ଜମି ମାଲିକଙ୍କ ପାଇଁ ବଡ଼ ଆଶ୍ୱାସନା । ଏଣିକି ଚକ ଜମି କରି ପାରିବେ ବିକ୍ରୟ ଏବଂ ବିଭାଜନ ।

ଓଡ଼ିଶା ଚକବନ୍ଦୀ ଧାରା ୩୪ ଏବଂ ୩୫ ଅନୁଯାୟୀ ଓଡ଼ିଶାର କୌଣସି ଜମି ମାଲିକଙ୍କର ଯଦି ଚକ ଜମି ଥିବ ତେବେ ସେ ଏହି ନିୟମ ଅନୁଯାୟୀ ତାହାକୁ କାହାକୁ ବିକ୍ରୟ କରି ପାରିବେ ନାହିଁ କିମ୍ବା ତାହାକୁ ବିଭାଜନ କରି ପାରିବେ ନାହିଁ । ନିୟମ ପ୍ରଣୟନ ଠାରୁ ତାହା କଡ଼ାକଡ଼ି ଭାବରେ ପ୍ରଚଳିତ ହୋଇ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି ନିୟମକୁ ରଦ୍ଦ କରି ଦିଆଯାଇଛି ।

କହି ରଖିବୁ ଯେ ଚକବନ୍ଦୀ ନିୟମ ଧାରାର ଏକ ମାମଲା ଅନୁଯାୟୀ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଅନେକ ଆଲୋଚନା ଏବଂ ବିଚାର ବିମର୍ଶ ପରେ ଚକବନ୍ଦୀ ନିୟମକୁ ରଦ୍ଦ କରାଯାଇଛି । ଯାହାକି ବର୍ତ୍ତମାନ ୩୪ ଏବଂ ୩୫ ଧାରାର ଉଚ୍ଛେଦ ଚକ ଜମି ମାଲିକଙ୍କୁ ଆଶ୍ୱାସନା ଦେଇଛି ।

କହି ରଖିବୁ ଯେ ରାଜ୍ୟ କ୍ୟାବିନେଟ ବୈଠକରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହିଥିଲେ ଏବଂ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏଣିକି ଜମି ମାଲିକ ଚକ ଜମିକୁ ବିକ୍ରୟ ବା ବିଭାଜନ କରି ପାରିବେ ବୋଲି କୁହାଯାଇଛି । ପୂର୍ବରୁ ଏହି ନିୟମ ଅନୁଯାୟୀ ଚକ ଜମି ବିଭାଜନ କିମ୍ବା ବିକ୍ରୟ ଅବୈଧ ଥିଲା ।

ଅର୍ଥାତ କହିବାକୁ ଗଲେ ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ ୧୯୭୨ ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ରହିଥିଲା । କହିରଖିବୁ ଯେ ପୂର୍ବରୁ ଏହି ଚକବନ୍ଦୀ ନିୟମ ଧାରା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଜମି ବିକ୍ରୟ କିମ୍ବା ବିଭାଜନ କରିବାକୁ ଉଦ୍ୟମ କରୁଥିଲା ତେବେ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯାଉଥିଲା ।

ଚକବନ୍ଦୀ ଜମି ବିକ୍ରୟ କିମ୍ବା ବିଭାଜନ ନିୟମ ଉଲଂଘନ କଲେ ଜମି ମାଲିକଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା ଏବଂ ତାହା ଅବୈଧ ବୋଲି ମଧ୍ୟ କୁହାଯାଉଥିଲା । ତେଣୁ ଗତକାଲିର କ୍ୟାବିନେଟ ବୈଠକରେ ଏହି ଆଇନରେ ସଂଶୋଧନ ପରେ ଏଣିକି ଜମି ମାଲିକମାନେ ସେମାନଙ୍କର ଚକ ଜମି ବିକ୍ରୟ ସହିତ ବିଭାଜନ ମଧ୍ୟ କରିପାରିବେ ଏବଂ ଜମି ପଟ୍ଟାଗୁଡିକର ସଂଶୋଧନ ମଧ୍ୟ କରି ପାରିବେ । ଯେଉଁ କାରଣରୁ ରେଜିଷ୍ଟ୍ରୀ ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ବ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *