ଛାତି ଥରାଇ ଦେଲା ଭଳି ଦୃଶ୍ୟ , କୋଭିଡ ଟେଷ୍ଟ ନାମରେ ମହିଳାଙ୍କୁ ତଳେ ଶୁଆଇ ନେଲେ ସାମ୍ପଲ : ଦେଖନ୍ତୁ ଭିଡିଓ

ସାରା ବିଶ୍ୱରେ କରୋନା ଭୁତାଣୁର ଭୟାବହତା କମିବାର ନାମ ଧରୁନାହିଁ । ଦୀର୍ଘ ଦୁଇ ବର୍ଷ ଧରି ଭୟଭୀତ କରିବା ପରେ ବର୍ତ୍ତମାନ ଟିକିଏ ପରିସ୍ଥିତିରେ ସୁଧାର ଆସିଛି । ଲୋକେ ଆରାମରେ ଘରୁ ବାହାରି ପାରୁଛନ୍ତି ଆଉ ବାହାରେ ବୁଲି ପାରୁଛନ୍ତି । ପୂର୍ବରୁ କରୋନା ଚାରିଆଡ଼େ ଏତେ ଆତଙ୍କ ଖେଳାଇ ଦେଇଥିଲା ଯେ ସେ କଥା କହି ହେବ ନାହିଁ । ଅତ୍ୟନ୍ତ ଲୋକ ଭୟରେ ହିଁ ମୃତ୍ୟୁବରଣ କରୁଥିଲେ । ତେବେ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହାର ବିଷୟରେ ଜାଣି ଆପଣ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ ।

ତେବେ ପୁଣିଥରେ କରୋନା ଭୁତାଣୁ ଭୟଙ୍କର ରୂପ ନେଲାଣି ବୋଲି ଚର୍ଚ୍ଚା ଜୋର ଧରିଛି । ଅନେକ ସ୍ଥାନରେ ଲକଡାଉନ ମଧ୍ୟ ହୋଇଗଲାଣି । ଭାରତରେ ମଧ୍ୟ କ୍ରମାଗତ ଭାବରେ ଅନେକ ମାମଲା ସାମ୍ନାକୁ ଆସୁଅଛି । ଏହାପରେ ମଧ୍ୟ ଲୋକେ ସତର୍କତା ଅବଲମ୍ବନ କରୁନାହାଁନ୍ତି । ଏତେ ପରେ ମଧ୍ୟ ଲୋକେ ଡରିବାର ନାମ ଧରୁ ନାହାଁନ୍ତି । ୭୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଭୟର କୌଣସି ଲକ୍ଷଣ ନାହିଁ । ସେମାନେ ଆରାମରେ ବାହାରେ ବୁଲୁଛନ୍ତି । ତେବେ ପୁଣିଥରେ ଚୀନରେ କରୋନାର ମାମଲା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଲୋକେ ଭୂତାଣୁ ଠାରୁ ଅଧିକ ଲକଡାଉନକୁ ଭୟ କରୁଛନ୍ତି ।

ପୁଣିଥରେ ସେହି ଘର ଭିତରେ ବନ୍ଦୀ ହୋଇ ରହିବାକୁ ଚାହୁଁ ନାହାଁନ୍ତି ଲୋକେ । ତେବେ ଏହାରି ଭିତରେ ସମସ୍ତଙ୍କର କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ହୋଇଗଲାଣି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚୀନର ସେହି ଭିଡ଼ିଓ ଗୁଡିକୁ ଦେଖିଲେ ଆପଣ ଜାଣିପାରିବେ ଯେ କିପରି ଭାବରେ ନୃଶଂସ ଭାବରେ ସେମାନଙ୍କ ସହ ବ୍ୟବହାର କରାଯାଉଛି । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି କି ଜଣେ ମହିଳା କରୋନା ଟେଷ୍ଟ କରାଇବାକୁ ଆଦୌ ଚାହୁଁ ନାହାଁନ୍ତି ଆଉ ସେଥିପାଇଁ ସେ ନାକ ଦେଖାଉ ନାହାଁନ୍ତି । କିନ୍ତୁ ସ୍ୱାସ୍ଥ୍ୟକର୍ମୀ ମାନେ ଜୋର ଜବରଦସ୍ତ କରି ତାଙ୍କୁ ତଳେ ଶୁଆଇ ଦେଇ ତାଙ୍କ ନାକରୁ ସାମ୍ପଲ ନେଉଛନ୍ତି ।

ଯଦିଓ ମହିଳା ଜଣଙ୍କ ସେମାନଙ୍କୁ ବିରୋଧ କରୁଛନ୍ତି ତଥାପି ସେମାନେ ମହିଳାଙ୍କ କଥାକୁ ଆଦୌ ଖାତିର କାରୁନାହାଁନ୍ତି । ଅନ୍ୟପକ୍ଷରେ ଆଉ ଏକ ଭିଡିଓରେ ଦେଖା ଯାଇଥିଲା କି , ଜଣେ ବୃଦ୍ଧଙ୍କ ଘର ଭିତରେ ପଶି ସ୍ୱାସ୍ଥ୍ୟକର୍ମୀ ମାନେ ବାଧ୍ୟତାମୂଳକ ଭାବରେ ସାମ୍ପଲ ନେଉଛନ୍ତି । ତେବେ ଭିଡ଼ିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ । କରୋନାରେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଚୀନର ସାଂଘାଇରେ ବର୍ତ୍ତମାନ ଲକଡାଉନ ଜାରି ରହିଛି । ଆଗକୁ ପରିସ୍ଥିତି ଆଉ କେଉଁ ରୂପ ନେବ ସେ କଥା କହି ହେବନାହିଁ ।

https://twitter.com/songpinganq/status/1505152278075904001?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1505152671400935424%7Ctwgr%5E%7Ctwcon%5Es2_&ref_url=https%3A%2F%2Fknewsodisha.com%2Fnation-and-world%2Fcases-of-forced-testing-of-corona-are-going-viral-in-china-442588

Leave a Reply

Your email address will not be published. Required fields are marked *