କାନ୍ଦି କାନ୍ଦି ହସ୍ପିଟାଲରୁ ବାହାରିଲେ ନବ ଦାସଙ୍କ ପରିବାର….

ଆଖି ବୁଝିଲେ ନବ ଦାସ । କାନ୍ଦି କାନ୍ଦି ହସ୍ପିଟାଲରୁ ବାହାରି ଗଲେ ନବ ଦାସଙ୍କ ପରିବାର ଲୋକେ । ଆପଲ ହସ୍ପିଟାଲ ପରିବେଶରେ ଖେଳି ଯାଇଥିଲା ଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରୁ ଝରି ଆସୁଥିଲା ଲୁହ । ନବ ଦାସଙ୍କ ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକେ ଓ ନେତା ମନ୍ତ୍ରୀ ମାନେ ।

ଆଜି ଆପଣ ମାନେ ନିହାତି ଭାବେ ଜାଣିଥିବେ ନବ ଦାସଙ୍କ ସହିତ ଯାହା ଘଟିଗଲା ତାକୁ ଓଡିଶା ବାସୀ ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । କାରଣ ନବ ଦାସ କେବଳ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ନଥିଲେ ସେ ଥିଲେ ସମସ୍ତଙ୍କର ପ୍ରିୟ । ମୃତ୍ୟୁ ଏମିତି ବି ଆସିପାରେ ଯାହା କେହି କେବେ କଳ୍ପନା କରିନଥିଲେ ।

ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ପୋଲିସ କର୍ମୀଙ୍କ ଗୁଳିରେ ଟଲି ପଡ଼ିଥିଲେ ନବ ଦାସ । ଜଣେ ପୋଲିସ କର୍ମଚାରୀ କାହିଁକି ଏପରି କାଣ୍ଡ ଭିଆଇଲେ ତାହା ସମସ୍ତଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ନେତାଙ୍କୁ ଯଦି ଜଣେ ପୋଲିସ ବାହିନୀ ଏପରି ଗୁଳି କରି ହତ୍ୟା କରନ୍ତି ତେବେ ସେ ଖାକି ଉପରେ ବିଶ୍ୱାସ କରି ପାରିବେ କି ସାଧାରଣ ଜନତା ।

ସେ ଖାକି ଉପରେ ଭରସା କରି ପାରିବେ କି ଜନତା ମାନେ । ଯଦି ରକ୍ଷକ ସାଜେ ଭକ୍ଷକ ସାଜେ ତାହାଲେ ଜନତା କାହାକୁ ବିଶ୍ୱାସ କରିବେ । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି କି କାହିଁକି ଏତେ ଭିଡ଼ ଭିତରେ ପୋଲିସ କର୍ମୀ ଜଣଙ୍କ ନବ ଦାସଙ୍କ ଉପରକୁ ଗୁଳି କରିଥିଲେ । ସେ ପୋଲିସର କଡା ସୁରକ୍ଷା ବଳୟ ଭିତରେ ଥାଇ ସୁଦ୍ଧା କାହିଁକି ଏପରି କାଣ୍ଡ ଭିଆଇଲେ ।

ସେପଟେ ନବ ଦାସଙ୍କ ମୃତ୍ୟୁରେ ସାରା ରାଜ୍ୟ ସ୍ତବ୍ଧ ପାଲଟି ଯାଇଛି କହିଲେ ଭୁଲ ହେବ ନାହିଁ । ସ୍ଵାସ୍ଥ୍ୟ ମନ୍ତ୍ରୀ ଆପଲ ହସ୍ପିଟାଲରେ ପହଁଚିବା ପୂର୍ବରୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଯୋଡି ନବ ଦାସଙ୍କ ପାଇଁ ଭଗବାନଙ୍କୁ ପାର୍ଥନା କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଲା । ହେଲେ ଦୁଃଖର କଥା ଆପଲ ହସ୍ପିଟାଲରେ ହିଁ ନବ ଦାସ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଉ ତାଙ୍କ ମୃତ୍ୟୁ ରେ କେବଳ ପରିବାର ଲୋକେ ଭାଙ୍ଗି ପଡିନଥିଲେ ବରଂ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

ତେବେ ନବ ଦାସଙ୍କୁ ଝୁରୁଛନ୍ତି ନେତା ମନ୍ତ୍ରୀ ଝୁରୁଛନ୍ତି ସାଧାରଣ ଜନତା ଆଉ ଝୁରୁଛି ସାରା ଓଡିଶା । ତେବେ ବର୍ତ୍ତମାନ ପରିବାର ଲୋକେ ଆପଲ ହସ୍ପିଟାଲ ରୁ ଆଖିରେ ଲୁହ ନେଇ ଫେରି ଯାଇଥିବା ବେଳେ ସମସ୍ତେ କହୁଛନ୍ତି ଭଗବାନ ନବ ଦାସଙ୍କ ପରିବାରକୁ ଧର୍ଯ୍ୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *