୩୭ ଦିନରେ ବଦଳି ଗଲା ଖୁସୀଙ୍କ ଚେହେରା । କହିଲେ ନିଜ ସ୍ୱାମୀଙ୍କ ପାଇଁ ଫେରି ପାଇଛନ୍ତି ଜୀବନ । ଦେଖିଲେ ଆପଣ ବି କାନ୍ଦି ପକାଇବେ ।

ଇନଷ୍ଟାଗ୍ରାମରେ ମୋଟିଭେସନଲ ଭିଡ଼ିଓ ଏବଂ ମଜାଦାର ଭିଡ଼ିଓ କରି ସମସ୍ତଙ୍କ ମନରଞ୍ଜନ କରାଉଥିବା ଲୋକ ମଧ୍ୟ କେବେ ଦୁଃଖରେ ରହିପାରେ । ଏଇ ଯେମିତି ଅର୍ଜୁନ ଏବଂ ଖୁସୀଙ୍କ ଜୀବନରେ ଦୁଃଖ ଭରି ଯାଇଛି । ଦୀର୍ଘ ୩୭ ଦିନ ପରେ ମୃତ୍ୟୁ ମୁଖରୁ ବଞ୍ଚି ଘରକୁ ଫେରିଛନ୍ତି ଖୁସି । କହିରଖିବୁ ଯେ ୩୭ ଦିନ ପୂର୍ବରୁ ସ୍ୱାମୀ ଅର୍ଜୁନଙ୍କ ସହିତ ବେଶ ହାସଖୁସିରେ ରହୁଥିଲେ ଖୁସି । ଘରକୁ ଆସିଥାନ୍ତା ନୂଆ ଅତିଥି । ଆଉ ଯେଉଁ କାରଣରୁ ଖୁସି ଏବଂ ଅର୍ଜୁନଙ୍କର ପାଦ ମାଟିରେ ଲାଗୁ ନଥିଲା । କିନ୍ତୁ କେଜାଣି ଦୁହିଁଙ୍କ ଖୁସିରେ ଯେମିତି ନଜର ଲାଗିଗଲା । ଖୁସି ଗର୍ଭବତୀ ଥିଲେ ଏବଂ ଡାକ୍ତରଖାନା ଟେଷ୍ଟ କରାଇବାକୁ ଯାଇଥିଲେ । କିନ୍ତୁ ସେଠାରେ ସବୁକିଛି ଓଲଟ ପାଲଟ ହୋଇଗଲା ।

ଖୁସୀଙ୍କ ଗର୍ଭରେ ଥିବା ସନ୍ତାନଟି ନଷ୍ଟ ହୋଇ ଯାଇଥିବା ଡାକ୍ତର କହିଥିଲେ । ତାପରେ ଖୁସୀଙ୍କ ପେଟ ୱାଶ କରାଯାଇଥିଲା । ଏହାପରେ ଖୁସି ଆଇସିୟୁରେ ଦୀର୍ଘ ୩୭ ଦିନ କାଳ ମୃତ୍ୟୁ ସହିତ ଲଢ଼େଇ କରୁଥିଲେ । ଖୁସୀଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ୱାମୀ ଅର୍ଜୁନ ନିଜକୁ ସମ୍ଭାଳି ପାରୁ ନଥିଲେ ।

ଆଉ ସ୍ୱାମୀ ଅର୍ଜୁନଙ୍କୁ ମଧ୍ୟ କାନ୍ଦି କାନ୍ଦି ସାହାଯ୍ୟ ମାଗୁଥିବା ଏବଂ ଭଗବାନଙ୍କ ପାଖରେ ନିଜ ସ୍ତ୍ରୀକୁ ଫେରାଇ ଆଣିବାକୁ ପ୍ରାର୍ଥନା କରୁଥିବା ଆପଣ ମାନେ ମଧ୍ୟ ଦେଖିଥିବେ । ତେବେ ବର୍ତ୍ତମାନ ଭଗବାନ ଅର୍ଜୁନଙ୍କ ଡାକ ଶୁଣିଛନ୍ତି ଏବଂ ଖୁସିଙ୍କୁ ଦୀର୍ଘ ୩୭ ଦିନ ପରେ ଖୁସି ଘରକୁ ଫେରି ଆସିଛନ୍ତି । କିନ୍ତୁ ଆଗ ଭଳି ଖୁସିଙ୍କ ମୁହଁରେ ଆଉ ଖୁସି ନାହିଁ । ନା ସେ ଭଲ ଭାବରେ ଚାଲି ପାରୁଛନ୍ତି ନା ଭଲ ଭାବରେ କଥା ହୋଇ ପାରୁଛନ୍ତି ।

ଖୁସୀଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ୱାମୀ ମଧ୍ୟ ଭାଙ୍ଗି ପଡ଼ିଛନ୍ତି । ବର୍ତ୍ତମାନ କଷ୍ଟ ଏବଂ ଯନ୍ତ୍ରଣାରେ ଖୁସି ଦିନ କାଟୁଛନ୍ତି । ଆପଣ ମାନେ ଖୁସି ଏବଂ ତାଙ୍କ ସ୍ୱାମୀଙ୍କୁ ଇନଷ୍ଟାଗ୍ରାମରେ ମୋଟୀଭେସନଲ ଭିଡ଼ିଓ କରୁଥିବା ଏବଂ ଦର୍ଶକଙ୍କୁ ହସାଉ ଥିବା ଦେଖିଥିବେ । କିନ୍ତୁ ଆଜି ପରିସ୍ଥିତି ଅଲଗା ଏବଂ ସେ ଭଲରେ କଥା ସୁଦ୍ଧା ହୋଇ ପାରୁ ନାହାଁନ୍ତି । ଖାଲି ଏତିକି କହୁଛନ୍ତି ଯଦି ତାଙ୍କର ଏମିତି ଦେହ ଖରାପ ହୋଇ ନଥାନ୍ତା ତେବେ ସେ ହୁଏତ କେବେ ଜାଣି ପାରି ନଥାନ୍ତେ ଯେ ତାଙ୍କ ସ୍ୱାମୀ ତାଙ୍କୁ କେତେ ଭଲ ପାଆନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ନଥିଲେ ବୋଧହୁଏ ସେ ନିଜ ଜୀବନ ଫେରି ପାଇ ନଥାନ୍ତେ । ନିଜ ସ୍ୱାମୀଙ୍କୁ ଭଗବାନ ମଧ୍ୟ କହିଛନ୍ତି ଖୁସି ।

Leave a Reply

Your email address will not be published. Required fields are marked *