ଶାଶୁଘରର ଇଚ୍ଛା ପୂରଣ ପାଇଁ ଏମିତି କିଛି କାମ କରି , ସିଧାସଳଖ ଜେଲ ପହଞ୍ଚିଗଲେ ବୋହୂ

ଏ ବିଶ୍ୱକୁ ଆଶ୍ଚର୍ଯ୍ୟକର ବିଶ୍ୱ କହିଲେ , କୌଣସି ଭୁଲ୍ ହେବ ନାହିଁ । କାହିଁକି ନା ପ୍ରତିଦିନ ଏଠାରେ କୌଣସି ନା କୌଣସି ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ , ଯାହାକୁ ବିଶ୍ୱାସ କରିବା ଟିକିଏ କଷ୍ଟକର ହୋଇପଡେ । ତେବେ ଅନ୍ୟପକ୍ଷରେ କହିବାକୁ ଗଲେ , ଏ ଦୁନିଆଁ ତ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟର ଦୁନିଆଁ ହୋଇଗଲାଣି । ଏହାର ଉପଯୋଗ କରି ଲୋକେ ନାନା ପ୍ରକାରର କାମ କରିପାରୁଛନ୍ତି । ତେବେ ଥରେ ଚିନ୍ତା କରନ୍ତୁ , ଆପଣ ଯଦି ଏହି ଇଣ୍ଟରନେଟର ସଦୁପଯୋଗ ପରିବର୍ତ୍ତେ ଦୁରୁପଯୋଗ କରିବେ , ତେବେ ପରିସ୍ଥିତି କେତେ ଖରାପ ହେବ । ତେବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଅଛି । ଯେଉଁଠି ନିଜ ଶାଶୁଘର ଲୋକଙ୍କର ଇଚ୍ଛାକୁ ପୂରଣ କରିବାପାଇଁ ବୋହୁ ନକଲି ଅଫିସର ହୋଇ ଯାଉଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା

ସାଧାରଣତଃ ବିବାହରେ ବର ଘର ଲୋକ ନିଜର ଅନେକ ଇଚ୍ଛା ରଖିଥାନ୍ତି । କାହାକୁ ଭଲ ବୋହୁ ଦରକାର ଥାଏ ତ ଆଉ କାହାକୁ ପାଠୁଆ ବୋହୁ । ଆଉ ପୁଣି କାହାକୁ ଗୋରୀ ବୋହୁ ପୁଣି ଆଉ କାହାକୁ ସୁନ୍ଦର ଏବଂ ସୁଶୀଳ ବୋହୂର ଆବଶ୍ୟକତା ରହିଥାଏ । ଏହାଛଡା ମଧ୍ୟ ଯୌତୁକର ଆବଶ୍ୟକତା ନିଶ୍ଚିତ ଭାବରେ ରହିଥାଏ । କିନ୍ତୁ ଏଠାରେ ଆମେ ଯେଉଁ ଇଚ୍ଛା ବିଷୟରେ କହିବାକୁ ଯାଉଛୁ , ତାହା ସମ୍ପୂର୍ଣ୍ଣ ଅଲଗା ଅଟେ । ତେବେ ମହାରାଷ୍ଟ୍ରର ଏହି ଝିଅ ନିଜ ଶାଶୁଘର ଲୋକଙ୍କର ଇଚ୍ଛା ପୂରଣ ପାଇଁ ଏମିତି କିଛି କରିଦେଲେ , ଯାହା ତାଙ୍କୁ ସିଧାସଳଖ ଜେଲ ପହଞ୍ଚାଇ ଦେଲା ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ଏହି ଘଟଣାଟି ମଧ୍ୟପ୍ରଦେଶର ଅଟେ । ଆଉ ସେଠାକାର ଜଣେ ଯୁବତୀ ସନମତି କ୍ଷିପ୍ରଙ୍କର ବିବାହ ନିର୍ଧାରିତ ହୋଇ ସାରିଥିଲା । ତେବେ ବର କନ୍ୟା ଉଭୟଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ ଏବଂ ଘର ପରିବାର ମଧ୍ୟରେ କଥା ମଧ୍ୟ ଆଗକୁ ବଢି ଯାଇଥିଲା । ତେବେ ଏ ସବୁ ମଧ୍ୟରେ ଶାଶୁଘର ଲୋକଙ୍କୁ ଅଫିସର ବୋହୂଟିର ଆବଶ୍ୟକତା ରହିଥିଲା । ଆଉ ଯାହା କାହାଣୀରେ ଏକ ନୂଆ ମୋଡ଼ ଆଣିଥିଲା ।

ତେବେ ନିଜ ଶାଶୂଘର ଲୋକଙ୍କର ଏଭଳି ଶର୍ତକୁ ଶୁଣି ଝିଅଟି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଆଉ ଏହାପରେ ସେ କଣ କରିବ , ସେ ନେଇ ଚିନ୍ତାରେ ପଡ଼ି ଯାଇଥିଲା । ତେବେ ଏ ସବୁ ମଧ୍ୟରେ ତା ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଥିଲା । ସେ ବିଏସଏଫ ତାଲିକାରେ ସଫ୍ଟୱୟାର ସାହାଯ୍ୟରେ ନିଜ ନାମକୁ ଲେଖାଇଥିଲା । ଆଉ ସିଧାସଳଖ ଶାଶୁଘରକୁ ଯାଇ ଆସିଷ୍ଟାଣ୍ଟ କମାଡେଣ୍ଟ ପଦବୀରେ ନିଯୁକ୍ତି କଥା କହିଥିଲା । ଆଉ ଏହା ଶୁଣିବା ପରେ ଶାଶୁଘର ଲୋକ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । ତାପରେ ସେ ତାର ନିଯୁକ୍ତି ପତ୍ରକୁ ଶାଶୁଘର ଲୋକଙ୍କୁ ଦେଖାଇଥିଲା । ତେବେ ଏହା ପରେ ଯାହା ଘଟିଥିଲା , ତାହା ଆହୁରି ଚମକାଇ ଦେବା ଭଳି ଥିଲା । ଶାଶୁଘର ଲୋକେ ଏହା ପରେ ବୋହୂକୁ ଚାକିରୀରେ ଯୋଗ ଦେବା କଥା କହିଥିଲେ , ତାପରେ ଯାଇ ସେମାନେ ବିବାହ କରାଇବେ ବୋଲି ମଧ୍ୟ କହିଥିଲେ ।

ଏହାକୁ ଶୁଣିବା ମାତ୍ରେ ତାର ମୁଣ୍ଡ ବୁଲାଇ ଦେଇଥିଲା । କିନ୍ତୁ ସେ ଡରି ନଥିଲା । ସେ ନିଜର ମୁଣ୍ଡ ଖେଳାଇ ଥିଲା । ନିଜ ଶାଶୁଘରର ଇଚ୍ଛାକୁ ପୁରଣ କରିବାପାଇଁ ସେ ଚାକିରୀରେ ଯୋଗ ଦେବାପାଇଁ ଫେବୃଆରୀ ୨୧ ତାରିଖରେ ବିଏସଏଫ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲା । ଆଉ ଆସିଷ୍ଟାଣ୍ଟ କମାଡେଣ୍ଟ ପଦବୀରେ ନିଯୁକ୍ତି ଦେବା କଥା ନିଜେ କହିଥିଲା । ଏହା ଛଡା ମଧ୍ୟ ଟ୍ରେନିଂ ଆରମ୍ଭ କଥା କହିଥିଲା । ତେବେ ଏହାପରେ ଏଭଳି କିଛି ହୋଇଥିଲା , ଯାହା ତାଙ୍କୁ ସିଧାସଳଖ ଜେଲ ପହଞ୍ଚାଇ ଦେଇଥିଲା ।

ତେବେ ମିଳିଥିବା ସୂଚନା ଅନୁସାରେ , ଏହାପରେ ଯୁବତୀ ଜଣକ ନିଜ ନିଯୁକ୍ତି ପତ୍ରକୁ ଦେଖାଇଥିଲା । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ନିଜ ନିଯୁକ୍ତି ପତ୍ରରେ ସେ ଯେଉଁ ଅଫିସରଙ୍କର ଦସ୍ତଖତ ପେଷ୍ଟ କରିଥିଲା , ସେ ୧୦ ବର୍ଷ ପୂର୍ବରୁ ଅବସର ନେଇ ସାରିଥିଲେ । ଏହାପରେ ଯୁବତୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସନ୍ଦେହ କରା ଯାଇଥିଲା । ଆଉ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରାଯାଇଥିଲା । ତେବେ ପରେ ପୋଲିସ ତାଙ୍କୁ ଏ ବିଷୟରେ ପଚରାଉଚରା କରିଥିଲା କିନ୍ତୁ ସେ କିଛି ମଧ୍ୟ ସ୍ୱୀକାର କରିନଥିଲେ । ତେବେ ଅନେକ ସମୟ ପରେ ସେ ନିଜ ଭୁଲ୍ କୁ ସ୍ୱୀକାର କରିଥିଲେ । ଆଉ ଜେଲ ଯାଇଥିଲେ ।

Leave a Reply

Your email address will not be published. Required fields are marked *