ବାହାଘରକୁ ଆଜି ପୁରିଲା ବର୍ଷେ , କିନ୍ତୁ ସ୍ତ୍ରୀ ମଥାରୁ ଲିଭିଗଲା ଶଙ୍ଖା ସିନ୍ଦୁର

ସାରା ଓଡ଼ିଶା ନୁହେଁ ସାରା ଭାରତରେ ବାସ୍ ସହିଦ ଯବାନ ମାନଙ୍କୁ ନେଇ ଚର୍ଚ୍ଚା । କାହିଁକି ନା ହଠାତ୍ ଏପରି ଅଘ-ଟଣ ଘଟିଗଲା ଯେ , ସବୁକିଛି ଶେଷ ହୋଇଗଲା । ବାପା ମାଆ କୋଳରୁ ଚାଲିଗଲେ ଗେଲା ପୁଅ , ସ୍ତ୍ରୀ ମଥାରୁ ସବୁଦିନ ପାଇଁ ଲିଭି ଗଲା ସିନ୍ଦୁର ଆଉ ଛୋଟ ଛୋଟ ପିଲା ମାନେ ଆଉ କେବେ ଦେଖି ପାରିବେ ନାହିଁ ବାପାର ମୁଁହ । ତେବେ ୪ ଦିନ ଆଗରୁ ଘଟି ଯାଇଥିବା ଅଘ-ଟଣରେ ସାମିଲ ଥିଲେ ଆମ ଓଡ଼ିଶା ତଥା ପୁରୀ ଜିଲ୍ଲାର ବିର ଯବାନ ଦେବାଶିଷ ବିଶ୍ଵାଳ । ୨୦୧୨ ମସିହାରେ ସେନାରେ ଯୋଗ ଦେଇଥିବା ଦେବାଶିଷ ନିଜ ଘର ସଂସାର ବଢ଼ାଇବା ପାଇଁ ଗତ ବର୍ଷ ବାସ୍ ଏହି ଦିନରେ ହିଁ ବିବାହ କରିଥିଲେ ।

ଘରକୁ ସୁନା ନାକି ବୋହୂଟିଏ ଆସିଥିଲା ଆଉ ଘର ହସ ଖୁସିରେ ପୁରି ଉଠିଥିଲା । କେବଳ ଏତିକି ନୁହେଁ , ଆହୁରି ମଧ୍ୟ ଘରକୁ ଆସିଥିଲା ନାତୁଣୀ । ସମସ୍ତଙ୍କ ଖୁସି ଆହୁରି ଦୁଇ ଗୁଣା ହୋଇ ଯାଇଥିଲା । ସମସ୍ତଙ୍କ ଠାରୁ ସବୁଠାରୁ ଅଧିକ ଖୁସି ଥିଲେ ଦେବାଶିଷ । ନିଜ ଝିଅର ଏକୋଇଶିଆରେ ଆସିଥିଲେ ଆଉ ଝିଅ ପାଇଁ ଧୁମଧୁମାରେ ଗାଁରେ ସମସ୍ତଙ୍କୁ ଭୋଜି ଖାଇବାକୁ ଦେଇଥିଲେ । ଆଉ କହିଥିଲେ ଝିଅର ବର୍ଷ ପୁରାଣରେ ଆସିବେ ଏବଂ ଆହୁରି ଖୁସିରେ ଧୁମ୍ ଧାମରେ ପାଳନ କରିବେ । କେବଳ ଏତିକି ନୁହେଁ ଆରବର୍ଷ ଠିକ୍ ଏହି ଦିନରେ ସେ ହାତରୁ ଦୁଇ ହାତ ହୋଇଥିଲେ ।

ତେଣୁ ନିଜର ଆନିଭର୍ଷରି ପାଳନ କରିବେ ବୋଲି ଭାବିଥିଲେ । ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ । କାହିଁକି ନା ସ୍ଵାମୀ ତାଙ୍କୁ ଆନିଭର୍ଷରିର ଅନେକ ଶୁଭେଚ୍ଛା ଜଣାଇ ଥିଲେ । ଆଉ ସ୍ଵାମୀ ଆସିଲେ ଦୁହେଁ ମିଶି ପାଳନ କରିଥାନ୍ତେ ବୋଲି ସ୍ତ୍ରୀ ମନରେ ଅନେକ ଆଶା ଥିଲା । କିନ୍ତୁ ସବୁକିଛି ଶେଷ ହୋଇଗଲା । ସବୁ ସ୍ବପ୍ନ ସେହି ସ୍ବପ୍ନ ହୋଇ ରହିଗଲା । କାହିଁକି ନା ଦେବାଶିଷ ତ ଫେରିଲେ କିନ୍ତୁ ଶ-ବ ହୋଇ । ଯାହାକୁ ତାଙ୍କ ପରିବାର ଆଜି ଯାଏଁ ମଧ୍ୟ ଗ୍ରହଣ କରି ପାରୁ ନାହାଁନ୍ତି ।

ଅନ୍ୟ ପକ୍ଷରେ ଆଜିର ଦିନରେ ପୁଅର ବାହାଘର କଥା ମନେ ପକାଇ ପୁରା ପରିବାର ଲୋକ କାନ୍ଦି-ବାରେ ଲାଗିଛନ୍ତି । ସେମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି କି , ତାଙ୍କ ପୁଅ ଆଉ କେବେ ଫେରିବ ନାହିଁ । ପଞ୍ଚ ଭୂତରେ ବିଲୀନ ହୋଇ ସାରିଛି ତାଙ୍କ ପୁଅ । ଅନ୍ୟ ପକ୍ଷରେ ଦେବାଶିଷଙ୍କ ସ୍ତ୍ରୀଙ୍କୁ ଲାଗିଛି ଏକ ଶ-କ୍ତ ଆ-ଘାତ । ତାଙ୍କ ସ୍ଵାମୀ ଆଉ କେବେ ତାଙ୍କ ପାଖକୁ ଫେରିବେ ନାହିଁ । କାହା ସହିତ ସେ ଆଉ ସମୟ ବିତାଇବେ ଆଉ ତାଙ୍କ ଝିଅ କାହାକୁ ବାପା ଡାକିବ ବୋଲି ସେ କଥା ସେ ଭାବି ଭାବି ପାଗଳ ହୋଇ ସାରିଲେଣି ।

Leave a Reply

Your email address will not be published. Required fields are marked *