ଆଇଟମ ଡ୍ୟାନସ ଅ-ଶ୍ଳୀଳ ନୁହେଁ ,ଅଶ୍ଳୀ-ଳତା କହିଲେ ଗୋଟେ ବେଡ଼ରୁମକୁ ବୁଝାଏ

ଡ୍ୟାନ୍ସରେ ଅଶିଳତା ନଥାଏ । ଅଶ୍ଳୀ-ଳତା କହିଲେ ବେଡ଼ ରୁମକୁ ବୁଝାଏ । ଆଇଟମ ଡ୍ୟାନ୍ସ କେବେ ହେଲେ ଅଶ୍ଳୀ-ଳତା ନୁହେଁ କି ସେଥିରେ ଅଶୀଳତା ନାହିଁ ମଧ୍ୟ । ଏଭଳି କହିଛନ୍ତି ଆଇଟମ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ । ଖଣ୍ଡଗିରି ମେଳା ଆସିଲେ ଖଣ୍ଡଗିରି ମେଳାରେ ପଡୁଥିବା ଯାତ୍ରାକୁ ନେଇ ହଇଚଇ ସୃଷ୍ଟିହୁଏ । ପ୍ରତିବର୍ଷ ଖଣ୍ଡଗିରି ମେଳାରେ ପଡୁଥିବା ଯାତ୍ରାକୁ ନେଇ ବି-ବାଦ ଦେଖିବାକୁ ମିଳେ ।

ଏଥର ଖଣ୍ଡଗିରି ମେଳାରେ ଯାତ୍ରାକୁ ନେଇ ବିଏମସି ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି ତେଣୁ ଗାଇଡ଼ ଲାଇନ ପାଳନ କରାଯାଇ ସବୁକିଛି ସୁଚାର ରୂପେ ପାଳନ କରାଯିବ ବୋଲି କହିଛନ୍ତି ଆଇଟମ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ । ଏଥର କଟକ ବାରବାଟୀ ଷ୍ଟାଡିୟମରେ ହକି ସମୟରେ ଯେଉଁ ଭଳି ଡ୍ରେସ ପିନ୍ଧି ଦିଶା ପାଟନୀ ଡ୍ୟାନ୍ସ କଲେ ଆଇଟମ ଡ୍ୟାନ୍ସ ସେହିଭଳି ହିଁ କରାଯିବ ବୋଲି ସେ କହିଛନ୍ତି ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ଦିଶା ପଟାନୀ ବାହାରୁ ଆସି ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ହକି ଭଳି ସ୍ଥାନରେ ଡ୍ୟାନ୍ସ କରି ପାରିଲେ ମୁଖ୍ୟମନ୍ତ୍ରୀ ଦେଖିଲେ ପ୍ରଶାସନ ଦେଖିଲେ, ବିଏମସି ଦେଖିଲେ ବହୁତ ସାରା ଜନସାଧାରଣ ଦେଖିଲେ ଲାଇଭ ଟେଲିକାଷ୍ଟ ହେଲା । ସେ ଯଦି ଓଡିଶା ବାହାରୁ ଆସି ଏତେ ବଡ଼ ସୁଯୋଗ ଟେ ନେଇ ପାରିଲେ ତେବେ ଆମେ କାହିଁକି ଛାଡ଼ିବୁ । ଆମ ଖଣ୍ଡଗିରି ମେଳା ଆମ ପାଇଁ ଏକ ବହୁତ ବଡ଼ ସୁଯୋଗ ।

ତେଣୁ ଖଣ୍ଡଗିରି ମେଳାରେ ସମସ୍ତଙ୍କୁ ସୁଯୋଗ ଦେବା ଦରକାର ଖଣ୍ଡଗିରି ମେଳାରେ ସମସ୍ତେ ନିଜ ନିଜର ଜଳବା ଦେଖାଇବା ଉଚିତ । ଅଶୀଳତା ନୁହେଁ ଷ୍ଟୁଡିଓ ଭିତରେ ହେଇଥିଲେ ଆମେ ଅଶ୍ଳୀ-ଳତା ଦେଖାଇ ଥାନ୍ତୁ । ଯାତ୍ରା ଟା ଯେହେତୁ ବାହାର ଜାଗାରେ ହୁଏ ତେଣୁ ଅଶ୍ଳୀ-ଳତା ଦେଖାଇ ହୁଏ ନାହିଁ । ଆଉ ଅଶ୍ଳୀ-ଳତା କାହାକୁ କୁହାଯାଏ ତାହା ମଧ୍ୟ ବୁଝାଇଛନ୍ତି ରାଣୀ ପ୍ରିୟଦର୍ଶିନୀ । ଆଇଟମ ଡ୍ୟାନ୍ସରେ ଅଶ୍ଳୀ-ଳତା ନାହିଁ । ଅଶ୍ଳୀ-ଳତା ଅଛି ଲୋକଙ୍କ ମାନସିକତାରେ ଲୋକଙ୍କ ଚିନ୍ତା ଧାରାରେ ।

ତେଣୁ ସେ କହିଛନ୍ତି କି ଅଶ୍ଳୀ-ଳତା ଗୋଟେ ଅଲଗା ପାର୍ଟ ଆଇଟମ ଡ୍ୟାନ୍ସ ଗୋଟେ ଅଲଗା ପାର୍ଟ । ଅଶ୍ଳୀ-ଳତା କହିଲେ ବେଡ଼ ରୁମକୁ ବୁଝାଏ । ଆଇଟମ ଡ୍ୟାନ୍ସରେ ଅଶ୍ଳୀ-ଳତା ନଥାଏ । ଗୋଟେ ବେଡ଼ ରୁମରେ ଯାହା ହୁଏ ତାହା ହେଉଛି ଅଶ୍ଳୀ-ଳତା । ତେଣୁ ସେ କହିଛନ୍ତି ଗୋଟେ ଆଇଟମ ଡ୍ୟାନ୍ସ କଣ ବେଡ଼ ରୁମ ସହ ସମାନ କି ? ତେବେ କାହିଁକି ଆଇଟମ ସଙ୍ଗକୁ ନେଇ ଅଶ୍ଳୀ-ଳତା ସହ ସଂଯୋଗ କରୁଛନ୍ତି ।

ଲୋକଙ୍କ ଚିନ୍ତାଧାରା ବଦଳିବା ଉଚିତ ଆଇଟମ ସଙ୍ଗରେ ଅଶ୍ଳୀ-ଳତା ନଥାଏ ଆଇଟମ ସଙ୍ଗ ହେଉଛି ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ । ଯେଉଁ ମାନେ ଆଇଟମ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ଦରକାର ଠାରୁ ଅଧିକ ହେଉଛନ୍ତି । ଆଇଟମ ସଙ୍ଗ ମାଧ୍ୟମରେ ଅଶ୍ଳୀ-ଳତା ଜାଣି ଜାଣି କରୁଛନ୍ତି ମୋ ମତରେ ସେମାନଙ୍କୁ ବ୍ରେକ କରାଯାଉ ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶିନୀ ।

ବର୍ତ୍ତମାନ ସମୟକୁ ନେଇ ଯେଉଁ ଭଳି କଷ୍ଟ୍ୟମ ଆସିଛି । ତାହା ପରିଧାନ କରନ୍ତୁ । କେବକ ଭାବନ୍ତୁ ମତେ ଦର୍ଶକଙ୍କୁ ମନୋରଞ୍ଜନ କରିବାର ଅଛି ତେଣୁ ଆଇଟମ ସଙ୍ଗରେ କେବଳ ନିଜର ଟ୍ୟାଲେଣ୍ଟ ଦେଖାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ବୋଲି କହିବା ସହିତ ଲୋକଙ୍କ ମନୋରଞ୍ଜନ ପାଇଁ ଡ୍ୟାନ୍ସ କରନ୍ତୁ ବୋଲି କହିଛନ୍ତି । ଏହା ସହିତ ସେ ଏ କଥା ମଧ୍ୟ କହିଛନ୍ତି କି ଯେଉଁ ମାନେ ଆଇଟମ ଡ୍ୟାନ୍ସ ଆଉ ଅଶ୍ଳୀ-ଳତା ମଧ୍ୟରେ ଫରକ ଜାଣି ନାହାଁନ୍ତି ସେମାନେ ବୁଝି ନିଅନ୍ତୁ ଯାହା ବେଡ଼ ରୁମରେ କରାଯାଏ ତାହା ଅଶ୍ଳୀ-ଳତା ଆଇଟମ ଡ୍ୟାନ୍ସ କେବଳ ମନୋରଞ୍ଜନ କରିବା ପାଇଁ ।

Leave a Reply

Your email address will not be published. Required fields are marked *