ଆଉ ପଶ୍ଚିମ ଓଡ଼ିଶାରେ ଚାଲିବନି ଓଡ଼ିଆ ଫିଲ୍ମ । ସୋସିଆଲ ମିଡିଆରେ ଏଭଳି କିଛି କହିଲେ ଯୋଗେଶ ଜୋଜୋ ।

ଗତ କିଛିଦିନ ହେବ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ଏକ ବଡ଼ ରୂପ ନେଇଛି । ଯାହାକୁ ନେଇ ବିଭିନ୍ନ ପ୍ରଯୋଜକ ଏବଂ ନେତାଙ୍କ ଠାରୁ ମଧ୍ୟ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । ଆଉ ଏପଟେ ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ପରଠାରୁ ପଶ୍ଚିମ ଓଡ଼ିଶା ଲୋକେ ଉତ୍ତେଜିତ ହୋଇଛନ୍ତି । ଆଉ ତାମଧ୍ୟରୁ ବାଦ୍ ଯାଇ ନାହାଁନ୍ତି ଓଡ଼ିଆର ଲୋକପ୍ରିୟ କମେଡ଼ିୟାନ ଯୋଗେଶ ଜୋଜୋ ।

ଯିଏକି ଏକାଧିକ ଫିଲ୍ମରେ କମେଡ଼ି କରିଛନ୍ତି । କିନ୍ତୁ ହଠାତ ରାଗିଯାଇ ସୋସିଆଲ ମିଡିଆରେ କହିଛନ୍ତି ଯେ କୌଣସି ଓଡ଼ିଆ ଫିଲ୍ମ ଆଉ ପଶ୍ଚିମ ଓଡ଼ିଶାରେ ଲାଗି ପାରିବ ନାହିଁ ବୋଲି । ପୁଣି ଜିତୁ ରାଉତ କିଛିଦିନ ପୂର୍ବରୁ ମନୋଜ ମିଶ୍ରଙ୍କୁ ନେଇ ବୟାନ ବାଜି କରିବା ସହିତ ଏକ ପୋସ୍ଟ ମଧ୍ୟ କରିଥିଲେ ।

ଯାହାକୁ ନେଇ ମନୋଜ ମିଶ୍ର ଦୁଃଖ ପ୍ରକାଶ କରିଥିଲେ । ଆଉ ପୁଣିଥରେ ଏଭଳି ପୋଷ୍ଟ ଆସିବା ପରେ ପୁଣିଥରେ ଇଣ୍ଡଷ୍ଟ୍ରିରେ ଝଡ଼ ଉଠିଛି । ଆଉ ଏହାରି ଭିତରେ ଯୋଗେଶ ଜୋଜୋ ସାମ୍ନାକୁ ଆସି ଏଭଳି କିଛି ବୟାନ ଦେଇଛନ୍ତି । ତେବେ ଜିତୁ ରାଉତ ଲେଖିଥିଲେ ଯେ ପଶ୍ଚିମ ଓଡ଼ିଶାର କୌଣସି କଳାକାର ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରି ପାରିବେ ନାହିଁ ।

ଆଉ ଏହାପରେ ଉତ୍ୟକ୍ତ ହୋଇ ଜୋଜୋ କହିଛନ୍ତି ଯେ ତାଙ୍କର ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବାର କୌଣସି ଆଗ୍ରହ ନାହିଁ । ଏହାବ୍ୟତୀତ ସେ ଅନୁଭବ ମହାନ୍ତିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଏବଂ କହିଛନ୍ତି ଯେ ଅନୁଭବଙ୍କ ପାଖରେ ମନୋଜ ମିଶ୍ରଙ୍କ ନମ୍ବର ଥାଇବି ସୁଦ୍ଧା ସେ କଲ କରି ନଥିଲେ ଏବଂ ମିଛରେ ପଛରେ ସୋସିଆଲ ମିଡିଆରେ ଭାଇ ବୋଲି କହୁଥିଲେ ।

ଏହାବ୍ୟତୀତ ସେ ପଶ୍ଚିମ ଓଡ଼ିଶାର ଗାୟକ ମଣ୍ଟୁ ଛୁରିଆଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ କୌଣସି ଗୀତ ନଗାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି । ବିଶେଷ କରି ଜିତୁ ରାଉତଙ୍କ ପୋଷ୍ଟରେ ଜୋଜୋ ଖୁହ କ୍ରୋଧିତ ହୋଇଛନ୍ତି । ଆଉ ସାମ୍ନାକୁ ଆସି ସିଧାସଳଖ କହିଛନ୍ତି ଯେ ସେ ଆଉ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବେ ନାହିଁ ବୋଲି । ସେ କହିଛନ୍ତି ଯେ ସେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗୋଟିଏ ଇଣ୍ଡଷ୍ଟ୍ରି ବନାଇବେ । ଯଦି ଯଥାଶୀଘ୍ର ଏହାର ସମାଧାନ ନହୁଏ ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପଶ୍ଚିମ ଓଡ଼ିଶାର ସବୁ କଳାକାର ଦୂରେଇ ଯିବେ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ବର୍ତ୍ତମାନ ଏହି ମାମଲା ଆଉ କେଉଁ ଦିଗକୁ ଯାଉଛି ଏବଂ ଆଉ କାହାର ବୟାନ ଆସୁଛି ।

Leave a Reply

Your email address will not be published. Required fields are marked *