ବୀର ଯବାନ ଦେବାଶିଷ ହୋଇଛନ୍ତି ସହିଦ , ଏପଟେ ଝିଅକୁ ଗେହ୍ଲ କରୁଛନ୍ତି ବିଜେପି ନେତା ସମ୍ବିତ ପାତ୍ର

ସାରା ଦେଶ ଆଉ ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ପାଞ୍ଚ ଜଣ ବିର ମାନଙ୍କ ବିଷୟରେ ଆପଣଙ୍କୁ ତ ନିଶ୍ଚିତ ଭାବରେ ଜଣା ଥିବ । ତେବେ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଆମ ଓଡ଼ିଶାର ଦେବାଶିଷ ବିଶ୍ଵାଳ ମଧ୍ୟ ସାମିଲ ଥିଲେ । ଯିଏ ମାତ୍ର ଅଳ୍ପ ବୟସରେ ହିଁ ଦେଶ ପାଇଁ ଶହୀଦ ହୋଇଗଲେ । ଆଜକୁ ତାଙ୍କ ଯିବାର ଅନେକ ଦିନ ପୁରି ଗଲାଣି । ହେଲେ ଆଜି ଯାଏଁ କାହା ଆଖିରୁ ବି ଶୁଖୁ ନାହିଁ ଲୁ-ହ । ଏତେ ବଡ ଭେଣ୍ଡିଆ ପୁଅକୁ ହରାଇ ବାପା ମାଆ ଆଉ ନିଜକୁ କେମିତି ବା ସମ୍ଭାଳି ପାରିବେ ଆଉ ଦେବାଶିଷ ନିଜ ଜୀବନସାଥି ମଧ୍ୟ ପାଇ ସାରିଥିଲେ ।

କେବଳ ଏତିକି ନୁହେଁ , ସେମାନଙ୍କର ଗୋଟିଏ ସାତ ମାସର କୁନି ଝିଅ ରହିଛି ଆଉ ଯାହାକୁ ଦେଖି ପରିବାର ଲୋକ ଆଉ ତାଙ୍କ ସ୍ତ୍ରୀ ଆହୁରି ଜୋରରେ ଲୁ-ହ ଝରାଇବାରେ ଲାଗିଛନ୍ତି । ସେମାନେ ଛାତି ପି-ଟି ପି-ଟି କା-ନ୍ଦୁଛନ୍ତି ଆଉ କହିଛନ୍ତି ଏ ଭଗବାନ ତୁମେ ଏ କି କରିଦେଲ । ଅଧା ବାଟରେ ସବୁକିଛି ଛାଡି ଦେଇ ଚାଲିଗଲା ପୁଅ । ଏବେ ଝିଅକୁ କିଏ ଦେଖିବ । ଯେଉଁ ପିଲା ନିଜ ବାପାଙ୍କୁ ଦେଖି ମଧ୍ୟ ପାରିଲା ନାହିଁ କି ଜାଣି ପାରିଲା ନାହିଁ । ତାକୁ କିଏ ବା ସାହାରା ହେବ । ତେବେ ଏହି କୁନି ଝିଅକୁ ଦେଖିବା ପରେ ସମସ୍ତଙ୍କ ଆଖିରୁ ଲୁ-ହ ଆସି ଯାଉଛି ।

ତେବେ ଗତକାଲି ଦେବାଶିଷଙ୍କ ଏକାଦଶାହ ଥିଲା , ଯେଉଁଥିରେ ବଡ ବଡ଼ ଲୋକ ମାନେ ଯୋଗ ଦେଇଥିଲେ । ଆଉ ତାଙ୍କ ପରିବାରକୁ ଆଶ୍ଵାସନା ଦେଇଥିଲେ । କେବଳ ଏତିକି ନୁହେଁ , ସମସ୍ତେ ଦେବାଶିଷଙ୍କ କୁନି ଝିଅ ଦିବ୍ୟାଂଶିଙ୍କୁ ଆଦରି ନେଇଥିଲେ । ଆଉ ଏହାରି ମଧ୍ୟରେ ଦିବ୍ୟାଂଶିଙ୍କୁ ନିଜ କୋଳକୁ ନେଇଥିଲେ ବିଜେପି ନେତା ସମ୍ବିତ ପାତ୍ର । ସେ କହିଥିଲେ କି , ଏଇ କୁନି ଝିଅର କେବେ କିଛି ଅସୁବିଧା ହେବ ନାହିଁ । କାହିଁକି ନା ତା ସହିତ ସେ ସବୁବେଳେ ରହିଥିବେ ।

ଯେତେବେଳେ ଯାହା ସମସ୍ୟା ହେବ , ତାଙ୍କୁ କେବଳ ଥରେ ଡ଼ାକି ଦେବେ , ସେ ଆସି ପାଖରେ ଛିଡା ହେବେ ବୋଲି କହି ଯାଇଥିଲେ । ତେବେ ଅନ୍ୟ ପକ୍ଷରେ ଆଜି ଯାଏଁ ଦେବାଶିଷଙ୍କ ସ୍ତ୍ରୀ ଭଲ ଭାବରେ ଦାନା ମୁଠାଏ ନେଇ ପାରୁ ନାହାଁନ୍ତି । ଝିଅ ମୁହଁକୁ ଅନାଇ ଅନାଇ ତାଙ୍କର ତାଙ୍କ ସ୍ବାମୀଙ୍କ କଥା ମନେ ପଡ଼ି ଯାଉଛି । ବିବାହ ବାର୍ଷିକୀ ପାଳନ କରିବା ସ୍ବପ୍ନ ଅଧାରେ ରହିଗଲା ଆଉ ନିଜ ସ୍ଵାମୀ ସହିତ ଦୁଇ ମୁହୂର୍ତ୍ତ ଭଲ ଭାବରେ ମଧ୍ୟ ଟିକିଏ ବିତାଇ ପାରିଲେ ନାହିଁ । ଆଉ ସ୍ଵାମୀ ସେପଟେ ଦେଶ ପାଇଁ ସହିଦ ହୋଇଗଲେ। ମନରେ ଅନେକ ଆଶା ଆଉ ଅବଶୋଷ ରହି ଯାଇଛି , ତଥାପି ସେ ନିଷ୍ପତ୍ତି ନେଇଛନ୍ତି ଜୀବନରେ ବହୁତ ଆଗକୁ ବଢିବାର ଅଛି ।

Leave a Reply

Your email address will not be published. Required fields are marked *