ଦୀର୍ଘ ଦୁଇ ବର୍ଷ ହେବ ବାବା ବେଶରେ ଆସି ଠକୁଛନ୍ତି ଲୋକଙ୍କୁ । ଆଉ ବର୍ତ୍ତମାନ ଧରା ପଡ଼ିବା ପରେ କହୁଛନ୍ତି ……..

ଆଜିକାଲି ଲୋକେ ପରିଶ୍ରମ କରିବା ବଦଳରେ ବସି ବସି ଟଙ୍କା ରୋଜଗାର କରିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି । ଆଉ କଥାରେ ଅଛି ଯେଉଁ ମଣିଷ ଅନ୍ୟକୁ ଠକିଥାଏ , ସେ ଦିନେ ନା ଦିନେ ନିଶ୍ଚିତ ଠକି ଥାଏ । ପୁଣି ଧର୍ମ ଏବଂ ଭଗବାନଙ୍କ ନାମ ନେଇ ମଧ୍ୟ କିଛି ଲୋକ ସନ୍ୟାସ ମୁଖା ପିନ୍ଧି ଅନ୍ୟକୁ ଠକୁଛନ୍ତି । ଏଭଳି ଅନେକ ଘଟଣା ଲୋକଲୋଚନକୁ ଆସୁଥିଲେ ହେଁ ବର୍ତ୍ତମାନ ସୁଦ୍ଧାବି ଏଭଳି କାମ କରୁଥିବା ଲୋକେ ବର୍ତ୍ତି ନାହାଁନ୍ତି । ପୁଣି କିଛି ଲୋକ ନିଜକୁ ସାଧୁ କହି ଏବଂ ମେଦିନିପୁର ନନ୍ଦିଗ୍ରାମରୁ ଆସିଛନ୍ତି କହି ଭିକ୍ଷା ବୃତ୍ତି କରୁଥିବାର ଧରା ପଡ଼ିଛନ୍ତି ।

ବର୍ତ୍ତମାନ ସମୟରେ ଇଣ୍ଟରନ୍ୟାସନଲ ହ୍ୟୁମାନ ରାଇଟ୍ସର ଜଣେ ସଭାପତି ଏହିଭଳି ପାଞ୍ଚ ଜଳ ଠକ ବାବାଙ୍କୁ ଅଟକ ରଖିଛନ୍ତି । ତାଙ୍କ କହିବା କଥା ଯେ ସେ ଦୀର୍ଘ ଦୁଇ ବର୍ଷ ହେବ ଏହିଭଳି ଅନେକ ଲୋକଙ୍କୁ ବାବା ବେଶରେ ଆସି ଭିକ୍ଷା ବୃତ୍ତି କରୁଥିବାର ଦେଖୁଛନ୍ତି । ଏମିତିକି ଅନେକ ଥର ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଏଭଳି ସାଧାରଣ ଲୋକଙ୍କୁ ନଠକି ପରିଶ୍ରମ କରି ଟଙ୍କା ରୋଜଗାର କରନ୍ତୁ । କିନ୍ତୁ ଏବେ ସୁଦ୍ଧା ମଧ୍ୟ ସେହିଭଳି ଜାରି ରହିଛି । ତେଣୁ ସେ ଗତକାଲି ଗାଁରେ ଭିକ୍ଷା କରୁଥିବା ପାଞ୍ଚ ଜଣ ଠକ ବାବାଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି ।

ସେମାନଙ୍କ ମଧ୍ୟରୁ ସମସ୍ତେ ହିଁ ମିଛ କହିଛନ୍ତି ଯେ ସେମାନେ କୁଆଡ଼େ ମେଦିନିପୁର ନନ୍ଦିଗ୍ରାମରୁ ଆସିଛନ୍ତି ଏବଂ ସେମାନେ ବ୍ରାହ୍ମଣ ଏବଂ ବୈଷ୍ଣବ ଅଟନ୍ତି । କିନ୍ତୁ ଜଣେ ବ୍ୟକ୍ତି ନିଜେ ମିଛ କହୁଥିବା ମାନିବା ସହିତ ଏହା ମଧ୍ୟ ମାନିଥିଲେ ଯେ ଏଭଳି ମିଛ କହି ସେମାନେ ଭିକ୍ଷାବୃତ୍ତି କରୁଛନ୍ତି । ଆଉ ସେହି ପଇସାରେ ସେମାନଙ୍କ ପରିବାର ଚଳୁଛି । ପୁଣି ଅନ୍ୟ ଚାରି ଜଣ ଏବେ ସୁଦ୍ଧା ସତ କହି ନାହାଁନ୍ତି । ସେମାନଙ୍କୁ ଅଟକ ରଖିଥିବା ବ୍ୟକ୍ତିଙ୍କ କହିବା କଥା ଯେ ସେମାନେ ବଙ୍ଗାଳି କଲୋନୀରେ ରହନ୍ତି ଏବଂ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଗ୍ରାମକୁ ଭିକ୍ଷାବୃତ୍ତି ପାଇଁ ଯାଆନ୍ତି । ଏମିତିକି ସେମାନେ ଏହାକୁ ନିଜର ଏକ ବ୍ୟବସାୟ କରିଛନ୍ତି ।

Leave a Reply

Your email address will not be published. Required fields are marked *