ସାହୁ ବାବୁ ଉପରେ ଗର୍ଜିଲେ ଶ୍ରୀ । କହିଲେ ରାଜୁ ଦାସ ତାଙ୍କୁ କେବେ ଟଙ୍କାଟେ ଦେଇ ନାହାଁନ୍ତି ।

ସୋସିଆଲ ମିଡ଼ିଆରେ ଏଇ କିଛିଦିନ ହେବ ଓଡ଼ିଆ କମେଡିଆନ ରାଜୁ ଦାସ ଏବଂ ଭାଗ୍ୟଶ୍ରୀଙ୍କ ମଧ୍ୟରେ ୟୁଟ୍ୟୁବ ଭିଡ଼ିଓକୁ ନେଇ କଥା କଟକଟି ହୋଇଛି । ଯାହାକୁ ନେଇ କେତେବେଳେ ରାଜୁ ଦାସ ତ କେତେବେଳେ ଶ୍ରୀଙ୍କର ମତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ କିନ୍ତୁ ଭାଗ୍ୟଶ୍ରୀ ମୁହଁ ଖୋଲିଛନ୍ତି ଏବଂ ସବୁ ସତ କହିଛନ୍ତି ।

କହିରଖିବୁ ଯେ ରାଜୁ ଦାସ ଜଣେ ଲୋକପ୍ରିୟ ଓଡ଼ିଆ କମେଡିଆନ ଯାହାଙ୍କ କମେଡିକୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରନ୍ତି । ଆଉ ତାଙ୍କ ଭିଡ଼ିଓରେ ଭାଗ୍ୟଶ୍ରୀଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖାଯାଏ । ବର୍ତ୍ତମାନ କିନ୍ତୁ ଏଇ କିଛିଦିନ ହେବ ୟୁଟ୍ୟୁବ ଭିଡ଼ିଓକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଛି

ବାସ୍ତବରେ ଭାଗ୍ୟଶ୍ରୀ ନିଜ ୟୁଟ୍ୟୁବ ଚ୍ୟାନେଲରେ ରାଜୁ ଦାସଙ୍କର ଏକ ଅଳ୍ପ ସମୟର ଭିଡ଼ିଓ ଏବଂ ଏକ ଭୋଏସ ପକାଇ ଥିଲେ । ଯାହାକୁ ରାଜୁ ଦାସ ଗତ ପାଞ୍ଚ ମାସ ତଳେ ଏକ ଷ୍ଟ୍ରାଇକ ଦେଇଥିଲେ । ଯାହା ଭାଗ୍ୟଶ୍ରୀ ଜାଣି ନଥିଲେ । ଏହାପରେ ଏଇ କିଛିଦିନ ହେବ ଆଉ ଏକ ଭିଡ଼ିଓରେ ସେମିତି ଷ୍ଟ୍ରାଇକ ଦେଇଛନ୍ତି । ଏମିତି ତିନୋଟି ଷ୍ଟ୍ରାଇକ କାରଣରୁ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ଲକ ହୋଇ ଯାଇଛି । କିନ୍ତୁ ଭାଗ୍ୟଶ୍ରୀଙ୍କ କହିବା କଥା ଯେ ସେ ଏମିତି ରାଜୁ ଦାସଙ୍କ ଭିଡ଼ିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ପକାଇ ପାରିବେ ବୋଲି ନିଜେ ରାଜୁ ଦାସ ଅନୁମତି ଦେଇଥିଲେ । ମାତ୍ର ଏପରି ଷ୍ଟ୍ରାଇକ ଦେବା ସତ୍ତ୍ୱେବି ସେ ଭାଗ୍ୟଶ୍ରୀଙ୍କୁ କିଛିବି ଜଣାଇ ନଥିଲେ ।

ଯାହାକୁ ନେଇ ଭାଗ୍ୟଶ୍ରୀ କ୍ରୋଧିତ ହୋଇଛନ୍ତି । ଖାଲି ସେତିକି ନୁହେଁ ରାଜୁ ଦାସ ତାଙ୍କୁ ଏତେ ଦିନ ହେବ ତାଙ୍କ କାମ ପାଇଁ ଟଙ୍କାଟେ ଦେଇ ନଥିବା ମଧ୍ୟ କହିଛନ୍ତି । ଏହି ବାବଦରେ ଯେତେବେଳେ ବିବାଦ ସୃଷ୍ଟି ହେଲା ସେତେବେଳେ କିଛି ମିଡ଼ିଆ ଚ୍ୟାନେଲ ତାଙ୍କ ବାଇଟ ପାଇଁ ଯୋଗାଯୋଗ କରିଥିଲେ । ମାତ୍ର ଠିକ ସମୟରେ କେହିବି ତାଙ୍କର ବାଇଟ ନନେଇ ରାଜୁ ଦାସଙ୍କ ବାଇଟ ନେଇଥିଲେ ।

ଏଠାରେ ଭାଗ୍ୟଶ୍ରୀ କହିଛନ୍ତି ଯେ ମିଡ଼ିଆଙ୍କୁ ଟଙ୍କା ଦେଇ ହିଁ ବାଇଟ ନେବାକୁ ମନା କରାଯାଇଥିଲା । ତେଣୁ ଭାଗ୍ୟଶ୍ରୀଙ୍କ କହିବା କଥା ଯଦି ରାଜୁ ଦାସ ଆଗରୁ ଜଣେଇ ଦିଅନ୍ତେ କି ତାଙ୍କ ଭିଡ଼ିଓ ଭାଗ୍ୟଶ୍ରୀ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ ନକରନ୍ତୁ ତେବେ ତାଙ୍କ ଚ୍ୟାନେଲ ଆଜି ବ୍ଲକ ହୋଇ ନଥାନ୍ତା । ତେବେ ବର୍ତ୍ତମାନ କେବଳ ଏହା ଦେଖିବା ବାକି ରହିଲା ଯେ ଭାଗ୍ୟଶ୍ରୀଙ୍କର ଏଭଳି ବୟାନରେ ରାଜୁ ଦାସ କଣ ଉତ୍ତର ରଖୁଛନ୍ତି ।

Leave a Reply

Your email address will not be published. Required fields are marked *