ଅଯୋଧ୍ୟାରେ କାହିଁକି କରାଯାଇଛି ରାମ ମନ୍ଦିର ସ୍ଥାପନ । କାହିଁକି କରାଯାଇଛି ୫ ବର୍ଷର ବାଳକ ମୂର୍ତ୍ତି ସ୍ଥାପନ ।

ଅଯୋଧ୍ୟାରେ ରାମ ମନ୍ଦିର ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । କେବଳ ଦାନ ଟଙ୍କାରେ ମନ୍ଦିରର ପ୍ରଥମ ମହଲା ହୋଇଥିବା କଥା ଆପଣ ମାନେ ତ ନିଶ୍ଚିତ ଶୁଣିଥିବେ । ରାମ ମନ୍ଦିରରେ ରାମଲାଲାଙ୍କର ସ୍ୱରୂପ ସ୍ଥାପିତ ହୋଇ ସାରିଛି । ଭବ୍ୟ ରାମ ମନ୍ଦିର ଏବଂ କୌଶଲ୍ୟା ନନ୍ଦନଙ୍କ ମନମୋହକ ମୂର୍ତ୍ତି ଦେଖି ଭକ୍ତଗଣ ଭାବ ବିହ୍ଵଳ ହୋଇ ଉଠିଛନ୍ତି । ୫୦୦ ବର୍ଷର ଅପେକ୍ଷା ପରେ ଆଜି ପବିତ୍ର ନଗରୀ ଅଯୋଧ୍ୟାରେ ରାଜା ରାମଙ୍କ ମହଲ ନିର୍ମାଣ ହୋଇ ପାରିଛି । ଶହ ଶହ ବର୍ଷର ତପ , ଜପ , ସାହସ ଏବଂ ଧୌର୍ଯ୍ୟ ପରେ ଜାନୁୟାରୀ ୨୨ ରେ ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ଯାଇଛି ।

ରାମ ମନ୍ଦିରରେ ୫ ବର୍ଷର ବାଳକ ରାମ ଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ତେବେ ଅଯୋଧ୍ୟାରେ ରାମ ଲାଲାଙ୍କୁ ପାଞ୍ଚ ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି ଚାଲନ୍ତୁ ସେହି ବିଷୟରେ ଆପଣଙ୍କୁ କହିବୁ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠିତ ରାମ ଲାଲାଙ୍କ ପାଞ୍ଚ ବର୍ଷର ସ୍ୱରୂପ ସମସ୍ତଙ୍କୁ ଆକର୍ଷିତ କରୁଛି ।

ବାଳ ସ୍ୱରୂପ ରାମ ଭଗବାନଙ୍କୁ ଦେଖି ସମସ୍ତେ ଭାବୁକ ହୋଇ ପଡ଼ୁଛନ୍ତି । ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ରାମ ଲାଲାଙ୍କ ମୂର୍ତ୍ତିକୁ ପାଞ୍ଚ ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି ବୋଲି ? କହିରଖିବୁ ଯେ ହିନ୍ଦୁ ଧର୍ମ ଅନୁଯାୟୀ ପାଞ୍ଚ ବର୍ଷର କାଳକୁ ହିଁ ବାଲ୍ୟକାଳ ବୋଲି କୁହାଯାଏ ।

ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲା ଅବୋଧ ହୋଇଥାଏ । ତେଣୁ ତାର ସବୁ ଭୁଲ କ୍ଷମା କରି ଦିଆଯାଏ । ହିନ୍ଦୁ ଧର୍ମ ଅନୁଯାୟୀ ପାଞ୍ଚ ବର୍ଷ ଯାଏଁ ଭଗବାନ ଏବଂ ଦିବ୍ୟ ପୁରୁଷଙ୍କ ବାଳ ଲୀଳାରେ ଆନନ୍ଦ ନିଆଯାଇଛି । ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମୂର୍ତ୍ତୁ ୫୧ ଇଞ୍ଚର ରହିଛି । ସାଧରତଃ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁର ଉଚ୍ଚତା ୪୩ ରୁ ୪୫ ଇଞ୍ଚ ମଧ୍ୟରେ ହୋଇଥାଏ । କିନ୍ତୁ ଭଗବାନ ରାମ ଯେଉଁ ଯୁଗରେ ଜନ୍ମ ନେଇଥିଲେ ସେହି ସମୟରେ ଶିଶୁଙ୍କ ଉଚ୍ଚତା ଅଧିକ ରହୁଥିଲା । ଏହାବ୍ୟତୀତ ୫୧ ଏକ ଶୁଭ ସଂଖ୍ୟା ହୋଇଥିବାରୁ ରାମ ଲାଲାଙ୍କ ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରଖା ଯାଇଛି ।

Leave a Reply

Your email address will not be published. Required fields are marked *