ତିନି କୋଟିର କାର ତଳେ ଚାଲିଗଲା ଲୋପମୁଦ୍ରାଙ୍କ ଜୀବନ । ମୃ-ତ୍ୟୁ ପରେ ଏମିତି କିଛି କହୁଛି ଝିଅର ଆତ୍ମା ।

ମଣିଷର ଜୀବନ ଠାରୁ କଣ ଅଧିକ ମୂଲ୍ୟବାନ ଗାଡ଼ି ? କଣ ମନୁଷ୍ୟର ଜୀବନ ଏତେ ଶସ୍ତା ? ଆଉ ବର୍ତ୍ତମାନ ଏଭଳି କିଛି କହି ପରିବାର ଠାରୁ ସବୁଦିନ ପାଇଁ ଦୂରେଇ ଯାଇଥିବା ଝିଅର ଆତ୍ମା କା-ନ୍ଦି କା-ନ୍ଦି କହୁଥିବ । କିନ୍ତୁ ଯେଉଁ ଦାମୀ ଗାଡ଼ି ତଳେ ଝିଅର ଜୀବନ ଗଲା ସେହି ଗାଡ଼ି ମାଲିକ କଣ ଝିଅର ଜୀବନ ବଞ୍ଚାଇବା ପାଇଁ କିଛି ସାହାଯ୍ୟ କରିପାରି ନଥାନ୍ତା ?

ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଉଠିଛି । କହିରଖିବୁ ଯେ ଲୋପମୁଦ୍ରା ସାହୁ ଯିଏକି ଭୁବନେଶ୍ବରରେ ହୋଟେଲ ମ୍ୟାନେଜମେଣ୍ଟରେ କାମ କରୁଥିଲେ ଏବଂ ଟଙ୍କା ରୋଜଗାର କରି ଘରକୁ ମଧ୍ୟ ପଠାଉଥିଲେ । କିନ୍ତୁ ଗତ କିଛିଦିନ ତଳେ ତାଙ୍କର ଏକ ଦୁର୍ଘ-ଟଣା ହୋଇଥିଲା ।

ଯେଉଁଠି ତାଙ୍କ ଉପରେ ଏକ କାର ଚଢ଼ି ଯାଇଥିଲା । ସେହି କାର କୁଆଡ଼େ ରେଞ୍ଜ ରୋଭର ଏବଂ ଯାହାର ମୂଲ୍ୟ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ । ଲୋପମୁଦ୍ରାଙ୍କ ସହିତ ସେଦିନ ଥିଲେ କାହ୍ନୁ ଚରଣ ନାୟକ ଯିଏକି ଜଣେ ସିଆରପିଏଫ ଯବାନ । ତେବେ ଏହି ଦୁର୍ଘ-ଟଣାରେ ଉଭୟ ଆ-ହତ ହୋଇଥିଲେ ଏବଂ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଟଙ୍କା ଅଭାବରୁ ଝିଅର ଠିକ ଭାବରେ ଚିକିତ୍ସା ନହୋଇ ପାରିବାରୁ ଝିଅର ଜୀବନ ଚାଲି ଯାଇଛି । ଯାହା ପରେ ବାପା କାନ୍ଦି କାନ୍ଦି ମିଡ଼ିଆ ସାମ୍ନାରେ ନିଜ ଝିଅକୁ ସେ ଟଙ୍କା ଅଭାବରୁ କିଭଳି ବଞ୍ଚାଇ ପାରିନାହାଁନ୍ତି ସେ ବିଷୟରେ କହିଛନ୍ତି ।

ଏହାବ୍ୟତୀତ ସେ ଦୋ-ଷୀକୁ ଦ-ଣ୍ଡ ମିଳିବା ସହିତ ତାଙ୍କ ଝିଅକୁ ନ୍ୟା-ୟ ମିଳୁ ବୋଲି ଦାବି କରିଛନ୍ତି । ଏପଟେ ରେଞ୍ଜରୋଭର ଗାଡ଼ିର ଡ୍ରାଇଭରକୁ ପୋ-ଲିସ ଗି-ରଫ କରିଛି । ମାତ୍ର ଦୁର୍ଘ-ଟଣା ପରେ ଗାଡ଼ିର ଦୁଇ ପାର୍ଶ୍ଵର ଡୋର ଖୋଲା ଥିବା ସୂଚନା ମିଳିଛି । ତେବେ ହୁଏତ ଆଉ ଅନ୍ୟ କେହି ଗାଡ଼ି ଭିତରେ ଥିଲେ । ପୁଣି ଗାଡ଼ିର ନମ୍ବର ପ୍ଲେଟ ବଦଳା ଯାଇଥିବା ମଧ୍ୟ କୁହାଯାଉଛି । ଏପଟେ କାହ୍ନୁ ଚରଣଙ୍କ ଭାଇ ଜିତ ଲୋକଙ୍କୁ ନିଜ ଭାଇର ଚିକିତ୍ସା ପାଇଁ ସହାୟତା ମାଗିଛନ୍ତି । କାରଣ ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସେଥିପାଇଁ ଗୁଡ଼ାଏ ଟଙ୍କାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *