ଏଲ୍‌ଆଇସିର ବୁଡ଼ିଗଲା ୧୮ ହଜାର କୋଟିରୁ ଅଧିକ ଟଙ୍କା । ମୁଣ୍ଡରେ ହାତ ନେଇଦେଲେ ଏଲ୍‌ଆସିର ମାଲିକ ।

ଭାରତର ସବୁଠାରୁ ବଡ଼ ନିଗମ ଜୀବନ ବୀମା ନିଗମକୁ ନେଇ ଆସିଲା ବଡ଼ ଖବର । ଉପଭୋକ୍ତା ମାନଙ୍କର ସବୁ ଟଙ୍କା ଆଉ ବୁଡ଼ି ଯିବ ନାହିଁ ତ ? ଏହି ଭୟ ବର୍ତ୍ତମାନ ସମୟରେ ଚର୍ଚ୍ଚା ସୃଷ୍ଟି କରିଛି । ହିଣ୍ଡେନ ବର୍ଗ ରିସର୍ଚ୍ଚରେ ପ୍ରକାଶିତ ହେବା ପରେ ଦୁଇ ଦିନରେ ଆଦାନୀ ସମୂହର ପ୍ରାୟ ୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ନିବେଶୀ ମାନେ ସେମାନଙ୍କ ଟଙ୍କା ଆଦାନୀ ସମୂହରୁ କାଢ଼ି ନେଉଛନ୍ତି । ଏହାରି ମଧ୍ୟରେ ଦେଶର ବୃହତମ ନିବେଶକ ହେଉଛି LIC ଯିଏକି ଆଦାନୀ ସମୂହରେ ନିବେଶ କରିଥିଲା । ଯାହାକି ହେଉଛି ଭାରତର ବଡ଼ ନିଗମ ଜୀବନ ବୀମା ନିଗମ ।

ଯେଉଁଥିରେ କୋଟି କୋଟି ଜନତା ନିଜର ଟଙ୍କା ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରଖୁଛନ୍ତି । ଏହି ଜୀବନ ବୀମା ନିଗମ ମଧ୍ୟ ସବୁ ପ୍ରଭାବିତ ନିବେଶକ ମାନଙ୍କ ମଧ୍ୟରୁ ଅନ୍ୟତମ । ଆଦାନୀ ଗ୍ରୁପ ସେୟାର ରେ LIC ର ମିଳିତ ନିବେଶ ଜାନୁଆରୀ ୨୭ , ୨୦୨୩ ରେ ୨୨ ହଜାର ୬୨୧ କୋଟି ଟଙ୍କାକୁ ଖସି ଆସିଛି । ଜାନୁଆରୀ ୨୪ , ୨୦୨୩ ରେ ଏହା ୮୧ ହଜାର ୨୬୧ କୋଟି ଟଙ୍କା ଥିଲା । ଅର୍ଥାତ ଏଠାରେ ବଡ଼ ହ୍ରାସ ଘଟିଥିବା ଦେଖା ଯାଇଛି । ତେଣୁ ବର୍ତ୍ତମାନ LIC ମାଲିକ ମୁଣ୍ଡରେ ହାତ ଦେଇଛନ୍ତି ।

ଦୁଇଟି ବାଣିଜ୍ୟ ଦିବସରେ LIC ୧୮ ହଜାର ୬୪୭ କୋଟି ଟଙ୍କା କ୍ଷତି ସହିଛି । ଏସ ଇକ୍ୟୁଟି ପାଖରେ ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଡିସେମ୍ବର ୩୧ , ୨୦୨୨ ସୁଦ୍ଧା LIC ଆଦାନୀ ଇଣ୍ଟରପ୍ରାଇଜେସ , ଆଦାନୀ ଗ୍ରୀନ ଏନର୍ଜୀ , ଆଦାନୀ ପୋର୍ଟ , ଆଦାନୀ ପୋର୍ଟାଲ ଗ୍ୟାସ , ଆଦାନୀ ଟ୍ରାନ୍ସମିଶନ ଏବଂ ନିକଟରେ ଅଧିଗ୍ରହଣ ହୋଇଥିବା ସିମେଣ୍ଟ ପ୍ରମୁଖ ଅମ୍ବୁଜା ସିମେଣ୍ଟ ଏବଂ ACC ରେ ଏକ ପ୍ରତିଶତରୁ ଅଧିକ ଅଂଶ ଧନ ରହିଛି । ତେବେ ଗତ ଦୁଇଟି ବାଣିଜ୍ୟ ଅଧିବେଶନରେ ଏହି କମ୍ପାନୀ ଗୁଡ଼ିକର ଅଂଶ ଧନ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି ।

ଆମେରିକୀୟ ଫାର୍ମ ହିଣ୍ଡେନ ବର୍ଗ ରିସର୍ଚ୍ଚର ଏକ ରିପୋର୍ଟ ପରେ ଆଦାନୀ ଗ୍ରୁପ ଗୁଡ଼ିକର ସେୟାରରେ ଅତ୍ୟନ୍ତ ହ୍ରାସ ଘଟିଛି । ରିପୋର୍ଟରେ ଦର୍ଶା ଯାଇଛି ଯେ ଆଦାନୀ ଗ୍ରୁପର ସାତୋଟି ତାଲିକାଭୁକ୍ତ କମ୍ପାନୀକୁ ୮୫ ପ୍ରତିଶତରୁ ଅଧିକ ମୂଲ୍ୟ ଦିଆଯାଇଛି । ମାତ୍ର ଏହି ଅଭିଯୋଗକୁ ଆଦାନୀ ସମୂହ ଖଣ୍ଡନ କରିଛି । କମ୍ପାନୀର ପ୍ରବକ୍ତା ଜଗସିନ୍ଦର ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ରିପୋର୍ଟ ଭିତ୍ତିହୀନ ଏବଂ ଗୋଷ୍ଠିକୁ ବଦନାମ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟ ମୂଳକ ଅଟେ । ଏହି ରିପୋର୍ଟରେ ଅନେକ ଭୁଲ କଥା କୁହାଯାଉଛି , ଯାହାର କୌଣସି ଆଧାର ନାହିଁ । ଯାହା ଜଗସିନ୍ଦର ସିଂହ କହିଛନ୍ତି ।

Leave a Reply

Your email address will not be published. Required fields are marked *