ରାଣୀ ପଣ୍ଡାଙ୍କ କାର ଧ-କ୍କାରେ ବାଇକ୍ ଚାଳକଙ୍କ ମୃ-ତ୍ୟୁ, ଥା-ନାରେ ଅଭିନେତ୍ରୀ…

ଯାତ୍ରାର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ପଣ୍ଡା ଗତକାଲି ରାତି ପ୍ରାୟ ୧୦.୩୦ ବେଳେ ଅନୁଗୁଳରୁ ଗୋଟେ ବାହାଘର ଭୋଜି ସାରି ନିଜ କାରରେ ଭୁବନେଶ୍ୱରକୁ ଫେରୁଥିଲେ। ଠିକ୍ କିଛି ବାଟ ଯିବା ପରେ ଆଠଗଡ଼ ମୁଣ୍ଡଳି ରାସ୍ତାରେ ଥିବା ଡାଳଖାଇ ମନ୍ଦିର ପାଖରେ ରାନୀ ପଣ୍ଡାଙ୍କ କାର୍ ଗୋଟେ ବାଇକ୍ ସହ ଧ-କ୍କା ହେଇଗଲା। ଏହି ଦୁର୍ଘ-ଟଣାରେ ରାନୀ ପଣ୍ଡାଙ୍କର ବିଶେଷ କ୍ଷ-ତି ହେଇ ନଥିଲା କିନ୍ତୁ ବାଇକ୍ ଚଲାଉଥିବା ଯୁବକ ଜଣଙ୍କୁ ଗୁରୁ-ତର ଆ-ଘାତ ଲାଗିଥିଲା।

ସୂଚନା ଅନୁସାରେ ବାଇକ୍ ଚଲାଉଥିବା ଯୁବକ ଜଣଙ୍କ ରାଜନଗର ଗାଆଁର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା। ଦୁର୍ଘ-ଟଣା ଘଟିବା ପରେ ଆଠଗଡ଼ ରାସ୍ତାରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଲା। କିଛି ସମୟ ଭିତରେ ଆଠଗଡ଼ ପୋ-ଲିସ୍ ଆସି ସୁକାନ୍ତଙ୍କୁ ଆଠଗଡ଼ ଡାକ୍ତରଖାନାକୁ ପଠାଇଲା। ସେଠି ଡ଼ାକ୍ତର ସୁକାନ୍ତଙ୍କୁ କଟକ ବଡ଼ ମେଡ଼ିକାଲ ନେଇ ଯିବାକୁ କହିଲେ।

ସୁକାନ୍ତଙ୍କୁ କଟକ ନେଇଯିବା ବେଳେ ବାଟରେ ତାଙ୍କର ମୃ-ତ୍ୟୁ ଘ-ଟିଛି। ଦୁର୍ଘ-ଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତି-କ୍ରିୟା ପ୍ରକାଶ ପାଇ ସ୍ଥାନୀୟଲୋକ ପ୍ରାୟ ୨ ଘଣ୍ଟା ପର୍ୟ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ତା’ପରେ ପୋ-ଲିସ୍ ସୁକାନ୍ତଙ୍କ ଘର ଲୋକଙ୍କ ଅଭିଯୋଗ ପରେ ରାନୀ ପଣ୍ଡାଙ୍କ ଡ୍ରାଇଭର ଏବଂ ରାନୀ ପଣ୍ଡାଙ୍କୁ ଥା-ନାକୁ ନେଇ ପଚ-ରା ଉ-ଚରା କରୁଛି ଏବଂ ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *