ବାହା ହେବା ପାଇଁ ରାଜି ନହେବାରୁ ଚାଲିଗଲା ଜୀବନ।

ପ୍ରେମ ଏକ ପବିତ୍ର ବନ୍ଧନ। କେତେବେଳେ କେଉ ପରିସ୍ଥିତିରେ ଏବଂ କାହା ସହ ମଣିଷ ପ୍ରେମରେ ପଡିଯାଏ ସେ ନିଜେ ମଧ୍ୟ ଜାଣି ପାରେନି। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। ପ୍ରେମ ଆଗରେ ମଣିଷକୁ ଆଉ କିଛି ଦେଖା ଯାଏ ନାହିଁ। କିନ୍ତୁ ପ୍ରେମ ଆଉ ବିବାହ କେବେ ଜୋର୍ ଜବ-ରଦସ୍ତି କରି ହୁଏନି। ଯଦି ଜଣଙ୍କର ବାହା ହେବାକୁ ଇଚ୍ଛା ନାହିଁ ତେବେ ତାଙ୍କ ଭାବନାକୁ ସମ୍ମାନ ଜଣାଇ ତାଙ୍କ କଥା ବୁଝିବା ଦରକାର। ଆପଣ ମାନେ ଆଗରୁ ଜୋର୍ ଜବ-ରଦସ୍ତି ପ୍ରେମ ଏବଂ ବିବାହ ପାଇଁ ଆ-ତ୍ମହ-ତ୍ୟା ଘ-ଟଣା ଶୁଣିଥିବେ। ଠିକ୍ ସେମିତି ଏକ ଘଟ-ଣା ଆଠଗଡ଼ରେ ଦେଖିବାକୁ ମିଳିଛି।

ଆଠଗଡ଼ର ଐଶ୍ୱର୍ଯ୍ୟ କିଇଟି କଲେଜ ରେ ପାଠ ପଢୁଥିଲେ। ନିଜ ବଡ଼ ଭଉଣୀଙ୍କ ବାହାଘର ପାଇଁ ସେ ଘରକୁ ଆସିଥିଲେ। ବଡ଼ ଭଉଣୀଙ୍କ ବାହାଘର ବେଳେ ଭଉଣୀଙ୍କ ଦିଅର ଆଶୁତୋଷ ସାହୁ ଐଶ୍ୱର୍ଯ୍ୟଙ୍କ ସୁନ୍ଦର ରୂପରେ ମୁଗ୍ଧ ହୋଇ ତାଙ୍କୁ ଭଲ ପାଇ ବସିଲେ। କିନ୍ତୁ ଐଶ୍ୱର୍ଯ୍ୟଙ୍କ ମାନରେ ସେମିତି କିଛି ନଥିଲା। ଐଶ୍ୱର୍ଯ୍ୟଙ୍କୁ ପାଇବା ଆଶାରେ ଆଶୁତୋଷ ଘର ଲୋକଙ୍କୁ ବାହାଘର କରିବା ପାଇଁ କହିଲେ। ଘର ଲୋକଙ୍କୁ ମଧ୍ୟ ଐଶ୍ୱର୍ଯ୍ୟ ବହୁତ୍ ପସନ୍ଦ ଆସିଲେ ସେଥିପାଇଁ ସେ ଐଶ୍ୱର୍ଯ୍ୟଙ୍କ ବାପାଙ୍କ ସହ ବାହାଘର ପାଇଁ କଥା ହେଲେ।

ଐଶ୍ୱର୍ଯ୍ୟଙ୍କ ବାପା ବାହାଘର ପାଇଁ ମନା କରିନଥିଲେ କିନ୍ତୁ ସେ ଏବେ ବାହାଘର କରି ପାରିବେନି ବୋଲି କହିଥିଲେ। କିନ୍ତୁ ଆଶୁତୋଷ ଏବଂ ତାଙ୍କ ପରିବାର ଲୋକେ ଏ କଥା ମାନିବାକୁ ରାଜି ନଥିଲେ। ଆଶୁତୋଷ ସବୁବେଳେ ବାହାହେବା ପାଇଁ ଭଲ ପାଇବା ପାଇଁ ଐଶ୍ୱର୍ଯ୍ୟଙ୍କୁ ବାଧ୍ୟ କରୁଥିଲେ। ଐଶ୍ୱର୍ଯ୍ୟ ଘର ଲୋକଙ୍କ ଆଗରେ ସଫା ସଫା କହିଦେଇ ଥିଲେ ସେ ୩ ବର୍ଷ ପର୍ଯ୍ୟନ୍ତ ବିବାହ କରିବେନି।

ଐଶ୍ୱର୍ଯ୍ୟଙ୍କ ବାପାଙ୍କ କହିବା ଅନୁସାରେ କିଛି ଦିନ ତଳେ ଆଶୁତୋଷ ଐଶ୍ୱର୍ଯ୍ୟଙ୍କୁ ଦେଖା କରିବା ପାଇଁ କଲେଜ ଯାଇଥିଲା। ତାପରେ ଐଶ୍ୱର୍ଯ୍ୟ କୁଆଡେ ପଳେଇ ଯାଇଥିଲେ। ୨୦ ତାରିଖ ଦିନ ଆଠଗଡ ମୁଣ୍ଡଳି ବ୍ରିଜ ଉପରେ ଗୋଟେ ସ୍କୁଟିକୁ ଅଟେ ଦିନ ପର୍ଯ୍ୟନ୍ତ ଥୁଆ ହେଇଥିବାର ଦେଖି ଆଖ ପାଖ ଅଞ୍ଚଳର ଲୋକମାନେ ବାରଙ୍ଗ ପୋ-ଲିସ୍ କୁ ଡାକିଲେ। ପୋ-ଲିସ୍ ଘଟ-ଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କୁ ଐଶ୍ୱର୍ଯ୍ୟଙ୍କୁ ଖୋଜିବା ପାଇଁ ପଠେଇଲେ ବହୁତ୍ ସମୟ ଖୋଜା ଖୋଜି ପରେ ଐଶ୍ୱର୍ଯ୍ୟଙ୍କ ମୃ-ତ ଦେହ ନଦୀ ଭିତରୁ ମିଳିଲା। ଏବେ ଆଠଗଡ ପୋ-ଲିସ୍ ଆଶୁତୋଷ ସାହୁଙ୍କୁ ଗି-ରଫ କରି ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *