ଗଣମାଧ୍ୟମରେ ବିବାହ ପରର ଜୀବନ କହିଲେ ଜୁନିୟର ଲିପୁନ । କହିଲେ ” ବାମନ ହୋଇ ଚାନ୍ଦକୁ ହାତ ବଢ଼େଇଛି ଏବଂ ଚାନ୍ଦକୁ ପାଇଛି ମଧ୍ୟ “

ଗାଁ ଆଖଡ଼ା ରୁ ଲୋକଲୋଚନକୁ ଆସି ପରେ ନିଜର ଅଭିନୟ ଏବଂ କମେଡ଼ି ପ୍ରଦର୍ଶନ କରିଥିବା ଲିପୁନ ଜୁନିୟରଙ୍କୁ ଓଡ଼ିଶାର ପ୍ରାୟ ସମସ୍ତେ ଜାଣିଛନ୍ତି । ବାମନ ହୋଇଥିବାରୁ ତାଙ୍କୁ ଲୋକଙ୍କ ଠାରୁ ଅନେକ କଥା ଅନେକ ସମୟରେ ଶୁଣିବାକୁ ପଡ଼ିଥାଏ । କିନ୍ତୁ ତଥାପି ସେ ଏହି କଥାକୁ ଭାବି କେବେ ଅଟକି ନାହାଁନ୍ତି ବରଂ ଆହୁରି ଆଗକୁ ଯିବାର ସ୍ୱପ୍ନ ଦେଖି ଆଗକୁ ବଢ଼ି ଚାଲିଛନ୍ତି । ଖାଲି କମେଡ଼ିରେ ନୁହେଁ ବରଂ ପ୍ରେମ ଜୀବନରେ ମଧ୍ୟ ସେ ଅତ୍ୟନ୍ତ ସଫଳ ହୋଇଛନ୍ତି । ଯାହାକୁ ସେ ବର୍ତ୍ତମାନ ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିଛନ୍ତି । କହି ରଖିବୁ ଯେ ଜୁନିୟର ଲିପୁନ ବର୍ତ୍ତମାନ ବିବାହିତ ଏବଂ ନିଜ ବିବାହ ଜୀବନର ସଂ-ଘର୍ଷ ବିଷୟରେ କହିଛନ୍ତି ।

ଗଣମାଧ୍ୟମରେ ଜୁନିୟର ଲିପୁନ କହିଛନ୍ତି ଯେ ତାଙ୍କ ପ୍ରେମ ଜୀବନରେ ଅନେକ ସଂ-ଘର୍ଷ ରହିଥିଲା । ଯେହେତୁ ସେ ଜଣେ ବାମନ ତେଣୁ ତାଙ୍କୁ ଏମିତିରେ ଲୋକେ ଅନେକ କଥା କହନ୍ତି । ସେ ସବୁକିଛି ଶୁଣିବି ସୁଦ୍ଧା ନା କ୍ୟାରିଅରରେ ଅଟକି ଯାଇଛନ୍ତି ନା ପ୍ରେମ ମାମଲାରେ । ବର୍ତ୍ତମାନ ସେ ଅନୁଙ୍କୁ ବିବାହ କରିବା ପରେ ଆହୁରି ଖୁସି ଥିବା କହିଛନ୍ତି ।

ଯେହେତୁ ସେ ବାମନ ତେଣୁ ଅନୁଙ୍କ ପରିବାର ଲୋକେ ଚାହୁଁ ନଥିଲେ ଯେ ତାଙ୍କ ଝିଅ ଏଭଳି ଜଣେ ମଣିଷକୁ ବିବାହ କରନ୍ତୁ ବୋଲି । କିନ୍ତୁ ଯେଉଁଠି ପ୍ରେମ ସତ୍ୟ ଥିବ ସେଠାରେ ଦୁହେଁ ସାଥିରେ ରହିବେ ତ ନିଶ୍ଚୟ । ଆଉ ଲିପୁନଙ୍କ ଜୀବନରେ ମଧ୍ୟ ଏହିଭଳି କିଛି ହୋଇଛି । କେବଳ ସେତିକି ନୁହେଁ ପ୍ରେମ ବିବାହ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି ।

ଲିପୁନ ଏବଂ ଅନୁଙ୍କ ପ୍ରେମ ବିଷୟରେ ହୁଏତ ସମସ୍ତେ ଜାଣିଥିଲେ ଅର୍ଥାତ ଦୁଇ ପରିବାର ଜାଣିଥିଲେ କିନ୍ତୁ ତାଙ୍କ ବିବାହ କଥା କେହିବି ଜାଣି ନଥିଲେ । ଲିପୁନ ବିବାହ କରିବା ଦିନ ଘରେ ଇଣ୍ଟରଭିଉର ମିଛ କଥା କହି ଯାଇଥିଲେ । ଯେଉଁ ବିଷୟରେ ଉଭୟ ପରିବାରକୁ ସୁଦ୍ଧା ଜଣା ନଥିଲା । ବିବାହ ପରେ ମଧ୍ୟ ଉଭୟ ପରିବାରର ଲୋକେ ଅଭିମାନ କରିଥିଲେ ।

ଏମିତିକି ଲିପୁନଙ୍କ ସହିତ ତାଙ୍କ ପରିବାର ଲୋକେ ମଧ୍ୟ କଥା ହେବା ବନ୍ଦ କରି ଦେଇଥିଲେ । କିନ୍ତୁ ଧୀରେ ଧୀରେ ସବୁ ସମସ୍ୟାର ସମାଧାନ ହେଲା ଏବଂ ଉଭୟେ ପରିବାର ଏକାଠି ମଧ୍ୟ ହେଲେ । ଏମିତିକି ଲିପୁନଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ପସନ୍ଦ ମଧ୍ୟ କରିବାରେ ଲାଗିଲେ । ଆଉ ଏମିତିରେ ବି ଲିପୁନ ଖୁବ କର୍ମଠ ଏବଂ ସ୍ୱାଧୀନ ଭାବରେ ବଞ୍ଚନ୍ତି ।

ଅନୁ ନିଯେମ ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନରେ ଲିପୁନ କେବେ କୌଣସି ଜିନିଷର ଅ-ଭାବ ହେବାକୁ ଦେଇ ନାହାଁନ୍ତି । ଆଉ ଦୁହେଁ ବେଶ ଖୁସିରେ ଅଛନ୍ତି । ଉଭୟଙ୍କୁ ଉଭୟଙ୍କ ପରିବାର ଲୋକେ ବେଶ ସପୋର୍ଟ ମଧ୍ୟ କରନ୍ତି । ଲିପୁନ ବାମନ ହେବାକୁ ନେଇ ଲୋକେ ଯେମିତି କହନ୍ତି ସମାନ ପରିସ୍ଥିତି ଅନୁଙ୍କୁ ମଧ୍ୟ ସହ୍ୟ କରିବାକୁ ପଡ଼ିଥିଲା । ମାତ୍ର ସେ କାହା କଥା ଶୁଣି ନଥିଲେ ।

ସମଗ୍ର ଗଣମାଧ୍ୟମ ସାମ୍ନାରେ ଲିପୁନ କହିଛନ୍ତି ଯେ ” ମୁଁ ବାମନ ହୋଇ ଚାନ୍ଦକୁ ହାତ ବଢ଼େଇଛି ଏବଂ ଚାନ୍ଦକୁ ପାଇଛି ମଧ୍ୟ ” ।ବାସ୍ତବରେ ମନୁଷ୍ୟର ଶାରୀ-ରିକ କ୍ଷମତା ଠାରୁ ତାର ଦୃଢ଼ ମନୋବଳ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ । ଆଉ ଯାହା ଜୁନିୟର ଲିପୁନ ପ୍ରମାଣ କରି ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *