ବାହା ହୋଇଥାନ୍ତା ଭେଣ୍ଡିଆ ପୁଅ , ଜୀବନ ନେଇଗଲା ବି-ଷାକ୍ତ ସାପ

ବାପା ମାଆଙ୍କର ଏକ ମାତ୍ର ବିଶିକେଶନ ଥିଲା ପୁଅ । ବୁଢ଼ା ବୟସରେ ବାପା ମାଆଙ୍କ ପାଇଁ ସାଜିଥିଲା ଶ୍ରବଣ କୁମାର । ନା ଆଗକୁ କେହି ଥିଲେ ନା ପଛକୁ କେହି । ବାସ୍ ସେହି ପୁଅର ମୁହଁକୁ ସାରା ଜୀବନ ଅନାଇ ଅନାଇ ବଞ୍ଚିବା କଥା ଭାବି ନେଇଥିଲେ ବାପା ମାଆ। ବୁଢ଼ା ବାପା ମାଆ କେବେ ନିଜ ପୁଅ ଠାରୁ ଦୂରେଇ ରହିବା କଥା ସ୍ୱପ୍ନରେ ବି ଭାବି ନଥିଲେ। ଅନ୍ୟ ପକ୍ଷରେ ଘରର ଥିଲେ ରୋଜଗାରିଆ ପୁଅ , ଯିଏ ସବୁ ପରିସ୍ଥିତିରେ ବାପା ମାଆଙ୍କର ଯତ୍ନ ନେଉଥିଲେ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରେ ଆଣିଦେବ ଲୁହ । ବୁଢ଼ା ବୟସରେ ବାପା ମାଆଙ୍କ ଆଶାବାଡ଼ି ସାଜିଥିବା ଜଣେ ପୁଅର ଅକାଳରେ ଜୀବନ ଚାଲିଯାଇଛି , ଯାହାକୁ ସହଜରେ କେହି ଗ୍ରହଣ କରି ପାରୁ ନାହାଁନ୍ତି । ବାପା ମାଆ ନିଜ ପୁଅକୁ ଝୁରି ଝୁରି ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି । ଜଣେ ପୁଅ ଯାହାଙ୍କ ଜୀବନ ସାପ କାମୁ-ଡ଼ାରେ ଚାଲି ଯାଇଛି । ବାପା ମାଆଙ୍କ ପାଇଁ ବୁଢ଼ା ବୟସରେ ବୋହୂ ଆଣିଦେବ ବୋଲି କହି ଯାଇଥିଲେ କିନ୍ତୁ ସବୁ ଦିନ ପାଇଁ ଚାଲିଗଲେ ଆରପାରିକୁ ।

ସୂଚନା ଅନୁଯାୟୀ ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର । ଏହି ଅଞ୍ଚଳର ଶରତ ଥା-ନା ଅନ୍ତର୍ଗତ ଭାସ୍କର ବେହେରାଙ୍କ ପୁଅ ଅଶ୍ଵିନୀ ବେହେରା । ଯୋଡ଼ା ବଡଡିହକୁ ଯାଇ ଜଣେ ଆମୁଲାନ୍ସ ଡ୍ରାଇଭର ଭାବରେଚାକିରି କରୁଥିଲେ ଅଶ୍ଵିନୀ । ବାପା ମାଆ ଅନେକ ଥର ପୁଅକୁ କହିଥିଲେ ବିବାହ କରିନେବା ପାଇଁ ଆଉ ପୁଅ ମଧ୍ୟ ବାପାଙ୍କୁ କହିଥିଲେ ଆଗ ଥର ରଜକୁ ଆସିଲେ ସେ ବିବାହ କରିବେ । କିନ୍ତୁ ସବୁ ସ୍ବପ୍ନ ଅଧା ବାଟରେ ରହିଗଲା ଆଉ ଚିରନିଦ୍ରାରେ ଶୋଇଗଲେ ଅଶ୍ଵିନୀ ।

ଅଧିକ ଗରମ ହେଉ ଥିବାରୁ ଘର ବାରଣ୍ଡାରେ ଶୋଇବା ପାଇଁ ବାହାରି ଯାଇଥିଲେ ଅଶ୍ଵିନୀ । କିନ୍ତୁ ସେଠାରେ ଜମ ଛକି ବସିଥିଲା ବୋଲି ସେ ଜାଣି ନଥିଲେ । ସେ ଶୋଇବା ସମୟରେ ଏକ ଅଜଣା ସାପ ଆସି ତାଙ୍କୁ କାମୁଡି ଦେଇଥିଲା , ଯାହା ଫଳରେ ତାଙ୍କର ଜୀବନ ଚାଲି ଯାଇଥିଲା । ଆଉ ସକାଳେ ତାଙ୍କୁ ମୃ-ତ ଅବସ୍ଥାରେ ପରିବାର ଲୋକ ପାଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଶ-ବ ବ୍ୟବ-ଚ୍ଛେଦ କରି ପରିବାର ଲୋକଙ୍କୁ ଶରୀର ହସ୍ତାନ୍ତର କରାଯାଇଛି । ଗାଆଁ ଦାଣ୍ଡରେ ଶୋ-କର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *