ଜଣେ ସ୍ତ୍ରୀକୁ ଦୁଇ ସ୍ଵାମୀ , କାହା ପାଖରେ ରହିବେ ମହିଳା

ଗୋଟିଏ ସ୍ତ୍ରୀ କିନ୍ତୁ ଦୁଇ ଦୁଇ ଜଣ ସ୍ଵାମୀ । ଆଉ ସେ ଦୁଇ ଜଣଙ୍କୁ ବିବାହ ମଧ୍ୟ କରିଛନ୍ତି ଆଉ ତାହା ପୁଣି ସମସ୍ତଙ୍କ ଜାଣତରେ । ଏ ସବୁ ବିଷୟରେ ଜାଣିଛନ୍ତି ପ୍ରଥମ ସ୍ଵାମୀ ଏବଂ ନିଜେ ସେ ନିଜ ସ୍ତ୍ରୀଙ୍କୁ ଆଉ ଜଣଙ୍କୁ ଟେକି ଦେଇଛନ୍ତି । କିନ୍ତୁ ଏବେ ଏହାକୁ ନେଇ ବେଶ୍ ଚର୍ଚ୍ଚା । ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ କିପରି ଆଉ ଜଣକ ହାତରେ ଟେକି ଦେଲେ ।ତେବେ ବର୍ତ୍ତମାନ ସମୟରେ ସ୍ତ୍ରୀ ଜଣକ ନିଜ ପ୍ରଥମ ସ୍ଵାମୀଙ୍କ ଘର ଆଗରେ ଆସି ଛିଡା ହୋଇଛନ୍ତି ।

ଆଉ ଏପରି କିଛି କଥା ସେ କହିବାରେ ଲାଗିଛନ୍ତି , ଯାହାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା । ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବିହାରର ଛପାର ଅଞ୍ଚଳରେ । ଏହି ଅଞ୍ଚଳରେ ସ୍ଵାମୀ ସ୍ତ୍ରୀ ରହୁଥିଲେ । କିଛି ବର୍ଷ ଆଗରୁ ସ୍ଵାମୀ ସ୍ତ୍ରୀ ବିବାହ କରିଥିଲେ ଆଉ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କିନ୍ତୁ ସ୍ତ୍ରୀର ମନ ଧିରେ ଧିରେ ଆଉ କୁଆଡେ ଯାଇଥିଲା ଆଉ ସେ ଅନ୍ୟ ଜଣଙ୍କୁ ଭଲ ପାଇ ବସିଥିଲା ।

ଏକଦା ବଜାର ଯିବା ସମୟରେ ସେ ଜଣେ ଅଟୋ ବାଲାକୁ ଭଲ ପାଇ ବସିଥିଲା । ଆଉ ସେହି ଅଟୋ ମଧ୍ୟ ନିଜ ଅଟୋରେ ମହିଳା ଜଣକୁ ବୁଲାଇ ନେଉଥିଲେ । ତେବେ ଦିନେ ଏ ସବୁ ବିଷୟରେ ଜାଣିବାକୁ ପାଇଥିଲେ ପ୍ରଥମ ସ୍ୱାମୀ ଆଉ ସେ ନିଜେ ଯାଇ ନିଜ ସ୍ତ୍ରୀଙ୍କୁ ଆଉ ଜଣେ ପୁରୁଷଙ୍କ ହାତକୁ ଟେକି ଦେଇଥିଲେ । ତେବେ ସେଠାରେ ଖୁସିରେ ରହିଥିଲେ ମହିଳା । ନିଜ ଦ୍ଵିତୀୟ ସ୍ଵାମୀ ସହିତ ଆଗକୁ ଘର ସଂସାର କରିଥିଲେ । କିନ୍ତୁ ଏବେ ତାଙ୍କ ମନ ବଦଳି ଯାଇଛି ଆଉ ସେ ଏପରି କିଛି କରିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ମହିଳା ଜଣକ ନିଜ ପ୍ରଥମ ସ୍ଵାମୀ ପାଖକୁ ଆସି ତାଙ୍କ ଘର ଆଗରେ ଛିଡା ହୋଇଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନ ସେ ତାଙ୍କ ପ୍ରଥମ ସ୍ଵାମୀ ପାଖରେ ରହିବାକୁ ଚାହୁଁଛନ୍ତି । କିନ୍ତୁ ଏହାକୁ ସିଧାସିଧା ମନା କରିଦେଇଛନ୍ତି ପ୍ରଥମ ସ୍ଵାମୀ । ସେ କହିଛନ୍ତି କି , ସେ ଆଉ ନିଜ ସ୍ତ୍ରୀ ପାଖରେ ରହିବାକୁ ଚାହୁଁ ନାହାଁନ୍ତି । ସେ ଏକୁଟିଆ ଖୁସି ଅଛନ୍ତି ଆଉ ରହିବେ ମଧ୍ୟ । ତେବେ ଏହାକୁ ନେଇ ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *