୨୨୩୬ ମସିହାରୁ ମୁଁ ଆସିଛ , ଯାହା କହିବି ତାହା ଘଟିବ….

ବର୍ତ୍ତମାନ ସମୟରେ ଅନେକ ଲୋକ ସାମ୍ନାକୁ ଆସୁଛନ୍ତି ଆଉ ନିଜକୁ ଭବିଷ୍ୟତ ବକ୍ତା ଭାବରେ ବିବେଚନା କରୁଛନ୍ତି । ଆଉ ଏହାବ୍ୟତୀତ ସେମାନେ ଅନେକ ବାର୍ତ୍ତା ମଧ୍ୟ ଦେଉଛନ୍ତି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ତେବେ ଏଭଳି ଭବିଷ୍ୟତ ବକ୍ତା ମାନଙ୍କ କଥାକୁ ଲୋକେ ବହୁତ ସହଜରେ ବିଶ୍ୱାସ କରି ନେଉଛନ୍ତି ଆଉ ତାଙ୍କ କଥା ହିସାବରେ ହିଁ ଆଗକୁ ବଢୁଛନ୍ତି । ସେମାନଙ୍କ କଥା ସତ କି ମିଛ , ସେ ବିଷୟରେ ଲୋକେ ଆଦୌ ଜାଣିବାକୁ ଚେଷ୍ଟା କରିନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ କୌଣସି ଅଘ-ଟଣ ଘ-ଟିଗଲେ , ସର୍ବପ୍ରଥମେ ଲୋକମାନଙ୍କ ମନକୁ ମାଳିକା ବଚନ କଥା କିମ୍ବା ବିଦେଶୀ ଭବିଷ୍ୟତ ବକ୍ତା ମେଷ୍ଟ୍ରା ଡେମୋସଙ୍କ କଥା ଆସି ଯାଇଥାଏ । ତେବେ ଏ ସବୁ ମଧ୍ୟରେ ନିକଟରେ ଜଣେ ବ୍ୟକ୍ତି ଏଭଳି କଥା ଦାବି କରିଛନ୍ତି , ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଅଛି । ସେ କହିଛନ୍ତି ଯେ , ନିକଟ ଭବିଷ୍ୟତରେ ଯାହା ବି ଘ-ଟିବ , ସେ ସବୁ କଥା ବିଷୟରେ ଜାଣି ପାରୁଛନ୍ତି । ଏମିତି କି ସେ ସବୁ କହିପାରିବେ । ତେବେ ଏହାରି ମଧ୍ୟରେ ସେ ଆଉ ଏକ ଭବିଷ୍ୟତ ବାଣୀ କରୁଛନ୍ତି । ଆଉ ତାହା ହେଉଛି ଜଣେ ସେଲିବ୍ରିଟି ନିଜ ବିଷୟରେ ପ-ର୍ଦାଫା-ଶ କରିବେ । ସେହି ସେଲିବ୍ରିଟି ଜଣଙ୍କ ହେଉଛନ୍ତି ଜଣେ ସଙ୍ଗୀତକାର । ସେ ନିଜ ମୃ-ତ୍ୟୁକୁ ନେଇ ଖୋଲାସା କରିବେ ।

ଏହାବ୍ୟତୀତ ସେ ତାରିଖ ମଧ୍ୟ ବତାଇ ଦେଇଛନ୍ତି । ସେହି ତାରିଖ ହେଉଛି ସେପ୍ଟେମ୍ବର ୧୬ , ୨୦୨୨ । ତେବେ ଆପଣଙ୍କୁ କହିରଖୁଛୁ କି , ଏହି ବ୍ୟକ୍ତିଙ୍କର ଭିଡ଼ିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେଉଛି । ବ୍ୟକ୍ତି ଜଣକ ନିଜକୁ ଜଣେ ଟାଇମ ଟ୍ରାଭେଲର ଭାବରେ ବିବେଚନା କରିଛନ୍ତି । ଅର୍ଥାତ ସେ ଭବିଷ୍ୟତରୁ ଆସିଛନ୍ତି । ସେ କହିଛନ୍ତି କି , ସେ ୨୨୩୬ ମସିହାରୁ ଆସିଛନ୍ତି । ତେବେ ତାଙ୍କର ଏହି କଥାକୁ କେହି ବିଶ୍ୱାସ କରି ପାରୁନାହାଁନ୍ତି । ତଥାପି ସମସ୍ତଙ୍କ ନଜର ବର୍ତ୍ତମାନ ସମୟରେ ତାଙ୍କ ଉପରେ ରହିଛି । ବ୍ୟକ୍ତି ଜଣକ କହିଛନ୍ତି କି , ତାଙ୍କ କଥାକୁ କେହି ବିଶ୍ୱାସ କରୁନାହାଁନ୍ତି , ତେଣୁ ତାଙ୍କୁ କିଛି କଥା କହିବାକୁ ପଡିବ । ସେ ଆଉ ଏକ ଭବିଷ୍ୟତ ବାଣୀ କରି କହିଛନ୍ତି କି , ଆସନ୍ତା ଜୁନ ୧୭ ତାରିଖରେ ପ୍ରଶାନ୍ତ ମହାସାଗରରେ ସବୁଠାରୁ ବିଶାଳକାୟ ସାମୁଦ୍ରିକ ଜୀବ ଦେଖିବାକୁ ମିଳିବ ।

ତେବେ ଏଭଳି ଗୋଟିଏ ପରେ ଗୋଟିଏ ଭବିଷ୍ୟତ ବାଣୀ ସେ ସୋସିଆଲ ମିଡିଆରେ କରି ଚାଲିଛନ୍ତି । ଆହୁରିମଧ୍ୟ ୨୦୨୨ ମସିହାର ଶେଷ ବେଳକୁ ବିଶ୍ୱର ପ୍ରାୟତଃ ୨୦ ପ୍ରତିଶତ ସ୍ଥାନରେ ମଣିଷ ପରିବର୍ତ୍ତେ ରୋବଟ କାମ କରୁଥିବ । ତେବେ ଏହି ଭବିଷ୍ୟତ ବକ୍ତାଙ୍କ କଥା କେତେ ଯେ ସତ ହେବ , ତାହାକୁ ନେଇ ବର୍ତ୍ତମାନ ସମସ୍ତେ ସ-ନ୍ଦେ-ହ ଘେରରେ ରହିଛନ୍ତି । ତେବେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକ ଫୋଲୋ କରନ୍ତି ଏବଂ ଭିଡିଓରେ କମେଣ୍ଟ ମଧ୍ୟ କରନ୍ତି । ଏହାବ୍ୟତୀତ ଆଶ୍ଚର୍ଯ୍ୟର କଥା ଏହା ଯେ , ପୂର୍ବରୁ ଘ-ଟିଥିବା ଭବିଷ୍ୟତ ବାଣୀ ସତ ନ ହେଲେ ସେ ସେଗୁଡିକୁ ଆକାଉଣ୍ଟରୁ ଡିଲିଟ କରିଦିଅନ୍ତି । ତେବେ ଏହି ବ୍ୟକ୍ତିଙ୍କୁ ସେତେବେଳେ ସମସ୍ତେ ବିଶ୍ୱାସ କରିବେ , ଯେତେବେଳେ ତାରିଖ ଅନୁସାରେ ତାଙ୍କ କଥା ସବୁ ସତ ହେବ ।

ଆଶ୍ଚର୍ଯ୍ୟର କଥା ଏହି ଯେ , ବ୍ୟକ୍ତି ଜଣକ ନିଜ ପରିଚୟ ଲୁ-ଚା-ଇ ରଖିଛନ୍ତି ଏବଂ ନିଜ ଆକାଉଣ୍ଟର ନାମକୁ ଟାଇମ ଟ୍ରାଭେଲର ବୋଲି ରଖିଛନ୍ତି । ନିଜକୁ ସେ ଜଣେ ଟାଇମ ଟ୍ରାଭେଲର ଭାବରେ ପରିଚିତ କରାଉଛନ୍ତି । ତେବେ ଏଭଳି ଭବିଷ୍ୟତ ବକ୍ତା ମାନଙ୍କର କଥା ନୂଆ ନୁହେଁ । ଆଗରୁ ଅନେକ ଭବିଷ୍ୟତ ବକ୍ତା ଅନେକ କଥା ଦାବି କରିଛନ୍ତି । ଆଉ ସେଗୁଡ଼ିକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ୨୦୨୨ ମସିହା ଅଗଷ୍ଟ ମାସରେ ଆକାଶ ସମ୍ପୂର୍ଣ୍ଣ ଭାବରେ ସବୁଜ ରଙ୍ଗ ରେ ପରିଣତ ହୋଇଯିବ ଆଉ ୫ ଘଣ୍ଟା ଧରି ଏଭଳି ରହିବ ବୋଲି ସେ କହିଛନ୍ତି । କାରଣ ଏକ ଗ୍ରହ ସେତେବେଳେ ପୃଥିବୀର ପାଖାପାଖି ହେବ । ଏହି ଗ୍ରହରେ ସବୁଜ ରଙ୍ଗର ପଥର ଥିବାରୁ ଏଭଳି ଘ-ଟିବ ବୋଲି ସେ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା , ଏଭଳି ଭବିଷ୍ୟତ ବକ୍ତା ମାନଙ୍କର ଭବିଷ୍ୟତ ବାଣୀ କେତେ ଦୂର ସତ ହେଉଛି ।

Leave a Reply

Your email address will not be published. Required fields are marked *