ଜେ-ଲ ଭିତରେ ଭୂତ ମାନଙ୍କର ସଭାପତି , କହିଲେ ୪୦ ଲକ୍ଷ ଭୂତ ଆସି ମୋତେ ଏଠାରୁ ବାହାର କରି ନେବେ

ଦୁନିଆଁ ଯେତେ ଆଗକୁ ଯାଉ ପଛକେ ଅନ୍ଧ ବିଶ୍ବାସରେ ପରିପୂର୍ଣ୍ଣ ହୋଇଥିବା ମଣିଷ କେବେ ବି ନିଜକୁ ସଜାଡି ପାରିବ ନାହିଁ । ଆଉ ସେହି ଅନ୍ଧ ବିଶ୍ବାସର କଳା ପଟି ଆଖିରେ ବାନ୍ଧି ହୋଇଥିବା ଯୋଗୁଁ ସେ ଗୋଟିଏ ପରେ ଗୋଟିଏ ଅପ-ରାଧ କରି ଚାଲିବ । ତେବେ ଏପରି ପରିସ୍ଥିତିରେ କିଛି ବାବା ଆଉ କିଛି ଲୋକ ଅଛନ୍ତି , ଯାହାଙ୍କ ପାଇଁ ଏ ଅନ୍ଧ ବିଶ୍ୱାସ ଆହୁରି ଆଗକୁ ବଢ଼ି ଚାଲିଛି ଆଉ ଲୋକେ ସେହି ମାନଙ୍କ କଥାରେ ଉଠ ବସ୍ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଆମେ ଆଜି ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ସତ ବୋଲି କେବେ ବିଶ୍ୱାସ କରିବେ ନାହିଁ ।

ତେବେ ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିବା ଜଣେ ବାବା ହେଉଛନ୍ତି ବିପିନ୍ ରାଉତରାୟ । ଯିଏକି ନିଜକୁ ଭୂତ ମାନଙ୍କର ସଭାପତି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହି ଚାଲିଥିଲେ କି , ସେ ଭୂତ ମାନଙ୍କ ସହିତ କଥାବର୍ତ୍ତା କରିଥାନ୍ତି । ସମସ୍ତ ଭୂତ ତାଙ୍କ କବଳରେ ଅଛନ୍ତି । ଆଉ ସେମାନଙ୍କ ସହିତ ସେ କଥା ହୁଅନ୍ତି । ଏପରିକି ସେ ନବ ଦାସଙ୍କ ସହିତ ମଧ୍ୟ କଥା ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ଏତେ ମିଛ ପ୍ରଚାର କରୁଥିବା ବାବାଙ୍କୁ ପୋ-ଲିସ ନିଜ ଆୟତ୍ତରେ ଆଣିଥିଲା ।

ଆଉ ସମାଜକୁ ଖରାପ ବାର୍ତ୍ତା ଦେଉଥିବା କାରଣରୁ ପୋ-ଲିସ ତାଙ୍କୁ ଗି-ରଫ କରିଥିଲା । ତେବେ ସେ ବର୍ତ୍ତମାନ ସମୟରେ ଜେ-ଲ ମଧ୍ୟରେ ରହି ନିଜର ଦିନ କାଟିବାରେ ଲାଗିଛନ୍ତି । ତେବେ ଏତିକିରେ ବି ତାଙ୍କ ମନ ଶାନ୍ତି ହେଉ ନାହିଁ । ବର୍ତ୍ତମାନ ସମୟରେ ସେ ଖୋର୍ଦ୍ଧାର ଏକ ଜେ-ଲରେ ଅଛନ୍ତି । ଆଉ ସେଠାରେ ମଧ୍ୟ ସେ ନିଜର ବଡ ବଡ଼ିଆ କଥା ଆରମ୍ଭ କରି ସାରିଲେଣି । ସେ କହୁଛନ୍ତି କି , ଗୋଟିଏ ଦିନରେ ୪ ଲକ୍ଷ ଭୂତ ସହିତ କଥା ହେଉଥିବା ମଣିଷକୁ କାହିଁକି ଆଣି ଜେ-ଲ ମଧ୍ୟରେ ରଖା ଯାଇଛି । ତାଙ୍କୁ କେହି ବି ଜେ-ଲ ମଧ୍ୟରେ ରଖିପାରିବେ ନାହିଁ । କାହିଁକି ନା ତାଙ୍କୁ ମୁକୁଳାଇବା ପାଇଁ ଏକାଥରେ ୪୦ ଲକ୍ଷ ଭୂତ ଆସିବେ ଆଉ ସମସ୍ତଙ୍କୁ ଘେରି ପକାଇବେ ।

ଏହାପରେ ସେମାନେ ତାଙ୍କ ସଭାପତିଙ୍କୁ ଜେଲ ମଧ୍ୟରୁ ନେଇ ଯିବେ ସବୁଦିନ ପାଇଁ । ଆଉ ତାଙ୍କୁ କେହି ଧରିପାରିବେ ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ କିଛି ହୋଇପାରିବ ନାହିଁ । ତାଙ୍କୁ ଆଉ କେହି ନିଜ ଆୟତ୍ତରେ ରଖିବା ସମ୍ଭବ ନୁହେଁ । କାହିଁକି ନା ସେ ଭୂତ ମାନଙ୍କୁ ଡ଼ାକି ଦେଇଛନ୍ତି ଆଉ ସେମାନେ ଆସିଲେ ସେ ଏହି ଜେ-ଲ ମଧ୍ୟରୁ ସବୁଦିନ ପାଇଁ ମୁକ୍ତ ହୋଇଯିବେ । ତେଣୁ କରି ମୋତେ ଛାଡି ଦିଅ ନଚେତ୍ ସବୁ ମ-ରିବ ବୋଲି ସେ କହିବାରେ ଲାଗିଛନ୍ତି । କିନ୍ତୁ ତାଙ୍କ କଥାକୁ କେହି ଖାତିର କରୁ ନାହାନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ପରିସ୍ଥିତି କେଉଁ ମୋଡ ନେଉଛି ।

Leave a Reply

Your email address will not be published. Required fields are marked *