ମିଟୁ ମିଥୁନଙ୍କୁ ଆକ୍ଷେପ କରି ଗଣମାଧ୍ୟମରେ ଏଭଳି କିଛି କହିଲେ ଚଣ୍ଡୀ ପରଜା । କହିଲେ ସେ କୌଣସି ହରପଟ୍ଟନାୟକ ନୁହଁନ୍ତି କି ……….

ଫିଲ୍ମ ନିର୍ମାତା ଚଣ୍ଡୀ ପରଜା , ଯାହାଙ୍କୁ ଓଡ଼ିଶାରେ ପ୍ରାୟ ସମସ୍ତେ ଜାଣିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁ କରୁ ବର୍ତ୍ତମାନ ତାଙ୍କ ବୟସ ହେଲାଣି । ତଥାପି ତାଙ୍କ କାମରେ କେଉଁଠି ଅଭାବ ପରିଲକ୍ଷିତ ହୁଏନାହିଁ । ଆଜିବି ନିଜର ଚିନ୍ତା ଧାରଣା କ୍ଷମତାରେ ସେ ଭଲ ଭଲ ଫିଲ୍ମ ସିରିଏଲ ଦର୍ଶକଙ୍କ ପାଇଁ ଆଣୁଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଚଣ୍ଡୀ ପରଜା ଗଣମାଧ୍ୟମରେ ଉତ୍କ୍ଷିପ୍ତ ହୋଇ ଯେଉଁଭଳି ଭାବରେ ବୟାନ ଦେଇଛନ୍ତି ତାହା ଶୁଣିଲେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ବାସ୍ତବରେ ସେ ଏଭଳି କାହାକୁ କହୁଛନ୍ତି ଏବଂ କାହିଁକି । ଏଭଳି କାହାକୁ ଆକ୍ଷେପ କରି ଗଣମାଧ୍ୟମରେ କହିବାର ଆବଶ୍ୟକତା କଣ ପଡ଼ିଲା ।

ତେବେ କହି ରଖିବୁ ଯେ ଚଣ୍ଡୀ ପରଜା ମିଟୁ ମିଥୁନଙ୍କୁ ଆକ୍ଷେପ କରି ଏଭଳି କହିଛନ୍ତି । ମିଟୁ ମିଥୁନ , ଯିଏକି ଆରମ୍ଭ ଦିନରୁ ତେଲୁଗୁ ଫିଲ୍ମ ” ପୁଷ୍ପା 2 ” ରେ ଅଭିନୟ କରିଛନ୍ତି ବୋଲି କହି ଦାବି କରି ଆସୁଛନ୍ତି । ଆଉ ଖାଲି ସେତିକି ନୁହେଁ ପୁଷ୍ପା 2 ରେ ସେ ଯେଉଁ ଭୂମିକାରେ କାମ କରିଥାନ୍ତୁ ନା କାହିଁକି , ନିଜକୁ ଏଭଳି ବର୍ଣ୍ଣନା କରୁଛନ୍ତି ଯେମିତି ଯେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହାରି ମଧ୍ୟରେ ସେ ଚଣ୍ଡୀ ପରାଜଙ୍କୁ ପାଗଳ ବୋଲି କହିଛନ୍ତି । ଯାହାକୁ ନେଇ ଚଣ୍ଡୀ ପରଜା ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏଭଳି କିଛି ବୟାନ ଦେଇଛନ୍ତି , ଯାହା ବାସ୍ତବରେ ଶ୍ରେୟସ୍କର ଅଟେ ।

ଚଣ୍ଡୀ ପରଜା କହିଛନ୍ତି ଯେ ” ମିଟୁ ମିଥୁନ ” ପୁଷ୍ପା 2 ” ରେ ଚପରସି କାମ କରି ଏଭଳି ଲୋକଙ୍କୁ କହୁଛନ୍ତି । ପୁଣି ସେ ଯେ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜକୁ ସ୍ଥାୟୀ କରି ପାରି ନାହାଁନ୍ତି ତ ତେଲୁଗୁ ଫିଲ୍ମରେ କିଭଳି ସ୍ଥାୟୀ ହେବେ ? ସେ ହରପଟ୍ଟନାୟକ ନୁହଁନ୍ତି କିମ୍ବା ପ୍ରଶାନ୍ତ ନନ୍ଦ ନୁହଁନ୍ତି ।

ପୁଣି ଚଣ୍ଡୀ ପରଜାଙ୍କୁ ସେ ପାଗଳ କହିବାର କାରଣ କେବଳ ମିଟୁ ମିଥୁନଙ୍କୁ ଜଣା ବୋଲି ଚଣ୍ଡୀ କହିଛନ୍ତି । କାରଣ ଚଣ୍ଡୀ ପରଜା ନିଜ କାମରେ ଆଜିବି ସେହିଭଳି ଅଛନ୍ତି ଆଉ ପୂର୍ବରୁ ମଧ୍ୟ ସେହିଭଳି ଥିଲେ । ଆଉ ରହିଲା ମିଟୁ ମିଥୁନଙ୍କ କଥା । ଚଣ୍ଡୀ ପରଜା କହନ୍ତି ଯେ ମିଟୁ ମିଥୁନ କୁଆଡ଼େ ଅଭିନୟ ଜାଣି ନାହାଁନ୍ତି । ଯେଉଁ କାରଣରୁ ତାଙ୍କୁ ଅଲିଉଡ଼ ଉଣ୍ଡଷ୍ଟ୍ରିରେ କାମ ମିଳୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *