ଜୀବିତ ନବଜାତ ଶିଶୁକୁ ମୃ-ତ ବୋଲି ଘୋଷଣା କଲେ ଡ଼ାକ୍ତର।

ଈଶ୍ବରଙ୍କ ପରେ ମଣିଷ ଡ଼ାକ୍ତରମାନଙ୍କୁ ଭଗବାନ୍ ବୋଲି ମାନନ୍ତି କିନ୍ତୁ ଆଜିର କେତେ ଗୁଡିଏ ଡ଼ାକ୍ତରମାନଙ୍କ ପାଇଁ ଲୋକମାନେ ଡାକ୍ତରଖାନା ଯିବାକୁ ରାଜି ହେଉନାହାନ୍ତି। ଡାକ୍ତରଙ୍କୁ ଆମେ ଭଗବାନ ବୋଲି ବିଶ୍ଵାସ କରୁ କିନ୍ତୁ ଯଦି ସେଇ ଭଗବାନ ଜଣେ ସାଧାରଣ ନବଜାତ ଶିଶୁର ଜୀବନ ସହ ଖେଳ ଖେଳନ୍ତି ତେବେ ଆପଣ ମାନେ କଣ କରିବେ। ଏମିତି କିଛି ଘଟ-ଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ।

ଢେଙ୍କାନାଳର କମାର ସାହି ଅଞ୍ଚଳର କୁନା ପ୍ରଧାନ ଗତ କଲି ରାତିରେ ନିଜ ସ୍ତ୍ରୀଙ୍କୁ ନେଇ ଢେଙ୍କାନାଳ ସରକାରୀ ହସ୍ପିଟାଲକୁ ଯାଇଥିଲେ। ତାଙ୍କ ସ୍ତ୍ରୀ ଗର୍ଭ-ବତୀ ଥିଲେ କିନ୍ତୁ ସମୟ ପୁର୍ବରୁ ସେ ଏକ ନବଜାତ ଶିଶୁ ପୁତ୍ର ଜନ୍ମ ଦେଇ ଗୁରୁ-ତର ଅବସ୍ଥାକୁ ପଳେଇଲେ। ତାପରେ ଡ଼ାକ୍ତର ନବଜାତ ଶିଶୁ ପୁତ୍ରଟିକୁ ମୃ-ତ ବୋଲି କହିଲେ।

ତାପରେ ହଠାତ୍ କୁନାଙ୍କ ସ୍ତ୍ରୀଙ୍କୁ ବା ମା-ରିଲା ସେଥିପାଇଁ ଡ଼ାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠେଇ ଦେଲେ। ଘର ଲୋକ ମୃ-ତ ଶିଶୁ ପୁତ୍ର କୁ ନେଇ ଘରେ ପହଞ୍ଚିବାର କିଛି ସମୟ ପରେ ହଠାତ୍ ପିଲାଟି କା-ନ୍ଦିବାକୁ ଲାଗିଲା ସେଥିପାଇଁ ଘର ଲୋକ ପୁଣିଥରେ ଶିଶୁ ପୁତ୍ରକୁ ଆଣି ଡ଼ାକ୍ତରଙ୍କ ପାଖକୁ ଆସିଲେ।

ଆଶା ଦିଦି ସସ୍ମିତା ରାଉତ କହିଛନ୍ତି ପିଲାଟି ମାତ୍ର ୭ ମାସରେ ଜନ୍ମ ହେଇଛି। ସାଧାରଣତଃ ୭ ମାସର ପିଲା ବଞ୍ଚନ୍ତି ନାହିଁ ସେଥିପାଇଁ ବୋଧେ ଡ଼ାକ୍ତର ପିଲାଟି ମା-ରି କିଛି ବୋଲି କହିଲେ। ଆମେ ତ ବେଶି କିଛି ଜାଣିନୁ କିନ୍ତୁ ଯେ ପର୍ଯ୍ୟନ୍ତ ପିଲାର ନିଶ୍ବାସ ପ୍ରଶ୍ଵାସ ଚାଲିଛି ସେ ପର୍ଯ୍ୟନ୍ତ ଆମେ କେବେବି କହି ପାରିବାନି ଯେ ଛୁଆ ମ-ରିଯାଇଛି। ଡ଼ାକ୍ତରଙ୍କର ଏମିତି କହିବା ଭୁଲ।

ନବଜାତ ଶିଶୁ ପୁତ୍ରର ପିଉସୀ କୁନି ହେତୁରି ସକାଳୁ ସକାଳୁ ମେଡ଼ିକାଲରେ ପହଞ୍ଚି କହିଥିଲେ ଯଦି ଆମ ପିଲା ମ-ରିଯାଇଥିଲା ତେବେ ଆମେ ଘରେ ପହଞ୍ଚିବାପରେ ପରେ ସେ ବଞ୍ଚିଲା କେମିତି। ଏଥିପାଇଁ ସେ ଡ଼ାକ୍ତର ମାନଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିବେ ବୋଲି କହିଛନ୍ତି। କିନ୍ତୁ ଡ଼ାକ୍ତର କଳ୍ପନା ନାୟକ ଏବଂ ଭାନୁ ଆଚାର୍ଯ୍ୟ ଏମିତି କିଛି ସେମାନେ କରି ନାହାଁନ୍ତି ବୋଲି ସିଧା ସିଧା ମନା କରିଦେଇଛନ୍ତି। ସେ କହିଛନ୍ତି ଆମେ ଜାଣିନୁ ସେମାନେ ପିଲାକୁ କେତେବେଳେ ଘରକୁ ନେଇ ଯାଇଛନ୍ତି। ପିଲା ଜନ୍ମ ବେଳେ ମାତ୍ର ୬ ଗ୍ରାମର ଥିଲା ଯେଉଁ ଅବସ୍ଥାଟା ଅବୋରେଶନ ବେଳେ ଥାଏ ସେଥିପାଇଁ ଆମେ ତାକୁ ଏସେନସିଏଡ୍ କୁ ପଠେଇ ଥିଲୁ।

Leave a Reply

Your email address will not be published. Required fields are marked *