କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ନେଇ ଅଭି-ଯୋଗ । ମେଡ଼ିକାଲ ନିର୍ଦେଶକ ଦେଲେ ନିଜ ବିବୃତ୍ତି ।

ବର୍ତ୍ତମାନ ସମୟରେ ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ କ୍ୟାପିଟାଲ ହସ୍ପିଟାଲରେ ଗତ ଦୀର୍ଘ ବର୍ଷ ଧରି ଯେଉଁ ଭୁଲ ହୋଇ ନଥିଲା । ତାହା ପ୍ରଥମ ଥର ପାଇଁ ହୋଇଛି ଏବଂ ଏହାକୁ ନେଇ ବର୍ତ୍ତମାନ ଗ-ଣ୍ଡଗୋ-ଳ ସୃଷ୍ଟି ହୋଇଛି । ତେବେ ଘଟଣା ଏହା ଯେ ଗତକାଲି ଏକ ପରିବାରର ଜଣେ ମହିଳାଙ୍କ ପ୍ରସବ ପରେ କୁଆଡ଼େ ଝିଅ ଜନ୍ମ ହୋଇଥିଲେ । କିନ୍ତୁ ଜଣେ କର୍ମଚାରୀ ତାଙ୍କୁ ପୁଅ ଜନ୍ମ ହେବା କଥା କହିଥିଲେ । କିନ୍ତୁ ପିଲାକୁ ଦେବା ସମୟରେ ଝିଅ ବୋଲି କହିଥିଲେ । ଯାହାକୁ ନେଇ ପରିବାର ଲୋକେ ଉତ୍କ୍ଷିପ୍ତ ହୋଇଥିଲେ ।

ଏହାକୁ ନେଇ ପରିବର ଲୋକେ ହସ୍ପିଟାଲର ନିର୍ଦେଶକଙ୍କ ପାଖରେ ଅଭି-ଯୋଗ କରିବା ସହିତ ଶିଶୁ ଅଦଳ ବଦଳ କରାଯାଉଥିବା ଅଭି-ଯୋଗ ଆଣିଛନ୍ତି । ଯାହାକୁ ନେଇ ଏକ କମିଟି ଗଠନ କରାଯାଇ ଏହାର ତ-ଦନ୍ତ କରାଯାଉଛି । ହସ୍ପିଟାଲର ନିର୍ଦେଶକଙ୍କ କହିବା କଥା ଯେ ଗତ ଦୀର୍ଘ ଏତେ ବର୍ଷ ମଧ୍ୟରେ ଏଭଳି ଘ-ଟଣା ଆଦୋୖ ଘଟି ନଥିଲା ।

ଏହା ପ୍ରଥମ ଥର ପାଇଁ ଘଟିଛି । ଯେଉଁଥି ପାଇଁ ସେହି ଦୋ-ଷୀ ଆଟେଣ୍ଡାଣ୍ଟଙ୍କୁ ଚାକିରୀରୁ ବାହାର କରାଯାଇଥିବା ମଧ୍ୟ କହିଛନ୍ତି ନିର୍ଦେଶକ । ଏହା ବ୍ୟତୀତ କହିଛନ୍ତି ଯେ ଆୟୋଜିତ କମିଟିରେ ନିର୍ଦେଶକ ପରିବାର ଲୋକଙ୍କୁ ଏ ବାବ-ଦରେ ବୁଝାଇବାକୁ ଚେଷ୍ଟା କରିବେ ।

ଆଉ ଯଦି ସେମାନେ ନବୁଝନ୍ତି ତେବେ ଏହି ମାମ-ଲାକୁ ପୋଲି-ସକୁ ହସ୍ତାନ୍ତର କରିବେ । ପୁଣି ଯଦି ପିଲା କାହାର ବିବାଦ ଆସେ ତେବେ ପିତା ମାତାଙ୍କ ଡିଏନଏ ମଧ୍ୟ ଟେଷ୍ଟ କରାଯିବ । ତେବେ ଡେଲିଭରି ସମୟରେ ସେଠାରେ ଥିବା ସମସ୍ତ ଷ୍ଟାଫ ଝିଅ ହୋଇଥିବା କଥା କହିବା ବେଳେ କେବଳ ଜଣେ ଆଟେଣ୍ଡାଣ୍ଟ ଏଭଳି ଭୁଲ କରିଛନ୍ତି ।

ଯେଉଁ କାରଣରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଆଉ ଏଥିପାଇଁ ହସ୍ପିଟାଲର ଅନ୍ୟ କେହି ଦାୟୀ ନୁହଁନ୍ତି ବୋଲି ନିର୍ଦେଶକ କହିଛନ୍ତି । ଆଉ ଯଦି ଆଗାମୀ ସମୟରେ ଏଭଳି ଭୁଲ କେହି କରନ୍ତି ତେବେ ତାକୁ ମଧ୍ୟ ଦ-ଣ୍ଡ ମିଳିବ ବୋଲି କହିଛନ୍ତି ନିର୍ଦେଶକ ।

Leave a Reply

Your email address will not be published. Required fields are marked *