ରାତି ଅଧରେ ୩-୪ ଜଣ ଲୋକ ମତେ ଘରୁ ଟେକି ନେଇଗଲେ, ମୋ ସ୍ଵାମୀ ସେଠି ବସିଥିଲେ କିନ୍ତୁ କିଛି କଲେନି।

ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ। ବାହାଘର ବେଳେ ସ୍ବାମୀ ସ୍ତ୍ରୀ ସାତ ଜନ୍ମ ପାଇଁ ସାଥି ହେଇ ରହିବେ ଏବଂ ପରସ୍ପରକୁ ସମ୍ମାନ ଦେବେ ବୋଲି ଶପଥ ଗ୍ରହଣ କରିଥାନ୍ତି କିନ୍ତୁ କିଛି ବର୍ଷ ଯିବା ପରେ ସବୁ କିଛି ବୁଲି ଯାଆନ୍ତି। ତାପରେ ଯଦି ଅନ୍ୟ ଜଣେ ମହିଳା ମିଳି ଯାଆନ୍ତି ତେବେ ବାହା ହେଇଥିବା ସ୍ତ୍ରୀଙ୍କୁ ରାସ୍ତାରୁ ହଟେଇବାକୁ ଚେଷ୍ଟା କରନ୍ତି। ସେ ସମୟରେ ସେ ନିଜ ପିଲଛୁଆ ସଂସାର କଥା କିଛି ଭାବନ୍ତିନି କେବଳ ଭାବନ୍ତି କେମିତି ନିଜ ସ୍ତ୍ରୀକୁ ବାଟରୁ ହଟେଇବେ।

ନୟାପଲ୍ଲୀ ଆଇଆରସି ଭିଲେଜର ଜଣେ ମହିଳା ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଜୀବନରୁ ମା-ରିଦେବା ପାଇଁ ଚେଷ୍ଟା କରୁଥିବାର ଅଭି-ଯୋଗ ଆଣିଛନ୍ତି। ମହିଳାଙ୍କ କହିବା ଅନୁସାରେ ତାଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ। ବଡ଼ ପୁଅର ବୟସ ୩୦ ଏବଂ ସାନ ପୁଅର ବୟସ ୨୭ ପିଲାଙ୍କ ବୟସ ଦେଖି ଆପଣ ମାନେ ଜାଣିପାରିଥିବ ତାଙ୍କ ବାହାଘର କେତେ ବର୍ଷ ହେଲାଣି। କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ଜୀବନରୁ ମା-ରିଦେବାକୁ ସବୁବେଳେ ଚେଷ୍ଟା କରୁଛନ୍ତି। ୨୦୦୬ ରେ ସେ ୪-୫ ଜଣ ଲୋକଙ୍କ ସହ ମିଶି ମୋ ଉପରେ କମ୍ବଳ ଖୋଡେଇ ମତେ ମ-ରିବା ପାଇଁ ନି-ଶା ଇଞ୍ଜେକସନ ଦେଇ ଦେଇଥିଲେ।

ଗତ ୧୩ ତାରିଖ ଦିନ ସେ ଯେତେବେଳେ ଘରେ ଥିଲେ ଡୁମୁ ଡୁମା ଆଦର୍ଶ ରିହାବିଷ୍ଟେସନରୁ ୩-୪ ଜଣ ଲୋକ ଆସି ତାଙ୍କୁ ଘରୁ ଉଠେଇ ନେଇଗଲେ। ସେ ଯେତେବେଳେ ପଚାରିଲେ ମତେ କୁଆଡେ ନେଉଛ ସେମାନେ କହିଲେ ତମ ଦେହ ଭଲ ନାହିଁ ସେଥିପାଇଁ ତମ ଟ୍ରିଟମେଣ୍ଟ ପାଇଁ ମେଡିକାଲ ନେଉଛୁ।

ମୁଁ କହିଲି ମୋ ବଡ଼ ପୁଅ ଆସି ମୁଁ ଯିବି ସେମାନେ କହିଲେ ତମ ସ୍ବାମୀ ତମ ପୁଅ ମାନଙ୍କ ସହ କଥା ହେଇଛନ୍ତି ଆଉ କଥା ହେବା କିଛି ଦରକାର ନାହିଁ। ମତେ ଯେତେବେଳେ ସେମାନେ ଟେକି ନେଇଗଲେ ମୋ ସ୍ବାମୀ ସେ ଘର ଭିତରେ ଥିଲେ କିନ୍ତୁ ସେ କିଛି କହିଲେଣି କାରଣ ସେ ଲୋକ ମାନଙ୍କୁ ମୋ ସ୍ଵାମୀ ହିଁ ଡାକିଥିଲେ। ଆଗରୁ ମଧ୍ୟ ଏମିତି କେତେଥର ସେ ମତେ ମା-ରିବାକୁ ଚେଷ୍ଟା କରିଛନ୍ତି। ଆମର ଟଙ୍କା ପଇସାର କିଛି ଅଭାବ ନାହିଁ ମତେ ଲାଗୁଛି କୋଉ ଝିଅ ପାଇଁ ସେ ଏସବୁ କରୁଛନ୍ତି।

Leave a Reply

Your email address will not be published. Required fields are marked *