କାଳ ସାଜିଲା ମାମୁଁ ଝିଅର ପ୍ରେମ, ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା…

ପ୍ରେମ ଏକ ପବିତ୍ର ବନ୍ଧନ। କେତେବେଳେ କେଉ ପରିସ୍ଥିତିରେ ଏବଂ କାହା ସହ ମଣିଷ ପ୍ରେମରେ ପଡିଯାଏ ସେ ନିଜେ ମଧ୍ୟ ଜାଣି ପାରେନି। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। ପ୍ରେମ ଆଗରେ ମଣିଷକୁ ଆଉ କିଛି ଦେଖା ଯାଏ ନାହିଁ। ତାକୁ କେବଳ ସେ ଆଉ ତା ପ୍ରେମ ହିଁ ଦେଖାଯାଏ। ବେଳେବେଳେ ମଣିଷ ପ୍ରେମରେ ପାଗଳ ହେଇ ଏମିତି କିଛି କରିବସେ ଯାହାକୁ ପଛରେ କେବେ ଭାବିବା ପାଇଁ ସେ ଆଉ ଏ ଦୁନିଆରେ ନଥାଏ। ହଁ ଆଜ୍ଞା ନବରଙ୍ଗପୁର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗାଆଁର ହରେକୃଷ୍ଣ ମଝି ନିଜ ମାମୁଁ ଝିଅକୁ ଭଲ ପାଉଥିଲେ। ସେ ଜାଣିଥିଲେ ମାମୁଁ ଝିଅ ଭଉଣୀ ପରି କିନ୍ତୁ କେତେବେଳେ ସେ ମାମୁଁ ଝିଅଙ୍କ ପ୍ରେମରେ ପାଗଳ ହେଇଗଲେ ସେ ଜାଣି ପାରିଲେନି। କିଛି ଦିନ ଦୁହେଁ ଦୁହିଁଙ୍କୁ ଭଲ ପାଇବା ପରେ ଘର ଲୋକ ଏ ବିଷୟରେ ଜାଣିବାକୁ ପାଇଲେ।

ଜଣେ ହେଲା ଭାଇ ଝିଅ ଆଉ ଜଣେ ଭଉଣୀ ପୁଅ ଏ କଥା ଜାଣି ମଧ୍ୟ ଘର ଲୋକ ଦୁଇ ପିଲାଙ୍କ ଖୁସି ପାଇଁ ବାହାଘର କଥା ଚିନ୍ତା କଲେ। ହରେକୃଷ୍ଣ ମାମୁଁ ଝିଅକୁ ଛାଡ଼ି ରହି ପାରୁନଥିଲେ। ସେ ଚାହୁଁ ଥିଲେ କେମିତି ତାଙ୍କ ମାମୁଁ ଝିଅ ସବୁବେଳେ ତାଙ୍କ ଆଖି ଆଗରେ ରହୁ। ସେ ପ୍ରେମିକା କୁ ଦେଖା କରିବ ପାଇଁ ସବୁଦିନ ମାମୁଁ ଘରକୁ ଯାଆନ୍ତି। କିନ୍ତୁ ସେଦିନ ରାତି ରେ ମାମୁଁ ଝିଅକୁ ଦେଖିବାକୁ ବହୁତ୍ ମନ ହେଲା ସେଥିପାଇଁ ସେ ଦିନ ରାତି ନ ମାନି ରାତି ଅଧରେ ମୋବାଇଲ ଲାଇଟ୍ ମାରି ମାମୁଁଙ୍କ ଗାଆଁରେ ପହଞ୍ଚିଲେ।

ଗାଆଁ ଭିତରକୁ ଏତେ ରାତିରେ କିଏ ଆସିଲା ଭାବି ଗାଆଁ ଲୋକ ହରେକୃଷ୍ଣଙ୍କ ପାଖରେ ଯାଇ ପହଞ୍ଚିଲେ ସେମାନେ ହରେକୃଷ୍ଣଙ୍କୁ ଦେଖି ବହୁତ୍ ଗାଳି ଗୁଲଜ କଲେ ଏବଂ ବହୁତ୍ ମାଡ଼ ମାରିିଲେ। ହରେକୃଷ୍ଣ ମାଡ଼ ଖାଇବା କଥା ଶୁଣି ଘର ଲୋକ ଏବଂ ମାମୁଁ ଘର ଲୋକ ସେ ଜାଗାରେ ପହଞ୍ଚି ଘଟଣାର ସମାଧାନ କଲେ। କିନ୍ତୁ ହରେକୃଷ୍ଣଙ୍କ ମୁଣ୍ଡରୁ ସେ କଥା ଯାଇ ନଥିଲା ସେ ଦିନ ସାରା ଏ ବିଷୟରେ ଚିନ୍ତା କରି କରି ରବିବାର ଦିନ ଦଉଡା ଦେଇ ଆତ୍ମହତ୍ୟା କରିଦେଲେ। ଏ କଥା ଚନ୍ଦାହାଣ୍ଡି ପୋଲିସ୍ ଜାଣିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠେଇ ଗାଆଁ ଲୋକଙ୍କୁ ଘଟଣା ବିଷୟରେ ପଚରା ଉଚରା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *