ସହିଦ ଦେବାଶିଷଙ୍କ ଝିଅର ଭବିଷ୍ୟତ ପାଇଁ ୫୦,୦୦୦ ଟଙ୍କା ହାତରେ ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା ।

ମଣିଷତ୍ୱ କାହାରି ବେଶଭୂଷା କିମ୍ବା ରଙ୍ଗ ଜାତି ଏବଂ କଥାବାର୍ତ୍ତାରୁ ଜଣା ପଡ଼ି ନଥାଏ । ମଣିଷତ୍ୱ କେବଳ କାମରୁ ଜଣା ପଡ଼ିଥାଏ । ଜଣେ ଲୋକ ମଧ୍ୟରେ ମାନବିକତାର ବ୍ୟକ୍ତିତ୍ୱ ରହିବା ଉଚିତ । କହିରଖିବୁ ଯେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି କିଛି ଲାଭ ନାହିଁ ଯଦି ସେହି ଟଙ୍କା ଉପଯୁକ୍ତ କାମରେ ନଲାଗି ପାରିଲା । ଆଉ ଆଜିକା ସମୟରେ ଅଧିକାଂଶ ଲୋକ ଟଙ୍କାକୁ ଉପଯୁକ୍ତ ସ୍ଥାନରେ ନାଲଗାଇ ନିଜର ମଉଜ ମଜଲିସ ପାଇଁ ବ୍ୟବହାର କରୁଛନ୍ତି ।

ହଜାର ହଜାର ଟଙ୍କାର ଖାଦ୍ୟ କିଣି ତାହାକୁ ବରଂ ନଷ୍ଟ କରିଦେବେ କିନ୍ତୁ ଭୋକିଲା ଲୋକଙ୍କୁ ଖାଦ୍ୟ ଦାନ କରିବେ ନାହିଁ ।କିନ୍ତୁ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନଙ୍କ କାମ ଠାରୁ ହୃଦୟ ବେଶ ବଡ଼ । ଆଉ ଅଲିଉଡ଼ ଅଭିନେତ୍ରୀ ରାଣୀ ପଣ୍ଡା ତାହାର ଏକ ଜ୍ୱ-ଳନ୍ତ ଉଦାହରଣ ଅଟନ୍ତି ।

ରାଣୀ ପଣ୍ଡାଙ୍କ ସ୍ପଷ୍ଟଭାଷୀ ଗୁଣ ପାଇଁ ଅନେକ ଲୋକ ତାଙ୍କୁ ଏଣୁତେଣୁ କହନ୍ତି କିନ୍ତୁ ସେହି ବ୍ୟକ୍ତିତ୍ୱ ଏତେ ମୂଲ୍ୟବାନ ଯେ ତାହା ବର୍ଣ୍ଣନା କରିବା ଅସମ୍ଭବ ମନେ ହୁଏ । ଅନେକ ସମୟରେ ରାଣୀ ପଣ୍ଡା ଲୋକଙ୍କୁ ସାହାଯ୍ୟ କରୁଥିବା ଏବଂ ଲୋକଙ୍କ ଦରକାର ବେଳେ ତାଙ୍କ ସହିତ ଛିଡ଼ା ହୋଇଥିବା ଦେଖା ଯାଇଛି । ଅନେକ ସମୟରେ ଅନ୍ୟାୟଙ୍କୁ ବି-ରୋଧ କରିବାରେ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିଛି ।

ଆଉ ବର୍ତ୍ତମାନ ରାଣୀ ପଣ୍ଡା ଆଉ ଏକ ମହାନ କାମ କରି ସବୁଠି ଚର୍ଚ୍ଚିତ ହୋଇଛନ୍ତି । ରାଣୀ ପଣ୍ଡା ସହିଦ ଦେବାଶିଷଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । କିନ୍ତୁ ଏଭଳି ଦେବାଶିଷଙ୍କ ଦୁଃ-ଖ ସମୟରେ ଆଉ କୌଣସି ଅଭିନେତା କିମ୍ବା ଅଭିନେତ୍ରୀ ନିଜ ସାମ୍ୟର୍ଥ ମୁତାବକ ସାହାଯ୍ୟ କରି ନାହାଁନ୍ତି । ଯାହା ବାସ୍ତବରେ ନିନ୍ଦ-ନୀୟ ଅଟେ ।

ତେବେ ସାହାଯ୍ୟ କରିବା ତ ଦୂରର କଥା କୌଣସି ଅଭିନେତା ଅଭିନେତ୍ରୀ ତାଙ୍କୁ ଦେଖିବାକୁ ଆସି ନାହାଁନ୍ତି । କିନ୍ତୁ ଏପଟେ ରାଣୀ ପଣ୍ଡା ସିଧା ପର୍ସରୁ ବାହାର କରି ବଢ଼ାଇ ଦେଇଛି ନଗଦ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା । ଯେତେବେଳେ ଓଡ଼ିଆ କଳାକାର ମାନେ ବୀର ଯବାନଙ୍କୁ ଦେଖିବା ପାଇଁ ଆସି ନଥିଲେ ଠିକ ସେତିକି ବେଳେ ରାଣୀ ପଣ୍ଡା ନିଜ ମାନବିକତାକୁ ଦେଖାଇଛନ୍ତି ।

ସାକ୍ଷୀଗୋପାଳର ଅଳଗୁମ ଗାଁରେ ପହଞ୍ଚି ପ୍ରଥମେ ସ୍ମଶାନକୁ ଯାଇ ଦେବାଶିଷଙ୍କ କୁହୁଳୁଥିବା ଚିତା ପାଖରେ ବସି କା-ନ୍ଦିଥିଲେ । ଦେବାଶିଷଙ୍କୁ ଅଶ୍ରୁଳ ଶ୍ରଦ୍ଧା-ଞ୍ଜଳି ଦେଇଥିଲେ । ତାପରେ ଦେବାଶିଷଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହୋଇ ଦେବାଶିଷଙ୍କ ସୁଲଭ କୁନି ଝିଅ ହାତରେ ଆଶୀର୍ବାଦର ଅର୍ଥ ବଢ଼ାଇ ଦେଇଥିଲେ ଯାହା ଥିଲା ପୁରା ୫୦,୦୦୦ ଟଙ୍କା ।

ଏହାସହିତ ଦେବାଶିଷଙ୍କ ସ୍ତ୍ରୀଙ୍କୁ ମଧ୍ୟ ସେହି ଟଙ୍କାକୁ ଝିଅର ପାଠପଢ଼ାରେ ଲଗାଇବାକୁ କହିଥିଲେ । ତେବେ କହି ରଖିବୁ ଯେ ଓଡ଼ିଆ ଜଗତର ଅନ୍ୟ ଲକ୍ଷ ଅଭିନେତା ମାନେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି , ସେମାନଙ୍କ ପକେଟରୁ ଟଙ୍କାଟିଏବି ବାହାରୁ ନଥିବା ବେଳେ ରାଣୀ ପଣ୍ଡା ଦେଇଛନ୍ତି ନଗଦ ୫୦,୦୦୦ ଟଙ୍କା । ଯେଉଁ କାରଣରୁ ଲୋକେ ବର୍ତ୍ତମାନ ରାଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *