ଘରୋଇ ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ ଏକ ଜବରଦସ୍ତ ଅଫର ନେଇ ଆସିଛି , ଯାହାଦ୍ୱାରା ଆପଣ ଗୋଟିଏ ସ୍ମାର୍ଟ ଫୋନରେ ପାଞ୍ଚ ନମ୍ବର ବ୍ୟବହାର କରି ପାରିବେ ଏବଂ ଫୋନ ରେ ବିନା ସିମ ରେ ବି ଟେଲିକମ ସେବାର ଲାଭ ଉଠାଇ ପାରିବେ । ବାସ୍ତବରେ ଆମେ eSIM ସପୋର୍ଟ ବିଷୟରେ କହୁଛୁ । ଯାହାର ଲାଭ ଜିଓ ଉପଭୋକ୍ତା ମାନେ ଉଠାଇ ପାରିବେ । ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା ।
ବିନା ସିମ ରେ ସ୍ମାର୍ଟଫୋନ ରୁ କରିପାରିବେ କଲ :-
ଯଦି ଆପଣ ଭାବୁଛନ୍ତି ଯେ ସ୍ମାର୍ଟ ଫୋନ ରେ ବିନା ସିମ ରେ କିପରି କଲ କରିବେ ତେବେ ଆପଣଙ୍କୁ କହି ରଖୁଛୁ ଯେ eSIM ସପୋର୍ଟ ରେ ଏପରି କରାଯାଇ ପାରିବ । ଈ-ସିମ ସପୋର୍ଟ ଏପରି ଏକ ଫିଚର ଅଟେ ଯେଉଁଥିରେ ଆପଣଙ୍କୁ ନିଜ ଫୋନ ରେ ଆଉ ସିମ ପକାଇବାକୁ ପଡ଼ିବ ନାହିଁ । ବରଂ ଆପଣ ଭର୍ଚୁଆଲ ସିମ କୁ ବ୍ୟବହାର କରି ପାରିବେ । ଆହୁରି ମଧ୍ୟ ଆପଣ ଏହି ସିମ କୁ ନିଜର ନିକଟସ୍ଥ ଜିଓ ଷ୍ଟୋର କୁ ଯାଇ ଆକ୍ଟିଭେଟ କରି ପାରିବେ ।
ଏପରି ଆକ୍ଟିଭେଟ କରନ୍ତୁ ଜିଓ ଈ-ସିମ :-
ଯଦି ଆପଣ ବି ନିଜର ସ୍ମାର୍ଟ ଫୋନ ପାଇଁ ଏକ ଜିଓ ଈ-ସିମ ନେବାକୁ ଚାହାଁନ୍ତି ତେବେ ସେଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜର ନିକଟସ୍ଥ ରିଲାୟନ୍ସ ଡିଜିଟାଲ କିମ୍ବା ଜିଓ ଷ୍ଟୋର କୁ ଯିବାକୁ ପଡ଼ିବ । ଯେଉଁଠି ଆପଣଙ୍କୁ ନିଜ ଫୋଟ ଏବଂ ପରିଚୟ ପତ୍ର ଦେଇ ଏକ ନୂଆ କନେକ୍ସନ ନେବାକୁ ପଡ଼ିବ । ଏହାକୁ ଆକ୍ଟିଭେଟ କରିବା ପାଇଁ ଆପଣଙ୍କୁ ନିଜ ସ୍ମାର୍ଟ ଫୋନ ରେ ଏକ ସ୍ୱତନ୍ତ୍ର ଫିଚର ଡାଉନଲୋଡ଼ କରିବାକୁ ପଡ଼ିବ । ଏପରି କରିବା ପରେ ଆପଣଙ୍କ ଈ-ସିମ କମ୍ପେଟିବଲ ଡିଭାଇସ ନିଜର ଏପ ଈ-ସିମ କୁ କଂଫିଗର କରିନେବ ।
ଗୋଟିଏ ଫୋନ ରେ ଚଲାନ୍ତୁ ୫ ଟି ନମ୍ବର :-
ଆପଣଙ୍କୁ ଏହା କହିରଖୁଛୁ ଯେ ଯଦି ଆପଣ ଈ-ସିମ ସପୋର୍ଟ ର ବ୍ୟବହାର କରନ୍ତି ତେବେ ଆପଣ ଗୋଟିଏ ହିଁ ସ୍ମାର୍ଟ ଫୋନରେ ଏକାଧିକ ଈ-ସିମ ର ପ୍ରୟୋଗ କରି ପାରିବେ , ଯାହାର ଅର୍ଥ ଏହା ଯେ ଆପଣ ଗୋଟିଏ ସ୍ମାର୍ଟ ଫୋନରେ ଦୁଇ ରୁ ଅଧିକ ନମ୍ବର ବ୍ୟବହାର କରି ପାରିବେ । ଯେଉଁଠି ଆପଣ ଗୋଟିଏ ବା ଦୁଇଟି ଫିଜିକାଲ ସିମ ବ୍ୟବହାର କରିପାରିବେ । କିନ୍ତୁ ଏହି କଥା ପ୍ରତି ଧ୍ୟାନ ଦେବେ ଯେ ଆପଣ ଗୋଟିଏ ଥରରେ ଗୋଟିଏ ହିଁ ଈ-ସିମ ବ୍ୟବହାର କରି ପାରିବେ । ଏଥିପାଇଁ ଅନ୍ୟ ଈ-ସିମ କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ କେବଳ ଅନ୍ୟ ସିମ ଉପରେ କ୍ଲିକ କରିବାକୁ ପଡ଼ିବ ।
ଏହିଭଳି ଭାବରେ ଜିଓ ର ଈ-ସିମ ସୁବିଧା ସାହାଯ୍ୟରେ ନିଜର ସ୍ମାର୍ଟ ଫୋନ ରେ ସିମ ନପକାଇ ବ୍ୟବହାର କରି ପାରିବେ ଏବଂ ଗୋଟିଏ ହିଁ ଫୋନ ରେ ଏକାଧିକ ନମ୍ବର ବ୍ୟବହାର କରି ପାରିବେ ।