ଆସୁଛି କାଳ ବୈଶାଖୀ , ହେବ ବାତ୍ୟା , ଲୋକେ ହୋଇ ଯାଆନ୍ତୁ ସାବଧାନ

ଅନେକ ଦିନ ଧରି ସାରା ରାଜ୍ୟ ସହିତ ଭାରତ ବର୍ଷରେ ଗୁଳୁ ଗୁଳି ଲାଗି ରହିଛି । ଲୋକେ ଏହି ତାତି ଦାଉରୁ ରକ୍ଷା ମଧ୍ୟ ପାଉ ନାହାଁନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ଏହି ପାଗ କେବେ ପରିବର୍ତ୍ତନ ହେବ ଆଉ ପୁଣି ଥରେ ଶାନ୍ତି ମିଳିବ ଆଉ ତାତିରୁ ଆଶ୍ୱସ୍ତି ମିଳିବ । ଲୋକେ ପୁଣିଥରେ କିଛି ମୁହୂର୍ତ୍ତକୁ ଶାନ୍ତିରେ ବିତାଇ ପାରିବେ ଆଉ ଆରାମରେ ଘରୁ ବାହାରକୁ ଯାଇ ପାରିବେ । ତେବେ ଏହାରି ମଧ୍ୟରେ ଆସିଛି ଏପରି କିଛି ସୂଚନା ।

ଦେଖିବାକୁ ମିଳିଛି କି , କ୍ରମାଗତ ଭାବରେ କିଛି ଦିନ ହେବ ସାରା ରାଜ୍ୟରେ ତାତି କମିବାକୁ ଆରମ୍ଭ କରିଛି । ତାପମାତ୍ରା କମି କମି ଅନେକ ତଳକୁ ଖସି ଗଲାଣି । ଆଗରୁ ଯେଉଁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା ବର୍ତ୍ତମାନ ତାହା ନିୟନ୍ତ୍ରଣ ମଧ୍ୟରେ ରହିଛି । ଆଉ ଏହାରି ମଧ୍ୟରେ ଗୋଟିଏ କଥା ଅନୁମାନ କରାଯାଇଛି କି , ବର୍ଷା ଏବେ ହେଉଛି । ଆଉ ଏବେ ଯାହା ଶୁଣିବାକୁ ମିଳିଛି କି , ବାତ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି । କାହିଁକି ନା ଉତ୍ତର ପଶ୍ଚିମ ଦିଗରେ ମାଡ଼ି ଆସୁଛି ବାତ୍ୟା ।

ଆଉ ଏହି କଥା ଆମେ କହୁ ନାହୁଁ। ଏହି କଥା ନିଜେ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ କହିବା ଅନୁଯାୟୀ , ଆସିବ ବାତ୍ୟା ଆଉ ଚାରିଆଡ଼େ ଭାସି ଯିବ । ଲୋକେ ଏତେ ଗରମ ମଧ୍ୟରେ ତାତିରୁ ପାଇବେ ମୁକ୍ତି ଆଉ ଟିକିଏ ଶାନ୍ତିର ସହିତ ଜୀବନ ବଞ୍ଚି ପାରିବେ । ତେବେ ଏହି ବାତ୍ୟା କେତେ କ୍ଷତି ଘଟାଇବା , ତାହା ତ ଆସିଲେ ଜଣା ପଡ଼ିବ । ଏବେ ଯାହା ଅନୁମାନ କରାଯାଉଛି ଏହି ବାତ୍ୟା ଏତେ ଗମ୍ଭୀର ରୂପ ଧାରଣ କରିବ ନାହିଁ । ଆଉ ଏହାରି ମଧ୍ୟରେ ଗୋଟିଏ ଖୁସି ଖବର ରହିଛି କି , ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ବାତ୍ୟା ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ଆଉ ବର୍ତ୍ତମାନ ଅବପାତ ବାତ୍ୟାର ରୂପ ନେଇ ସାରିଛି । କେତେବେଳେ ଆସିଯିବ ଆଉ ପୁରା ଚାରିଆଡ଼େ ଭସାଇ ଦେବ । ତେବେ ଏପରି କଥା ଶୁଣିବା ପରେ ଓଡ଼ିଶାବାସୀ ଟିକିଏ ଆଶ୍ୱସ୍ତି ଅନୁଭବ କରିଛି । ଆଉ ଯେଉଁ ମାନେ ଚାଷ କାମ କରିଛନ୍ତି , ସେମାନେ ମଧ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ନଚେତ୍ ଏତେ ବାତ୍ୟା ଆଉ ବର୍ଷାରେ ତାଙ୍କର ଫସଲ ନଷ୍ଟ ହୋଇ ଯାଇଥିଲେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାନ୍ତା । ପରିବାର ମୁଁହରେ ଟିକିଏ ଦାନା ଯୋଗାଇବା ପାଇଁ ସେମାନେ କଣ ବା କରିଥାନ୍ତେ ।

Leave a Reply

Your email address will not be published. Required fields are marked *