ଟୁଟୁ ନାୟକ ନିଜେ କହିଲେ ସବୁ କଳି ପଛରେ ଅନୁଭବ ଏବଂ ଅରିନ୍ଦମ । ଆଉ ସେପଟେ ଅଭିଯୋଗ ଆଣିଲେ ସାମ୍ବାଦିକା ।

ଅଲିଉଡ଼ କଳି ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମରୁ ଏହି ମାମଲା ଅଧିକ ସଙ୍ଗିନ ନଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲା ବଢ଼ି ଯାଇଛି । କାରଣ ବର୍ତ୍ତମାନ କିଛି ଅଡିଓ ନିଜେ ମନୋଜ ମିଶ୍ର ଭାଇରଲ କରିଛନ୍ତି । କହିରଖିବୁ ଯେ ଦୀର୍ଘ କିଛିଦିନ ତଳେ ମୋଭି ରିଲଜକୁ ନେଇ କିଛି ବିବାଦ ଦେଖା ଦେବା ପରେ ପଶ୍ଚିମ ଓଡ଼ିଶା କଥା ଉଠିବା ପରେ ଅନେକ ପ୍ରକାରର ବାଦ ବିବାଦ ସୃଷ୍ଟି ହୋଇଥିଲା । ଆଉ ମନୋଜ ମିଶ୍ର ଅଲିଉଡ଼ରୁ ବ୍ୟାନ ହେବା ପରେ ସ୍ତ୍ରୀ ମାନ୍ନା ମିଶ୍ରଙ୍କର କିଛି ବୟାନ ମଧ୍ୟ ବିବାଦକୁ ଆହୁରି ଅଧିକ ବଢ଼ାଇ ଦେଇଥିଲା ।

ସେହି ମାମଲାରେ ଦାୟୀ କରାଯାଉଥିବା କେତେକ ଶ୍ରେଷ୍ଠ ନାମ ମଧ୍ୟରୁ ଟୁଟୁ ନାୟକ ମଧ୍ୟ ଅଛନ୍ତି । ଯାହାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ଆସିଛି । ବର୍ତ୍ତମାନ ମନୋଜ ମିଶ୍ର ଯେତେବେଳେ ନିଜେ ଦ୍ଵନ୍ଦରେ ଅଛନ୍ତି ସେତେବେଳେ ତାଙ୍କୁ ଯାହା ଠିକ ଲାଗିଛି ସେ ତାହା କରିଛନ୍ତି ଏବଂ ସେ ଟୁଟୁ ନାୟକଙ୍କ ସହିତ କଥା ହୋଇଥିବାର ଏକ ଅଡିଓ କଲ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ କରି ଦେଇଛନ୍ତି । ଭାଇରଲ ହୋଇଥିବା କଲରେ ଟୁଟୁ ନାୟକ ଅରିନ୍ଦମ ଏବଂ ଅନୁଭବଙ୍କ ବିଷୟରେ କହିଛନ୍ତି ।

ଯେଉଁ ଦୁଇ ଜଣଙ୍କୁ ସେ ନିଜର ଦୁଇ ବାଘ କହୁଥିଲେ ସେହି ଦୁଇଜଣଙ୍କ ବିଷୟରେ ମନୋଜଙ୍କ ପାଖରେ କହିବାର ସ୍ପଷ୍ଟ ଶୁଣିବାକୁ ମିଳୁଛି । ସେ କହୁଛନ୍ତି ଯେ ଅନୁଭବ ଏବଂ ଅରିନ୍ଦମ କୁଆଡ଼େ ନିଆଁରେ ଘିଅ ଢ଼ାଳିଛନ୍ତି । ଯେଉଁ କାରଣରୁ କଳି ବଢ଼ିଛି । ଆଉ ଏପଟେ ଜଣେ ମହିଳା ସାମ୍ବାଦିକା ଟୁଟୁ ନାୟକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ଯେ ଟୁଟୁ ନାୟକ କୁଆଡ଼େ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟୁଟୁ ନାୟକଙ୍କ ବିରୋଧରେ ବିବାଦ ଅଧିକ ବଢ଼ି ଯାଇଛି । ଆଉ ଏହାକୁ ନେଇ ଏବେ ପର୍ଯ୍ୟନ୍ତ ଟୁଟୁ ନାୟକଙ୍କର କୌଣସି ବୟାନ ଆସିନାହିଁ ।

Leave a Reply

Your email address will not be published. Required fields are marked *