ଗଣମାଧ୍ୟମରେ ଏଭଳି କହିଲେ ଆଥଲେଟ ଦୁତି ଚାନ୍ଦ । କିଭଳି ଗୋଟିଏ ଝିଅ ପ୍ରତି ହୋଇଥିଲା ତାଙ୍କର ଭଲ ପାଇବା ।

ଓଡ଼ିଶାର ମହିଳା ଆଥଲେଟ ଦୁତି ଚାନ୍ଦଙ୍କୁ କିଏ ବା ନଜାଣେ । ତେବେ ସେ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ପରିଚିତ । ଖୁବ ଏକ ଗରିବ ପରିବାରରୁ ଯାଇ ସେ ଯେ ଏଭଳି ନିଜର ନାମ ବନାଇବେ ତାହା କେହି ଭାବି ସୁଦ୍ଧା ନଥିଲେ । ଯାଜପୁର ଜିଲ୍ଲାର ଗୋପାଳପୁରର ବୁଣାକାର ପରିବାରରେ ତାଙ୍କର ଜନ୍ମ । ତେବେ ବର୍ତ୍ତମାନ ସମୟରେ ଦୁତି ଚାନ୍ଦଙ୍କର ଏକ ଇଣ୍ଟରଭିଉ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଠି ସେ ଜୀବନର ସଂ-ଘର୍ଷ ବିଷୟରେ କହିଛନ୍ତି । ତେବେ ସେ କହିଛନ୍ତି ଯେ ପ୍ରଥମେ ଦୌଡ଼ ପ୍ରତି ତାଙ୍କର ମନୋବଳ ଥିବାରୁ ସେ ଅଭ୍ୟାସ ଆରମ୍ଭ କରିଥିଲେ ।

ମାତ୍ର ସେତେବେଳେ ତାଙ୍କ ପାଖରେ ନା ଜୋତା ନା ଫାଙ୍କା ପଡ଼ିଆ ଥିଲା । ମାତ୍ର ତାଙ୍କ ମା ତାଙ୍କୁ ସବୁବେଳେ ସପୋର୍ଟ କରୁଥିଲେ ଏବଂ ସେ ନଦୀ କୂଳରେ ଦୌଡ଼ ଅଭ୍ୟାସ ଆରମ୍ଭ କରିଥିଲେ । ସ୍କୁଲ ମାନଙ୍କରେ ଦୌଡ଼ରେ ଚମ୍ପିୟାନ ହେବା ପରେ ୨୦୦୬ ରେ ସେ ଭୁବନେଶ୍ବର ସ୍ପୋର୍ଟସ ହଷ୍ଟେଲରେ ଜୋଏନ କରିଥିଲେ ଏବଂ ସେହିଠାରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।

ତାପରେ ସେ କେବେ ଅଟକି ନାହାଁନ୍ତି । ପ୍ରଥମେ ଜାତୀୟ ସ୍ତରରେ ଏବଂ ପରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲର ବିଜେତା ହୋଇଥିଲେ ଦୁତି ଚାନ୍ଦ । ତେବେ କହି ରଖିବୁ ଯେ ୨୦୧୫ ମସିହାରେ ଦୁତିଙ୍କ ଜୀବନରେ ଯେପରି ଏକ ବଡ଼ ସମସ୍ୟା ଦେଖା ଦେଇଥିଲା ।

କ୍ରୀଡା ପୂର୍ବରୁ ହୋଇଥିବା ଏକ ଟେଷ୍ଟ ଅନୁଯାୟୀ ତାଙ୍କୁ ବେନ କରାଯାଇଥିଲା । ପୁଣି ଏପଟେ ଲୋକେ ତାଙ୍କୁ ପୁରୁଷ କହି ବଦ-ନାମ କରିଥିଲେ । ଯେଉଁ କାରଣରୁ ତାଙ୍କୁ ଖୁବ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ତେବେ ଦୁତି ଚାନ୍ଦ ସେଥିରେ ମଧ୍ୟ ବସି ଯାଇ ନଥିଲେ ଏବଂ ନ୍ୟା-ୟ ପାଇଁ କେସ ପିଟିସନ ମଧ୍ୟ ଫାଇଲ କରିଥିଲେ । କେସ ତାଙ୍କ ସପକ୍ଷରେ ମଧ୍ୟ ଯାଇଥିଲା ।

ତେବେ ସେ ପ୍ରଥମ ମହିଳା ଯିଏକି ଏହା ସାମ୍ନାକୁ ଆଣିଥିଲେ ଯେ କ୍ରୀଡ଼ା ପାଇଁ ଜେଣ୍ଡର ଅତି ଜରୁରୀ ନୁହେଁ । ତେବେ ଦୁତି ଚାନ୍ଦ ନିଜକୁ ପ୍ରମାଣିତ କରିବା ପାଇଁ ଚ୍ୟା-ଲେଞ୍ଜ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ । ତେବେ ଦୁତି ଚାନ୍ଦଙ୍କ ବିବାହକୁ ନେଇ ସେ ନିଜେ କହିଛନ୍ତି ଯେ କିଭଳି ତାଙ୍କର ସେହି ଝିଅ ପ୍ରତି ଆଟ୍ରାକ୍ସନ ହୋଇଥିଲା ଏବଂ ଦୁହେଁ ପ୍ରେମ କରି ବସିଥିଲେ । କିନ୍ତୁ ଆଜିବି ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *