ଶହୀଦ ଦେବାଶିଷଙ୍କ ଏକାଦଶାହ ଉପଲକ୍ଷେ କ୍ଷୀରି ତିଆରି କଲେ ଅଭିନେତ୍ରୀ ରାଣୀ ପଣ୍ଡା ।

ଆଜିକୁ ଦୀର୍ଘ ୧୧ ଦିନ ବିତିଗଲାଣି ତଥାପି କେହି ବିଶ୍ୱାସ କରି ପାରୁ ନାହାଁନ୍ତି ଯେ ଦେବାଶିଷ ବିଶ୍ୱାଳ ଆଉ ନାହାଁନ୍ତି । ସେ ନିଜ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଦୀର୍ଘ ଦିନ ହେବ ତାଙ୍କ ପରିବାର ଲୋକଙ୍କ ଆଖିରୁ ଅଶ୍ରୁ ଝରୁଛି । ପୁରା ପରିବାର ଏବଂ ତାଙ୍କ ଶୁଭ ଚିନ୍ତକ ତାଙ୍କୁ ହରାଇ ଦୁଃ-ଖରେ ଭା-ଙ୍ଗି ପଡ଼ିଛନ୍ତି ସତ କିନ୍ତୁ ସମସ୍ତେ ଏଭଳି ମଣିଷ ପାଇଁ ଗର୍ବିତ ହୋଇଛନ୍ତି ଏବଂ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଦେବାଶିଷଙ୍କ ପତ୍ନୀ ଏବଂ ତିନି ମାସର ଝିଅକୁ ଆଶ୍ୱାସନା ଦେବା ସହିତ ଲୋକେ ପରିବାରର ଶୁଭକାମନା କରୁଛନ୍ତି ।

ଆଉ ଏହାରି ମଧ୍ୟରେ ଦୀର୍ଘ ୧୧ ଦିନ ବିତି ଯାଇଛି । ଯାହା କେହିବି ବିଶ୍ୱାସ କରି ପାରି ନାହାଁନ୍ତି । ସମସ୍ତେ ଭାବୁଛନ୍ତି ଯେ ଏଇ କିଛିଦିନ ତଳେ ଦେବାଶିଷଙ୍କ ବିବାହ ବାର୍ଷିକୀ ପାଳିତ ହୋଇଥାନ୍ତା ଏବଂ ସେ ସବୁଥର ଭଳି ଘରକୁ ଖୁସିରେ ଆସିଥାନ୍ତେ । ସମସ୍ତେ ଏହା ଭାବିଛନ୍ତି ଯେ ଦେବାଶିଷ ଏବେବି ଯେମିତି ଅଛନ୍ତି । କିନ୍ତୁ ସତ କଥା ତ ଏହା ଯେ ଦେବାଶିଷ ଆଉ ଫେରିବେନି । ସେ ନିଜ ଦେଶ ପାଇଁ ନିଜ ଜୀବନ ବ-ଳି ଦେଇଛନ୍ତି । ଆଜି ଦେବାଶିଷଙ୍କର ଏକାଦଶାହ କ୍ରିୟା ଯାହାକୁ ନିୟମ ଅନୁଯାୟୀ ପରିବାର ଲୋକେ କରିବେ । ଏଥିପାଇଁ ପୁରା ପ୍ରସ୍ତୁତି ସରିଛି ଏବଂ ଶହୀଦ ଦେବାଶିଷଙ୍କ ଅଶ୍ରୁଳ ଶ୍ରଦ୍ଧା-ଞ୍ଜଳି ପାଇଁ ପ୍ରସ୍ତୁତି କରାଯାଇଛି ।

ଏପଟେ ପରିବାରର ଏହିସବୁ କାମରେ ଅଭିନେତ୍ରୀ ରାଣୀ ପଣ୍ଡା ପୂର୍ଣ୍ଣ ସହଯୋଗ କରିଛନ୍ତି । ଖାଲି ଉପସ୍ଥିତ ରହି ନାହାଁନ୍ତି ବରଂ ପରିବାରର ସବୁ କାର୍ଯ୍ୟରେ ହାତ ଲଗାଇଛନ୍ତି ଏବଂ ସାହାଯ୍ୟ କରିଛନ୍ତି । ନିଜ ହାତରେ ଶହୀଦ ଦେବାଶିଷଙ୍କ ପାଇଁ କ୍ଷୀରି ବନାଇଛନ୍ତି । ଯାହାର କିଛି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । କହିରଖିବୁ ଯେ ଗତ କିଛି ଦିନ ତଳେ ଯେଉଁଠି ଶହୀଦ ଦେବାଶିଷଙ୍କ ପରିବାରକୁ ସାହାଯ୍ୟ କରିବା ତ ଦୂରର କଥା ତାଙ୍କର ପାର୍ଥିବ ଶରୀରକୁ ଶ୍ରଦ୍ଧା-ଞ୍ଜଳି ଜ୍ଞାପନ କରିବା ପାଇଁ ବଡ଼ ଲୋକ ମାନେ ଆସି ସୁଦ୍ଧା ନଥିଲେ , ସେଠାରେ ଅଭିନେତ୍ରୀ ରାଣୀ ପଣ୍ଡା ଶ୍ରଦ୍ଧା-ଞ୍ଜଳି ଦେବାକୁ ଆସିବା ସହିତ ଦେବାଶିଷଙ୍କ କୁନି ଝିଅର ପାଠ ପଢ଼ା ନିମନ୍ତେ ୫୦,୦୦୦ଟଙ୍କା ମଧ୍ୟ ଦେଇଥିଲେ ।

ଆଉ ଆଜିବି ପରିବାରର ଦୁଃ-ଖରେ ଦୁଃ-ଖୀ ହୋଇ ସବୁ କାର୍ଯ୍ୟରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ମଧ୍ୟ ତାଙ୍କର ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *