ବିବାହର ୬ ମାସ ପୁରିନି , ସ୍ଵାମୀ ସ୍ତ୍ରୀ ଏକା ସାଙ୍ଗରେ ଚାଲି ଗଲେ ଆର ପାରିକୁ

ଏକା ସହିତ ସ୍ଵାମୀ ସ୍ତ୍ରୀ ଚାଲିଗଲେ । କିଏ ଜାଣିଥିଲା ଏମିତି ହେବ ଆଉ ସ୍ବାମୀ ସ୍ତ୍ରୀ ଏପରି ପଦକ୍ଷେପ ନେଇ ଯିବେ । ପରିବାରରେ ଥିଲା ହସ ଖୁସିର ମାହୋଲ୍ । ନୂଆ ବୋହୂଟିଏ ଘରକୁ ଆସିବ ଆଉ ଘର ପୁରାପୁରି ଭରି ଯିବ। ପରିବାରରେ ଖୁସି ଆହୁରି ଦୁଇ ଗୁଣା ହୋଇଯିବ । ଆଉ ତାହା ବି ହୋଇଥିଲା । ଘରକୁ ଆସିଥିଲା ନୂଆ ବୋହୂ । ସମସ୍ତଙ୍କ ମନ ଥିଲା ଭାରି ଖୁସି । କିନ୍ତୁ ଠିକ୍ ୬ ମାସ ପୁରିଲା ବେଳକୁ ଏମିତି ହେବ ବୋଲି କିଏ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ବିବାହ କରିଥିଲେ ଆଉ ଏକା ସାଙ୍ଗରେ ଚାଲି ଗଲେ ଆର ପାରିକୁ ।

ତେବେ ହଁ ଆଜ୍ଞା ଏମିତି ଏକ ଅଘ-ଟଣ ଦେଖିବାକୁ ମିଳିଛି , ବାଙ୍କୀ ଥାନା ରେଢ଼ା ଗାଆଁରେ । ସୂଚନା ଅନୁଯାୟୀ , ଗାଁରେ ଆଜି ସକାଳେ ସ୍ଵାମୀ ସ୍ତ୍ରୀଙ୍କ ମୃ-ତଦେହ ଏକାଠି ଉ-ଦ୍ଧାର ହୋଇଛି । ଆଉ ପୋଲିସ ସେମାନଙ୍କ ଶ-ବ ଉ-ଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସୂଚନା ଅନୁସାରେ , ଧରଣୀଧର ସାହୁ ୬ ମାସ ପୂର୍ବରୁ ବୈଦିକ ରୀତିନୀତି ଅନୁଯାୟୀ ପାଖ ଗାଆଁର ନିରୁପମାଙ୍କୁ ବିବାହ କରିଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ସ୍ଵାମୀ ସ୍ତ୍ରୀ ଏକ ନୂଆ ଦୁନିଆଁରେ ପାଦ ଥାପି ଥିଲେ ଆଉ ଆଖିରେ ଆଖିଏ ସ୍ବପ୍ନ ନେଇ ଆଗକୁ ବଢିଥିଲେ ।

କିନ୍ତୁ ହଠାତ୍ ରାକ୍ଷୀ ପର ଦିନ ସକାଳେ ତାଙ୍କ ଘର ଭିତରୁ ଦୁହିଁଙ୍କ ମୃ-ତଦେହ ଏକାଠି ଉ-ଦ୍ଧାର ହୋଇଥିଲା । ଏହା ପରେ ପରିବାର ଲୋକ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ । ରାତିରେ ସବୁ ଠିକ୍ ଥିଲା । ପୂର୍ବ ଦିନ ବାପ ଘରକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ ନୂଆ ବୋହୂ । ଆଉ ଖୁସି ଖୁସିରେ ବାପ ଘରୁ ମଧ୍ୟ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଘରକୁ ଆସିଥିଲେ । ପରିବାର ଲୋକଙ୍କ ସହିତ ସବୁ କଥା ମଧ୍ୟ ସେୟାର କରିଥିଲେ । କିନ୍ତୁ ହଠାତ୍ କାହାର ନଜର ପଡ଼ିଗଲା ଯେ , ଘଟିଗଲା ଏତେ ବଡ ଅଘ-ଟଣ ।

ତେବେ ଠିକ୍ ସକାଳ ୪ ଟା ବେଳକୁ ଯେତେବେଳେ ବୋହୂକୁ ପରିବାର ଲୋକ ଡ଼ାକି ଥିଲେ , ସେତେବେଳେ ବୋହୂ ଆଉ କବାଟ ଖୋଲି ନଥିଲେ । ଯାହା ପରେ ସମସ୍ତେ ଭ-ୟଭୀ-ତ ହୋଇ ଯାଇଥିଲେ । ଆଉ କବାଟ ଭାଙ୍ଗି ଦେଖିଲା ବେଳକୁ ରୁମ୍ ଭିତରେ ସ୍ଵାମୀ ସ୍ତ୍ରୀଙ୍କ ମୃ-ତଦେହ ଏକାଠି ପଡ଼ିଛି । ତେବେ ଏପରି ସନ୍ଦେ-ହଜନକ ମୃ-ତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପୋ-ଲିସ ବର୍ତ୍ତମାନ ନିଜର ତଦନ୍ତ ଜାରି ରଖିଛି । ଏପଟେ ଗାଁରେ ସମସ୍ତଙ୍କ ମନରେ ଦୁଃ-ଖର ଛାୟା ଖେଳି ଯାଇଛି । କାନ୍ଥରୁ ଲେଖା ଲିଭି ନଥିବା ବେଳେ ସ୍ଵାମୀ ସ୍ତ୍ରୀ ଦୁହେଁ ସାଙ୍ଗ ହୋଇ ଆରପାରିକୁ ଚାଲି ଗଲେ ବୋଲି ସମସ୍ତେ କହିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *