମଧ୍ୟ ଶ୍ରେୟ ଦେବା ସହିତ ସଞ୍ଜୟଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ କଷ୍ଟେ ମଷ୍ଟେ ଖୁବ ସଂ-ଘର୍ଷ ପରେ ବିବାହ ହେବାପରେ ସଞ୍ଜୟଙ୍କ ୟୁଟୁବ ଚ୍ୟାନେଲରେ ଦୁହେଁ ଏକ ଏଲବମରେ କାମ ମଧ୍ୟ କରିଥିଲେ । ସେମାନଙ୍କ କ୍ୟାମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିବା ଦେଖା ଯାଇଥିଲା । ଦୁହିଁଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିଥିଲା । ଏମିତିରେ ଜୁନିୟର ଲିପୁନଙ୍କ କେମେଡ଼ି ଏବଂ ଅଭିନୟକୁ ଲୋକେ ପସନ୍ଦ ମଧ୍ୟ କରନ୍ତି । ସର୍ବପରେ ଲିପୁନ ବାମନ ହୋଇଥିବାରୁ ତାଙ୍କୁ ଲୋକଙ୍କ ଠାରୁ ଅନେକ ସମୟରେ ଅନେକ କଥା ଶୁଣିବାକୁ ପଡ଼ିଥାଏ ।

ହୁଏତ ଏଭଳି କଥାକୁ ମଣିଷ ଗ୍ରହଣ କରିବା କିମ୍ବା ନକରିବା ତା ନିଜ ଉପରେ ନିର୍ଭର କରେ । କିନ୍ତୁ ମଣିଷର ଏସବୁ କଥାକୁ ତ ନିଶ୍ଚିତ ଭାବରେ ଶୁଣିବ । ତେବେ ଲିପୁନ ଏଭଳି କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି । ଆଉ କହିଛନ୍ତି ଯେ ” ଛୋଟ ସାପ ଯାହା କରି ପାରିବ ତାହା ବଡ଼ ସାପ କେବେ କରି ପାରିବ ନାହିଁ । ତେଣୁ ଦୁନିଆରେ କାହାକୁ ଛୋଟ ଭାବିବା ଉଚିତ ନୁହେଁ । କାରଣ ମନୁଷ୍ୟ ନିଜ କର୍ମ ଦ୍ୱାରା ହିଁ ବଡ଼ ହୋଇଥାଏ ନିଜ ବଳ ଦ୍ୱାରା କିମ୍ବା ରୂପ ଦ୍ୱାରା କିମ୍ୱା ଉଚ୍ଚତା ଦ୍ୱାରା ନୁହେଁ । ” ନିଜର ଏକ ଉଦାହରଣ ଦେଇ ସବୁ ଲୋକଙ୍କୁ ବେଶ ଭଲ କଥା ଶିକ୍ଷା ଦେଇଛନ୍ତି ଜୁନିୟର ଲିପୁନ ଏବଂ ନିଜ ଜୀବନରର ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା କରିଥିବା ତାଙ୍କ ପରିବାର ଲୋକ ଏବଂ ସାଙ୍ଗ ସାଥୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *