ଜେଜେ ମାକୁ ନିର୍ଦ୍ଧୁମ ପିଟୁଛି ନାତୁଣୀ ବୋହୂ ।

ଧୀରେ ଧିରେ ସମୟ ବଦଳୁଛି ହେଲେ ବଦଳୁନି ମଣିଷର ମାନସିକତା । ଧୀରେ ଧିରେ ସମୟ ସହିତ ମଣିଷ ଆହୁରି ଅବାଟକୁ ଚାଲି ଯାଉଛି । ଏଇ ଯେମିତି ଏକ ନାତୁଣୀ ବୋହୂ ଜେଜେ ମାର ବୃଦ୍ଧ ଅବସ୍ଥାରେ ତାଙ୍କୁ ନିର୍ଦ୍ଧୁମ ପିଟି ଚାଲିଛି । କଣ ଏ ଦୁନିଆରେ ଟଙ୍କା,ପଇସା,ସମ୍ପତ୍ତିର ଲୋଭ ମଣିଷକୁ ଏତେ ବଦଳାଇ ଦେଇ ପାରେ । ସାମାନ୍ୟ କିଛି ଟା ଟଙ୍କା ଲୋଭରେ ମଣିଷ କଣ ଏତେ ତଳକୁ ଖସି ଯାଇ ପାରେ । ବନ୍ଧୁଗଣ ଏପରି କିଛି ଘଟଣା ସାମ୍ନାକୁ ଆସିଛି ଆପଣ ଶୁଣିଲେ ହୁଏତ ଆପଣଙ୍କ ଅଜାଣତରେ ଆପଣଙ୍କ ଆଖିରେ ଦୁଇ ଟୋପା ଲୁହ ଚାଲି ଆସିବ ।

ଜେଜେ ମାଙ୍କ ବୟସ ପାଖା ପାଖି ୮୦ ବର୍ଷ ହେବ । ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି କହିଲେ ବି ଅତୁକ୍ତି ହେବ ନାହିଁ । ହେଲେ ଏହି ପରିଣତ ବୟସରେ ନାତୁଣୀ ବୋହୂ ଜେଜେ ମାର ସଂପତ୍ତି ଲୋଭରେ ଅମଣିଷ ଭଳି ଜେଜେ ମାଙ୍କୁ ପିଟି ଚାଲିଛି । ଚୁଟି ଘୁମେଇ ବିଧା ଚାପୁଡ଼ା ଗୋଇଠା ମାରିବାକୁ ବି ପଛ ଘୁଂଚା ଦେଉନହିଁ। ହେଲେ ନାରୀ ଟିଏ ଆଉ ଏକ ନାରୀ ପ୍ରତି ଏତେ ନିଷ୍ଠୁର କିପରି ହୋଇପାରେ । ଦିନେ ଏହି ପରିଣତ ବୟସ ନାତୁଣୀ ବୋହୂ ଙ୍କର ମଧ୍ୟ ଆସିବ ଏ କଥା ସେ କେମିତି ଭୁଲି ଯାଆନ୍ତି

ତେବେ ବନ୍ଧୁଗଣ ଏହି ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ଖନ୍ତପଡ଼ା ଥାନା ରାମପୁର ଗ୍ରାମର । ଜେଜେ ମାଙ୍କର ଛିଡା ହେବାକୁ ବଳ ନାହିଁ । କଥା କହିଲେ ପାଟି ଥରି ଯାଉଛି ହେଲେ ସେଥିରେ ବି ଜେଜେ ମା ସାମ୍ନା କରୁଛନ୍ତି ନାତୁଣୀ ବୋହୂଙ୍କ ଅକଥନୀୟ ନିର୍ଯାତନା । ଥରି ଥରି ଜେଜେ ମା କହୁଛନ୍ତି ସଂପତ୍ତି ଲୋଭରେ ମୋ ନାତୁଣୀ ବୋହୂ ମତେ ନିର୍ଯାତନା ଦେଉଛନ୍ତି । ମୋ ବୃଦ୍ଧା ଅବସ୍ଥାରେ ମୁଁ ଟିକେ ଶାନ୍ତି ଚାହୁଁ ଥିଲେ ବି ମୋ ନାତୁଣୀ ବୋହୂ ମତେ ଶାନ୍ତିରେ ରହିବାକୁ ଦେଉନି । ଆଉ ଏହା ପରେ ଜେଜେ ମା କଇଁ କଇଁ ହୋଇ କୁନି ପିଲାଙ୍କ ପରି କାନ୍ଦୁଛନ୍ତି ।

ତେବେ ଜେଜେ ମାଙ୍କ ଉପରେ ହେଉଥିବା ଅକଥନୀୟ ନିର୍ଯାତନା ଭିଡ଼ିଓଟି କେହି ଜଣେ ଉତ୍ତଳନ କରି ଭାଇରାଲ କରିଦେଇଥିବା ବେଳେ । ଏହି ଭିଡିଓଟି ବର୍ତ୍ତମାନ ଯିଏ ଦେଖୁଛନ୍ତି ସେ କାନ୍ଦି ପକାଉଛନ୍ତି । ମଣିଷ ଏତେ ତଳକୁ କିପରି ଖସି ଯାଇ ପାରେ ସଂପତ୍ତି ଲୋଭରେ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ତେବେ ଏହି ଘଟଣା ସମସ୍ତଙ୍କୁ ଦୁଃଖ ଦେଇଥିବା ବେଳେ ନାତୁଣୀ ବୋହୂଙ୍କ ଉପରେ ଦୃଢ଼ କାର୍ଯ୍ୟାୁନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସମସ୍ତେ ।

Leave a Reply

Your email address will not be published. Required fields are marked *