ରାଣୀ ପଣ୍ଡାଙ୍କ ଖରାପ ଭାଷାକୁ ନେଇ ଏମିତି କହିଲେ ଯାତ୍ରା କମେଡିଆନ ନରି ପଣ୍ଡା । କହିଲେ ସେ ବି …….

ବର୍ତ୍ତମାନ ସମୟରେ ଓଡ଼ିଶାରେ ଯାତ୍ରାର କ୍ରେଜ ସେତେବେଳୁ ଦେଖିବାକୁ ମିଳୁଛି ଯେବେଠୁ ରାଣୀ ପଣ୍ଡା ଖଣ୍ଡଗିରିରେ ନିଜର ଅଭିନୟ ଦେଖାଇଛନ୍ତି । ଆଉ ଏହାକୁ ନେଇ ଭିନ୍ନ ଭିନ୍ନ କଳାକାରଙ୍କ ମତ ମଧ୍ୟ ଦେଖିବାକୁ ମିଳୁଛି । ରାଣୀ ପଣ୍ଡାଙ୍କୁ ନେଇ ଲୋକପ୍ରିୟ ଯାତ୍ରା କମେଡିଆନ ନରି ପଣ୍ଡା ମଧ୍ୟ ନିଜର ମତ ରଖିଛନ୍ତି । କହିରଖିବୁ ଯେ ନରି ପଣ୍ଡାକୁ ବୋଧହୁଏ ସାରା ଓଡ଼ିଶାର ଲୋକ ଜାଣିଥିବେ ।

ଯିଏକି କମେଡି କରି ଲୋକଙ୍କୁ ବେଶ ହସାନ୍ତି । ପ୍ରାୟ ୨୫ ବର୍ଷ ହେବ ନରି ପଣ୍ଡା ଯାତ୍ରା ଜଗତରେ ଅଭିନୟ କରି ଆସୁଛନ୍ତି । ସେ ନିଜେ କହନ୍ତି ଯେ ତାଙ୍କର ହିରୋ ହେବାକୁ ଇଚ୍ଛା ଥିଲା କିନ୍ତୁ ଯିଏ ଯାହା ଚାହେଁ ତାହା କେବେ ହୋଇ ପାରେନି ।

ପୁଣି ତାଙ୍କ ହେଲଥ ଅନୁଯାୟୀ ତାଙ୍କୁ କମେଡିଆନ ଚରିତ୍ର ଏବଂ ତାଙ୍କର ଅଭିନୟ ସବୁକିଛି ଜଣେ ଯାତ୍ରା କମେଡିଆନ ହେବା ଦିଗରେ ଇଙ୍ଗିତ କରୁଥିଲା । ତେବେ ନରି ପଣ୍ଡା ଏବେ ସୁଦ୍ଧା ଅନେକ ବଡ଼ ବଡ଼ ଗଣନାଟ୍ୟ ଯେମିତିକି ଧଉଳି , ଶିବାନୀ ଏମିତି ଅନେକରେ ଅଭିନୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ସେ ସ୍ୱପ୍ନମହଲ ଗଣନାଟ୍ୟରେ ଅଛନ୍ତି ।

ତେବେ ସେ ନିଜ କାମକୁ ହିଁ କେବଳ ବଡ଼ ଭାବନ୍ତି ତେଣୁ କୌଣସି ଗଣନାଟ୍ୟ ଛୋଟ ନୁହେଁ ବୋଲି କହିଛନ୍ତି । କେହି କେହି ଲୋକ କହନ୍ତି ଯେ ନରି ପଣ୍ଡା ସବୁବେଳେ ଡୁଆଲ ମିନିଙ୍ଗ କମେଡି କରନ୍ତି । କିନ୍ତୁ ନରିଙ୍କ କହିବା ଅନୁଯାୟୀ ସେ କେବଳ ନିଜ ମାଲିକଙ୍କ କଥା ମାନନ୍ତି । କେବଳ ସ୍କ୍ରିଫ୍ଟରେ ଯାହା ଲେଖାଥାଏ ତାହାକୁହିଁ ପରିବେଷଣ କରନ୍ତି ।

ବିଗତ କିଛି ସମୟ ହେବ ଯାତ୍ରା ଜଗତରେ ଯେମିତି ଝଡ଼ ସୃଷ୍ଟି ହୋଇଛି । ରାଣୀ ପଣ୍ଡା ଏବଂ ଦୈତାରୀ ପଣ୍ଡା ବିବାଦ ପରେ ରାଣୀ ପଣ୍ଡା ସୋସିଆଲ ମିଡିଆରେ ନାନା ଭାଷାରେ ଗାଳି ଗୁଲଜ କରିଥିଲେ । ତାହାକୁ ନେଇ ନରି କହିଛନ୍ତି ଯେ ରାଣୀ ପଣ୍ଡା ଖୁବ ଭଲ ଏବଂ ସେ ଆଗକୁ ଏଭଳି କେବେ କହିବେ ନାହିଁ । କିନ୍ତୁ ରାଣୀ ପଣ୍ଡାଙ୍କ ସହିତ ପୂର୍ବରୁ ହୋଇଥିବା ଅନ୍ୟାୟ , ଦୁର୍ନାମ ହିଁ ତାଙ୍କୁ ନାଟକ ଜଗତକୁ ଆଣିଆ ।

ଆଉ ବର୍ତ୍ତମାନ ସେ ନିଜର ବେଶ ନାମ କମାଉଛନ୍ତି । ଯେଉଁ କରାଣରୁ ନରି ବେଶ ଖୁସି ଥିବା ମଧ୍ୟ କହିଛନ୍ତି । କହିରଖିବୁ ଯେ ନରି ପଣ୍ଡା କାହାକୁ ନେଇ କେବେ ବିବାଦୀୟ ଉକ୍ତି ଦିଅନ୍ତି ନାହିଁ । ନରି କହିଛନ୍ତି ଯେ ଯାତ୍ରାରୁ ହିଁ ସେ ପ୍ରେମ କରି ବିବାହ କରିଥିଲେ । ଆଜି ପର୍ଯ୍ୟନ୍ତ ସେ କେବଳ ଲୋକଙ୍କୁ ହସାଇବାରେ ପରିଚିତ ହୋଇଛନ୍ତି ଏବଂ ନିଜର ଜୀବନ ଥିବା ପର୍ଯ୍ୟନ୍ତ ଏହି କାମ ହିଁ କରିବେ ବୋଲି କହିଛନ୍ତି । ସେ

Leave a Reply

Your email address will not be published. Required fields are marked *