ଜୟୀଙ୍କ ଜୀବନର ଅକୁହା କଥା କହିଲେ ଜୟୀ ।

ଜୟୀରାମ ସାମଲ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ କମେଡି କିଙ୍ଗ । ତାଙ୍କ ଅଭିନୟ ଦେଖିଲେ ଦର୍ଶକ ସିନେମା ହଲରେ ହସି ହସି ଗଡି ଯାଇଥାନ୍ତି । ତାଙ୍କ କୁକୁଡ଼ା ଭଳି ହସ ଦର୍ଶକଙ୍କୁ ହସାଇ ହସାଇ ବେଦମ କରେ । ତେବେ ତିନିସହରୁ ଅଧିକ ସିନେମା କରିଥିବା ଜୟୀରାମ ସାମଲ ବର୍ତ୍ତମାନ ଆଉ ସିନେମାରେ ନଜର ଆସୁ ନାହାଁନ୍ତି । କାରଣ କଣ ରହିଛି ଜୟୀ ରାମ ସାମଲ ଙ୍କ ଅଭିନୟ ନ କରିବା ପଛରେ । ଆଜି ଆସନ୍ତୁ ଜାଣିବା ।

ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଜୟୀ ରାମ କଣ ସିନେମା ଦୁନିଆରୁ ଦୁରେଇ ଗଲେ ନା ତାଙ୍କ ପଛରେ ରହିଛି ଏକ ବଡ଼ କାରଣ ଏନେଇ କଣ କହୁଛନ୍ତି ନିଜେ ଜୟୀ ଆସନ୍ତୁ ଜାଣିବା । ଆଉ ଜାଣିବା ଜୟୀଙ୍କ ଜୀବନ ବିଷୟରେ ଅନେକ ଅକୁହା କଥା । ବନ୍ଧୁଗଣ ଗୋଟେ ସମୟ ଥିଲା ସିନେମା ଆସୁଥିଲେ ଦର୍ଶକ ପ୍ରଥମେ ଜୟୀଙ୍କ କ୍ୟାରେକ୍ଟର କୁ ଅପେକ୍ଷା କରୁଥିଲେ କେତେବେଳେ ଜୟୀ ଆସିବେ ତାଙ୍କ କମେଡି ଦର୍ଶକଙ୍କୁ ମନୋରଞ୍ଜନ କରିବେ ତାହା ଉପରେ ରହିଥାଏ ସମସ୍ତଙ୍କ ନଜର ।

ମାତ୍ର ବର୍ତ୍ତମାନ ଓଡ଼ିଆ ସିନେମା ଆସୁଛି ହେଲେ ନଜର ଆସୁ ନାହାଁନ୍ତି ଜୟୀ ରାମ ସାମଲ । ଜୟୀ ରାମ ସାମଲଙ୍କ କଳା ପ୍ରତି ଖୁବ ସାନ ଦିନୁ ଆଗ୍ରହ ଥିଲା ବୋଲି ସେ କୁହନ୍ତି । ଆଉ ଯିଏ କେବେ ଜୀବନରେ କଷ୍ଟ କରିନି ତାକୁ କେବେ କୃଷ୍ଣ ମିଳିନି ତେଣୁ କଳା ପ୍ରତି ଅଭିନୟ ପ୍ରତି ଦୁର୍ବଳତା ଥିବା ଜୟୀ ରାମ ଅନେକ କଷ୍ଟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସାରା ଓଡ଼ିଶାବାସୀଙ୍କ ମନରେ ସୃଷ୍ଟି କରିଥିଲେ ।

ତେବେ ଯେତେବେଳେ ଜୟୀ ଖୁବ ସାନ ଥିଲେ ସେତେବେଳେ ଜୟୀ ରାମ ଯେତେବେଳେ ନ ଖାଇକି ସୋଇ ପଡନ୍ତି ତାଙ୍କୁ ନିଦରୁ ଉଠାଇ ଖୁଆଇବା ପାଇଁ ଜୟୀଙ୍କ ଭାଇମାନେ କୁହନ୍ତି ଉଠେ ଶୀଘ୍ର ନାଟ ଦେଖି ଯିବା । ନାଟ ଦେଖି ଯିବା କଥା ଶୁଣିଲେ ନିଘୋଡ଼ ନିଦରୁ ବି ଉଠି ପଡିନ୍ତି ଜୟୀ । କେବକ ଏତିକି ନୁହେଁ ଜୟୀରାମ କଳାକୁ ଏତେ ଭଲ ପାଇଯାଇଥିଲେ ଯେ ନିଜେ ପଗଡ଼ି ପିନ୍ଧି ଯାତ୍ରା ବେଶ ଧାରଣ କରି ଘର ଭିତରେ ଏକୁଟିଆ ନାଚ କରନ୍ତି । କେହି ନଥାନ୍ତି ନିଜେ ନିଜେ ଘର ଭିତରେ କବାଟ ବନ୍ଦ କରି ନାଚ କରନ୍ତି ।

ଛୋଟ ଦିନେ ଯେତେବେଳେ ଜୟୀ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି ସେତେବେଳେ ସାର ମଧ୍ୟ ଜୟୀଙ୍କୁ କୁହନ୍ତି ଗୀତ ଗାଇବାକୁ ସେତେବେଳେ ଜୟୀଙ୍କୁ ଲାଜ ଲାଗେ ଜୟୀ କବାଟ କଣରେ ଲୁଚିକି ଗୀତ ଗାଇଥାନ୍ତି । ମାତ୍ର ପରେ ପ୍ରଥମେ ଯାଯାବର ଚଳଚିତ୍ର ରେ ନିଜର ଅଭିନୟର ଯାଦୁ ରେ ଦର୍ଶକଙ୍କୁ ବାନ୍ଧି ରଖିବାକୁ ସୁଯୋଗ ପାଇଥିଲେ ଜୟୀ । ଏହାପରେ ସେ ଆଉ କେବେ ହେଲେ ମଧ୍ୟ ପଛକୁ ଫେରି ଚାହିଁ ନାହାଁନ୍ତି ।

ଯାଯାବର ସିନେମାରୁ ଚଳଚିତ୍ର ଦୁନିଆରେ ପାଦ ଥାପି ଥିବା ଜୟୀଙ୍କର ପରେ ଅନେକ ସିନେମା ଆସିଛି । ଆଉ ଗୋଟି ଗୋଟି କରି ଜୟୀ ତିନି ଶହ ସିନେମାରେ ଅଭିନୟ କରିଛନ୍ତି । ନିଜ ଜୀବନରେ ତିନି ସହରୁ ଉର୍ଦ୍ଧ ସିନେମାରେ ଅଭିନୟ କରିବା ଜୟୀଙ୍କ ପାଇଁ କମ କଷ୍ଟକର ନଥିଲା । ମାତ୍ର ଜୟୀ ଦର୍ଶକଙ୍କ ପାଇଁ ପରିଶ୍ରମ କରନ୍ତି । ଦର୍ଶକଙ୍କ ଭଲ ପାଇବା ପାଇବାକୁ ସେ ସବୁବେଳେ ଚେଷ୍ଟା କରନ୍ତି ।

ଆଉ ଶେଷରେ ଜୟୀ ତାଙ୍କ ଜୀବନରେ ଯାହା ଚାହୁଁଥିଲେ ତାହା ହାସଲ କରି ପାରିଥିଲେ । ଜୟୀରାମ ସାମଲ ଦର୍ଶକଙ୍କ ନିକଟରେ ନିଜ ଅଭିନୟ ମାଧ୍ୟମରେ ପହଞ୍ଚି ପାରିଥିଲେ । ଆଜି ଜୟୀ ସିନା ସିନେମାରେ ନଜର ଆସୁନାହାଁନ୍ତି । ହେଲେ ଜୟୀଙ୍କୁ ସମସ୍ତେ ମନେ ରଖିଛନ୍ତି । ଆଜିବି ସେହି ଭଲ ପାଇବା ଦର୍ଶକଙ୍କ ମନରେ ଜୟୀଙ୍କ ମନରେ ଅଛି ଯେଉଁ ଭଲ ପାଇବା ପାଇଁ ଜୟୀ ଅନେକ କଷ୍ଟ କରି ନିଜ ଅଭିନୟକୁ ଜୀବନ୍ତ କରି ଫୁଟାଉଥିଲେ ।

Leave a Reply

Your email address will not be published. Required fields are marked *