କାନ୍ଦିଲେ ରୂପଶ୍ରୀ , କହିଲେ ଆମ ଫିଲ୍ମକୁ ରିଲିଜ୍ ହେବାକୁ ଦିଅନ୍ତୁ

ଚାରିଆଡ଼େ ଗୋଟିଏ ଚର୍ଚ୍ଚା ଆଉ ତାହା ହେଉଛି ବର୍ତ୍ତମାନ ସମୟରେ ବଲିଉଡ୍ ଜଗତରେ ନିଆଁ ଲାଗିଛି । ଆଉ ଅଭିନେତା ମାନଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହୋଇଛି । ତେବେ ଏହି ଝଡ଼ ମଧ୍ୟରେ ମୁଖ୍ୟ ନାମ ଅଭିନେତା ମନୋଜ ମିଶ୍ରଙ୍କର ଆସୁଛି । କାହିଁକି ନା ତାଙ୍କୁ ସମସ୍ତେ ଦୋଷ ଦେବାରେ ଲାଗିଛନ୍ତି । ଓଡ଼ିଆ ଫିଲ୍ମ “ରାମ୍” ବ୍ୟାନ କରିବା ପଛରେ କେବଳ ତାଙ୍କ ହାତ ରହିଥିବା କଥା ସମସ୍ତେ କହିବାରେ ଲାଗିଛନ୍ତି ଆଉ ଏହା ପରେ ତାଙ୍କର ଗୋଟିଏ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି ।

ତେବେ ଏହାରି ମଧ୍ୟରେ ଜଣେ ଅଭିନେତ୍ରୀ ଆଉ ସେ ହେଉଛନ୍ତି ରୁପଶ୍ରୀ , ଯାହାଙ୍କୁ ପ୍ରଥମରୁ ଦେଖିବାକୁ ମିଳିଥିଲା । ସେ ମନୋଜ ମିଶ୍ରଙ୍କ ବିପକ୍ଷରେ ଅନେକ ସତ କଥା ସବୁ ସାମ୍ନାକୁ ଆଣିଥିଲେ । କାଷ୍ଟିଙ୍ଗ କାଉଚ୍ ପଛରେ କେବଳ ତାଙ୍କର ହାତ ରହିଛି ବୋଲି ସେ କହିବାକୁ ଲାଗିଥିଲେ । ଆଉ ସେ ନିଜେ ଏହାର ଶିକାର ହୋଇଥିବା କଥା କହିଥିଲେ । ତେବେ ଏହାପରେ କଳି ତେଜି ଉଠିଥିଲା । ଆଉ ବର୍ତ୍ତମାନ ଏହାକୁ ନେଇ ପୁଣିଥରେ ରୂପଶ୍ରୀ ମୁଁହ ଖୋଲିଛନ୍ତି । ଆଉ ଏହିପରି କିଛି କଥା ସେ କହିଛନ୍ତି ।

ତାଙ୍କ କହିବା ଅନୁସାରେ , ଏତେ ବର୍ଷ ହେଲା ଆଉ ଏତେ କଷ୍ଟ ସେ ଯେଉଁ କରିଥିଲେ ତାଙ୍କ କଷ୍ଟ ସେହି କଷ୍ଟରେ ରହିଗଲା । କାହିଁକି ନା ତାଙ୍କ ଫିଲ୍ମ ରିଲିଜ୍ ହୋଇ ପାରୁ ନାହିଁ । ଆଉ ସବୁ ପଛରେ ମଧ୍ୟ ଏହି ମନୋଜ ମିଶ୍ରଙ୍କ ହାତ ରହିଛି । ଆଉ ଏହା କହି ସେ କାନ୍ଦି ପକାଇ ଥିଲେ । କାହିଁକି ନା ପ୍ରକୃତରେ ଯିଏ କଷ୍ଟ କରିଥାଏ , ସେ ଜାଣିଥାଏ କଷ୍ଟ କେତେ କରିଛି । ଅନ୍ୟ ପକ୍ଷରେ ମନୋଜ ମିଶ୍ରଙ୍କ ଅସଲ ଚେହେରା ସେ ସାମ୍ନାକୁ ଆଣି ଦେଇଛନ୍ତି ଆଉ ଏହି କଥା ସେତେବେଳେ ପ୍ରମାଣିତ ହେଲା , ଯେତେବେଳେ ତାଙ୍କ ସ୍ତ୍ରୀ କହିଲେ।

ତେବେ ରିଆଲିଟି ଶୋ ସମୟରେ ମଧ୍ୟ ସେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି । ଆଉ ଏପରିକି ଜଣେ ପ୍ରତିଯୋଗୀ ମଧ୍ୟ କାଲି ତାଙ୍କୁ ମେସେଜ କରି ଜଣାଇଛନ୍ତି ଯେ , ମନୋଜ ମିଶ୍ର ତାଙ୍କୁ କାଷ୍ଟିଂ କାଉଚ କରିଛନ୍ତି । ଆଉ ଏହି କଥା ସେ କାହାକୁ ବି କହି ପାରୁ ନଥିଲେ । ଆଉ ଏବେ ସେ ତାଙ୍କୁ ଜଣାଇଲେ । ତେବେ ସେ ଆଶା ଦେଇଛନ୍ତି ଯେ , ନିଶ୍ଚିତ ଭାବରେ ସତ ଦିନେ ସାମ୍ନାକୁ ଆସିବ । ନିଶ୍ଚିତ ଭାବରେ ଆଉ ବେଶୀ ଦିନ ନାହିଁ , ସବୁ ସତ ଖୋଲାସା ହେବ । ଆଉ ଦୁନିଆଁ ଜାଣିବ ପ୍ରକୃତରେ ମନୋଜ ମିଶ୍ର ଜଣେ କିପରି ଲୋକ ।

Leave a Reply

Your email address will not be published. Required fields are marked *