ମୋର ବୁଲେଟ୍ ଦରକାର, ବୁଲେଟ୍ ନ ଆଣିଲେ ତତେ ଛାଡ଼ି ଆଉ ଜଣଙ୍କୁ ବାହା ହେଇଯିବି।

ଗୋଟେ ଝିଅ ବାହା ହେବା ପରେ ନିଜ ଘର ଏବଂ ବାପାମାଆଙ୍କୁ ପରକରି ଶାଶୁ ଘର ଚାଲିଆସେ। ସେ ବାହାଘରକୁ ନେଇ ମନରେ ଅସୁମାରୀ ସ୍ବପ୍ନ ଦେଖିଥାଏ। ସେ ଭାବେ ନିଜ ବାପାମାଆଙ୍କୁ ଛାଡ଼ି ଶାଶୁଘରେ ଶାଶୂ ଶ୍ଵଶୁର ରୂପରେ ଆଉ ଗୋଟେ ବାପାମାଆ ପାଇବ। ସ୍ଵାମୀ ରୂପରେ ଗୋଟେ ଭଲ ସାଙ୍ଗ ପାଇବ। ଯିଏ ତାର ସବୁବେଳେ ଯତ୍ନ ନେବ ଏବଂ ତା ମନ କଥା ବୁଝିବ। କିନ୍ତୁ ସେ ତା ସ୍ବପ୍ନରେ ବି କେବେ ଭାବି ନଥିବ ମାତ୍ର ଵହାଘରର କିଛି ଦିନ ପରେ ଯୌ-ତୁକ ପାଇଁ ତାକୁ ଏତେ ଦୁଃ-ଖ କଷ୍ଟ ସହିବାକୁ ପଡ଼ିବ।

ବଲାଙ୍ଗୀର ଜିଲ୍ଲାର ସଦର ଥା-ନା ଅନ୍ତର୍ଗତ ବ୍ରାହ୍ମଣୀ ଡୁଙ୍ଗୁରି ସାହିର ବିନୋଦିନୀ ଗତ ତିନି ବର୍ଷ ପୂର୍ବେ ପାଟଣାଗଡ଼ର ଗରିବ ନାୟକଙ୍କ ପୁଅ ଆକାଶ ନାୟକଙ୍କୁ ବୈଦିକ ରୀତିନୀତି ଅନୁସାରେ ବାହା ହେଇଥିଲେ। ବିନୋଦିନୀ ବାହାଘରରେ ବହୁତ୍ ଖୁସି ଥିଲେ କିନ୍ତୁ କିଛି ଦିନ ଯିବା ପରେ ତାଙ୍କ ଖୁସି ପାଣିରେ ମିଳେଇଗଲା।

ବାହାଘର ବେଳେ ପୁଅ ଘର ଲୋକ ଯୌ-ତୁକ ମାଗିଥିଲେ କିନ୍ତୁ ଅଧିକ କିଛି ମାଗିଥିଲେ। ସେମାନେ ଯାହା ମାଗିଥିଲେ ଝିଅ ଘରଲୋକ ଯୌ-ତୁକ ଦେଇଥିଲେ କିନ୍ତୁ ଏତିକିରେ ପୁଅର ମନ ମାନି ନଥିଲା ସେ ଗୋଟେ ବୁଲେଟ ଗାଡ଼ି ଆଣିବା ପାଇଁ ବିନୋଦିନୀ ଙ୍କ ଉପରେ ଚାପ ପକାଉ ଥିଲେ।

ହିରୋ ଡିଲକ୍ସରେ ଆଉ ଆକାଶଙ୍କର ମନ ଲାଗୁନି ତାଙ୍କୁ ଏବେ କେବଳ ବୁଲେଟ ଦରକାର। ବୁଲେଟ ରେ ବସି ସେ ରିଲ୍ ବନେଇବେ ସାଙ୍ଗ ମାନଙ୍କ ସହ ବାହାରେ ବୁଲି ୱାଟସ୍ ଏପ୍ ରେ ଷ୍ଟାଟସ୍ ଦେବେ। ସେଥିପାଇଁ ସେ ବିନୋଦିନୀଙ୍କୁ ତାଙ୍କ ଘରୁ ବୁଲେଟ ଗାଡ଼ି ଆଣିବା ପାଇଁ ଧ-ମକ ଦେଉଥିଲେ ଏବଂ କହୁଥିଲେ ଯଦି ତୁ ବୁଲେଟ ନ ଆଣିବୁ ମୁଁ ତତେ ବାଡେଇ ବାଡେଇ ମା-ରିଦେବି ତାପରେ ଆଉ ଜଣଙ୍କୁ ବାହା ହେଇଯିବି। ସେଥିପାଇଁ ଏବେ ବିନୋଦିନୀ ନିଜ ପରିବାର ଲୋକଙ୍କ ସହ ଆସି ସ୍ବାମୀଙ୍କ ବିରୁ-ଦ୍ଧରେ ଥା-ନାରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *